ଭଲ ପାଇ ସିନା ବାହା ହୋଇଥିଲେ ହେଲେ ଅଧା ରାସ୍ତା ରୁ ସ୍ଵାମୀ ହାତ ଛାଡି ଚାଲିଗଲେ ! ଆଉ ଏବେ…

ନମସ୍କାର ବନ୍ଧୁଗଣ । ଆଜିର ସମାଜ ରେ ମଣିଷ ସୁଖ ଶାନ୍ତି ରେ ବଞ୍ଚିବା ଏତେ ବି ସହଜ ନୁହେଁ । କାରଣ ଆଜିର ସମୟରେ ଯିଏ ରୋଜଗାର କରୁଛି ସେ ହିଁ ଖୁସି ରେ ରହି ପାରୁଛି । ନ ହେଲେ ଦୁଃଖ ରେ ଦିନ କାଟୁଛନ୍ତି ଅନେକ ଲୋକ । ଆଉ ଏମିତି ମହିଳା ଅଛନ୍ତି ଯେଉଁ ମାନେ ନିଜ ସ୍ଵାମୀ ପର କରି ଦେବା ପାଇଁ ଦୁର୍ଦ୍ଦିନ ରେ ଦିନ କାଟୁଛନ୍ତି । ଏଭଳି ଏକ ଘଟଣା ଏବେ ସାମ୍ନା କୁ ଆସିଛି ।

ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ମା ପାଖରେ ଥାଇ ମଧ୍ୟ କୁନି ଝିଅ ଟି ଜାଣି ପାରୁଛି ତା ମା ଦୁଃଖ ରେ ଅଛି । ମା କୋଳରେ ଗେଲ ହୋଇ ମଧ୍ୟ ମା ଦୁଃଖ ରେ ଅଛି ଏ କଥା ବୋଧ ହୁଏ କୁନି ଝିଅ ଟି ଜାଣି ପାରିଛି । ଅନେକ ଯନ୍ତ୍ରଣା କୁ ମା ନିଜ ଭିତରେ ଚାପି ରଖିଛି ।

ସେଥିପାଇଁ ବୋଧ ହୁଏ ମା ହସିପାରୁନି । ହଁ ଦର୍ଶକ ବନ୍ଧୁ ମା ମନରେ ଅନେକ ଯନ୍ତ୍ରଣା । ପ୍ରେମ ବିବାହ କରିଥିବା ଦଶପୋଲା ର ପୁଷ୍ପଲତା ଯାନି ଏବେ ଜୀବନର ଭିନ୍ନ ମୋଡ ରେ ଠିଆ ହୋଇଛନ୍ତି । ଆଉ ସେଥିପାଇଁ ସେ ମର୍ମାହତ ହୋଇ ପଡିଛନ୍ତି । ଯାହାଙ୍କୁ ଭଲ ପାଇ ବାହା ହୋଇଥିଲେ ସେ ଏବେ ଅଧା ରାସ୍ତା ରୁ ହାତ ଛାଡି ଚାଲି ଯାଇଛନ୍ତି । ହେଲେ ରହି ଯାଇଛି କୁନି ଝିଅ ଟି ।

କୋଳରେ କୁନି ଝିଅ କୁ ଧରି ଏକା ଏକ ବଞ୍ଚୁଛନ୍ତି । ଏତିକିରେ ତାଙ୍କର ଦୁଃଖ ସଋନି ଦେହରେ ରୋଗ ବଢୁଛି ଆଉ ଯନ୍ତ୍ରଣା ମଧ୍ୟ ହେଉଛି । ସ୍ଵାମୀ ଛାଡିବା ପରେ ପୁଷ୍ପଲତା ମା ଙ୍କ ପାଖରେ ରହୁଛନ୍ତି । ହେଲେ କଣ ହେବ ମା ବି ଭଲରେ ନାହାନ୍ତି । ମା ଙ୍କ ପାଖରେ ଭତା ଓ ସରକାରୀ ଚାଉଳ ଛଡା ଆଉ କିଛି ନାହିଁ ।

ଝିଅ ଓ ନାତୁଣୀ କୁ ଜ୍ଵାଇଁ ପର କରିବା ପରେ ମା ପାଖରେ ରଖିଛନ୍ତି ସତ ହେଲେ ତାଙ୍କ ଅଭାବ ଆହୁରି ବଢି ଯାଇଛି । ସେପଟେ ପୁଣି ଝିଅର ରୋଗ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଦୁଃଖୀନି ମା ଟି କେମିତି ବା ଝିଅ ନାତୁଣୀ କୁ ଧରି ବଞ୍ଚିବେ ସେ ନେଇ ଚିନ୍ତାରେ ପଡି ଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କ ମଧ୍ୟରୁ ଯଦି କେହି ପୁଷ୍ପଳତା ଙ୍କୁ ସାହାର୍ଯ୍ୟ କରିବାକୁ ଇଚ୍ଛୁକ ଅଛନ୍ତି ତେବେ ତାଙ୍କର ଠିକଣା ରେ ତାଙ୍କୁ ସାହାର୍ଯ୍ୟ କରି ପାରିବେ । ତାଙ୍କ ମୋବାଇଲ ନମ୍ବର ହେଉଛି 9348419167 । ଧନ୍ୟବାଦ ।