କାହାର ବି ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ସବୁ ଗୋପନୀୟ ଶୁଭ ସଂକେତ!

ସମୟ ବଦଳିବା ଜୀବନରେ ଗୋଟିଏ ନିୟମ ଅଟେ । କିନ୍ତୁ ଭଲ କିମ୍ବା ଖରାପ ସମୟ ଆସିବା ବିଷୟରେ କେହି ବି ଜାଣି ନାହାନ୍ତି । ବିଜ୍ଞାନ ଯେତେ ଉନ୍ନତି କରିଲେ ବି ସମୟକୁ ଆଜି ପର୍ଯ୍ୟନ୍ତ କେହି ବି ବାନ୍ଧି ପାରି ନାହାନ୍ତି । ଏହା ସହିତ ଏହା ଉପରେ କାହାର ଜୋର ଚାଲି ପାରେ ନାହିଁ । କିନ୍ତୁ ବେଳେ ବେଳେ ଆପଣଙ୍କୁ ଏପରି କିଛି ସଂକେତ ଦେଖାଯାଏ ଯାହା ଦ୍ଵାରା ଆପଣ ଜାଣି ପାରିବେ କି ଆସନ୍ତା ସମୟ ଭଲ ନା ଖରାପ । ବହୁତ ଲୋକ ଏହି ସଙ୍କେତକୁ ବୁଝି ପାରନ୍ତି ନାହିଁ ।

କିନ୍ତୁ ଯଦି ଆପଣ ଅଳ୍ପ ଧ୍ୟାନ ଦେବେ ତେବେ ଏହି ସଙ୍କେତକୁ ବୁଝି ଆସନ୍ତା ସମୟକୁ ସଠିକ ଭାବରେ ଉପଯୋଗ କରି ପାରିବେ । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ସଂକେତ ବିଷୟରେ କହିବୁ ।

ଶାସ୍ତ୍ର ଅନୁସାରେ ଝିଟିପିଟି ଉଭୟ ଭଲ ଓ ଖରାପର ସଂକେତ ଦେଇଥାଏ । ଯଦି ଅଚାନକ ଦୁଇଟି ଝିଟିପିଟିକୁ ଆପଣ ନିଜ ଘ ଭିତରେ ଝଗଡା କରୁଥିବାର ଦେଖୁଛନ୍ତି ଓ ଅଚାନକ ସେମାନେ ସେଠାରୁ ଗାୟବ ହୋଇଯାଉଛନ୍ତି ତେବେ ଜାଣି ଯାଆନ୍ତୁ କି ଆପଣଙ୍କ ଉପରେ କୌଣସି ବିପଦ ଆସିବାର ଅଛି । ସେଥିପାଇଁ ଝିଟିପତି ଝଗଡା କରୁଥିବାର ଦେଖିଲେ ତେବେ ତାଙ୍କୁ ଅଲଗା କରି ଦିଅନ୍ତୁ ।

ଯଦି ଆପଣ ସ୍ଵପ୍ନରେ ଆମ୍ବ ଖାଉଥିବାର ଦେଖୁଛନ୍ତି ତେବେ ଆପଣଙ୍କୁ କିଛି ଖୁସି ଖବର ମିଳିବ କିମ୍ବା ଧନର ପ୍ରାପ୍ତି ହୋଇପାରେ । ଯଦି ନାଲି ଫଳ ଯେମିତି ସେଓ, ଡାଳିମ୍ବ ଭଳି ଫଳ ଦେଖୁଛନ୍ତି । ତେବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହେବାର ସମ୍ଭାବନା ଅଛି । ଆପଣ ସକାଳୁ ସକାଳୁ କୌଣସି କାମକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଓ ସେହି ସମୟରେ ଆପଣ ଯଦି ବୁଢୀଆଣି ବଶା ତିଆରି କରୁଥିବାର ଦେଖନ୍ତି ତେବେ ଆପଣଙ୍କୁ ଆପଣନାକ କାର୍ଯ୍ୟରେ ସଫଳତା ମିଳିବ ।

ଆପଣ ଘରୁ କୌଣସି କାର୍ଯ୍ୟରେ ବାହାରିବା ବେଳେ ଯଦି କୌଣସି ପକ୍ଷୀ ବିନା ଡେଣା ହଲାଇ ଆସି ବସିଯାଏ ଓ ଆପଣ ଏହାକୁ ଦେଖନ୍ତି ତେବେ ଆପଣଙ୍କ ମନୋକାମନା ପୁରା ହୋଇଯିବ । ପୌରଣିକ କଥା ଅନୁସାରେ ସୃଷ୍ଟି ରଚନା କରିବା ସମୟରେ ପୃଥିବୀରେ ମନୁଷ୍ୟକୁ ଯେତେବେଳେ ପଠେଇଲେ ତେବେ ପ୍ରଥମେ ଗୋଟିଏ ବାଳକକୁ ପୃଥିବୀକୁ ପଠେଇଲେ । ବାଳକ କିନ୍ତୁ ରାଗି ଗଲା ।

ଭଗବାନ ତାକୁ ବୁଝେଇବା ପାଇଁ ତା ସହ ସବୁବେଳେ ରହିବା ପାଇଁ ଶପଥ କଲେ ଓ କହିଲେ କି ଯେତେବେଳେ ସେ ଆଖିବନ୍ଦ କରିବ ସେତେବେଳେ ତାକୁ ଗୋଟିଏ ଯୋଡି ଗୋଡର ଚିହ୍ନ ଦେଖାଯିବ ଓ ଏହାର ଅର୍ଥ ଭଗବାନ ସବୁବେଳେ ତାହା ସହିତ ଅଛନ୍ତି । ସେଥିପାଇଁ ଏମିତି ମାନ୍ୟତା ଅଛି ଯଦି ଆଖି ବନ୍ଦ କରିବା ପରେ ଆପଣ ଗୋଡର ଚିହ୍ନ ଦେଖାଯାଏ ତେବେ ଜାଣିଯିବେ କି ଭଗବାନଙ୍କ କୃପା ଆପଣଙ୍କ ଉପରେ ଅଛି ।

ଆପଣଙ୍କ ଘରେ କିମ୍ବା ଆପଣଙ୍କ ଘରର ଆଖ ପାଖରେ ବିଲେଇ ଛୁଆ ଜନ୍ମ କରୁଛି ତେବେ ଏହା ଆପଣଙ୍କ ପାଇଁ ଶୁଭ ଅଟେ । ପୂଜା କରିବା ସମୟରେ ଠାକୁରଙ୍କ ପାଖରୁ ଫୁଲ କିମ୍ବା ପତ୍ର ଖସି ପଡେ ତେବେ ଜାଣିବେ କି ଭଗବାନ ଆପଣଙ୍କ ଉପରେ ଖୁସି ଅଛନ୍ତି । କିନ୍ତୁ ପୂଜା ବେଳେ ପୂଜା ଦୀପ ଲିଭିଯାଏ ଏହା ଏକ ଅଶୁଭ ସଂକେତ ଅଟେ । ଯଦି ସ୍ଵପ୍ନରେ ମୂଷା ଦେଖାଯାଏ ଏହା ଏକ ଶୁଭ ସଂକେତ ଅଟେ ।

ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।