ମଣିଷ ଚିହ୍ନିବାର ସୂତ୍ର, କେମିତି ଜଣେ ଭଲ ମଣିଷଙ୍କୁ ଚିହ୍ନିବେ ଓ ଧୋକା ଖାଇବାରୁ ବଞ୍ଚିବେ ? Swami Anand Saraswati

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ସେ ବଞ୍ଚିବା ପାଇଁ ସବୁବେଳେ ତା’ ପାଖରେ ଅନ୍ୟ ମଣିଷର ଆବଶ୍ୟକ ହୋଇଥାଏ । କିନ୍ତୁ ଭଲ ମଣିଷ ପାଖରେ ନ ପାଇବା ଯୋଗୁଁ ସେ ଅନେକ ସମୟରେ ଧୋକା ପାଇଥାଏ । ତେଣୁ ଭଲ ମଣିଷ କିଭଳି ଚିହ୍ନଟ କରିବେ ଏନେଇ ଆଜି ଜାଣିବା ଗୁରୁଜୀ ସ୍ଵାମୀ ଆନନ୍ଦ ସରସ୍ଵତୀଙ୍କ ଠାରୁ । ଗୁରୁଜୀଙ୍କ ମତରେ ଜଣେ ଭଲ ମଣିଷକୁ ଚିହ୍ନଟ କରିବାକୁ ହେଲେ ପ୍ରଥମେ ନିଜେ ଜଣେ ଭଲ ମଣିଷ ହେବା ଆବଶ୍ୟକ ।

ଯଦି ଜଣେ ଭଲ ମଣିଷ ହୋଇଥିବେ କିମ୍ବା ଭଲ ମଣିଷ ହେବାକୁ ଚେଷ୍ଟା କରୁଥିବେ ତେବେ ଯାଇ ସେ ଜଣେ ଭଲ ମଣିଷକୁ ଚିହ୍ନଟ କରିବାରେ ବା ତାଙ୍କ ସହ ମିଶିବାରେ ସଫଳ ହେବେ । ନିଜେ ଭଲ ନହୋଇ ଭଲ ଲୋକଙ୍କ ସହ ମିଶିବାକୁ ଚେଷ୍ଟା କରିବା କେବେବି ସମ୍ଭବପର ହୁଏନାହିଁ । ଯେତେବେଳେ ଗୋଟିଏ ଚାରାଗଛ ଲଗାଯାଏ ସେତେବେଳେ ଗୋରୁ ଛେଳିଙ୍କ ଠାରୁ ତାକୁ ରକ୍ଷା କରିବା ପାଇଁ ତା’ ଚାରିପାଖେ ବାଡ ଦିଆଯାଏ ।

ଯଦି ଗଛ ବଢିବା ସହ ବାଡ ମଧ୍ୟ ବଢିବ ତେବେ ସେହି ଗଛ କେବେବି ସୁସ୍ଥସବଳ ହେବନାହିଁ । ଠିକ ସେମିତି ପ୍ରାରମ୍ଭିକ ଅବସ୍ଥାରେ ଯଦି ଆମେ ଭଲ ଲୋକଙ୍କ ସଂସ୍ପର୍ଶରେ ଆସୁଛେ ତେବେ ଆମ ମନ ନିଶ୍ଚିତ ଭାବେ ସୁସ୍ଥସବଳ ରହିବ ଓ ଆମେ ଭଲ ମଣିଷଟିଏ ହେବା । କିନ୍ତୁ କେବଳ ଭଲଲୋକଙ୍କ ସହ ରହିଲେ ଯେ ଆମେ ଭଲ ହେବା ବୋଲି ଚିନ୍ତା କରିବା ଏବଂ ତା’ରି ପଛରେ ଗୋଡାଇବା ଆମେ କେବେ ହେଲେ ଭଲ ମଣିଷ ହୋଇପାରିବା ନାହିଁ ।

ଅନ୍ୟର ଦୋଷ ଦୁର୍ଗୁଣ ଦେଖିବା ସହ ଅନ୍ୟ ଉପରେ ଦୋଷ ଲଦିବା ଦ୍ଵାରା ମଣିଷ ଖରାପ ହୋଇଥାଏ । ଜଣେ ଯୁବକ ଭଲ ମଣିଷ ହେବାକୁ ଚାହିଁଲେ ଓ ଜଣେ ଗୁରୁଜୀଙ୍କ ବିଷୟରେ ଶୁଣିଲେ ଯିଏକି ଭଲ ମଣିଷ ତିଆରି କରୁଛନ୍ତି । ତେଣୁ ସେ ଗୁରୁଙ୍କ ଆଶ୍ରମକୁ ଯାଇ ତାଙ୍କୁ ଭେଟି ତାଙ୍କର ଶିହୟ ହେବାକୁ ମନ ବଳାଇଲେ । ହେଲେ ସେ ଆଶ୍ରମକୁ ଯାଇ ନିରାଶରେ ଫେରି ଆସିଲେ । କାରଣ ଗୁରୁ କେବଳ ରାତି ସମୟରେ ଅନ୍ୟମାନଙ୍କୁ ଭେଟନ୍ତି । ଯୁବକ ଜଣକ ପୁଣି ଥରେ ରାତି ସମୟରେ ଗୁରୁଙ୍କୁ ଭେଟିବାକୁ ଗଲେ ।

ଗୁରୁ ସେତେବେଳେ ଆଶ୍ରମ ପାଖ ଜଙ୍ଗଲରେ କିଛି କାମ କରୁଥିଲେ । ହେଲେ ଗୁରୁଙ୍କୁ ଖୋଜିବାକୁ ଯାଇ ଯୁବକ ଜଣକ ଗୁରୁ ଖୋଲିଥିବା ଏକ ଗାଡରେ ପଡିଗଲେ । ଏହାପରେ ସେ କୌଣସିମତେ ସେଠାରୁ ବାହାରି ଗୁରୁଙ୍କ ପାଖରେ ପହଞ୍ଚିଲେ ଆଉ ଗୁରୁଙ୍କୁ ତାଙ୍କ ସମସ୍ଯା କହିଲେ । ଗୁରୁ ଏହା ଶୁଣି ତାଙ୍କୁ ପଚାରିଲେ, ତୁମେ କାହିଁକି ଗାଡରେ ପଡିଗଲ ? ଏହା ଶୁଣି ଯୁବକ ଚୁପ୍ ରହିଲେ ଓ କିଛି କହିପାରିଲେ ନାହିଁ । ତେଣୁ ଦୁରୁ କହିଲେ ତୁମେ ଯାଇ ଚିନ୍ତା କର ଓ ତା’ପରେ ଫେରି ମୋତେ ଏହାର ଉତ୍ତର ଦିଅ ।

ତା’ପରେ ଯାଇ ମୁଁ ତୁମକୁ ଶିଷ୍ୟ ରୂପେ ଗ୍ରହଣ କରିବି । ଯୁବକ ସବୁବେଳେ ଚିନ୍ତା କଲେ କେଉଁଠି ଅସୁବିଧା ହେଲା ମୁଁ କାହିଁକି ଗାଡରେ ପଡିଲି । ମନରେ ଉତ୍ତର ଆସିଲା, ଅନ୍ଧାର ରାତି କିମ୍ବା ଗୁରୁ ଗାଡ ଖୋଲିଥିବା ଯୋଗୁଁ ସେ ସେଥିରେ ପଡିଗଲେ । କିନ୍ତୁ ଏଥିରେ ତାଙ୍କ ମନ ବୁଝିଲାନି ସେ ଗୋଟିଏ ମାସ ପରେ ଉତ୍ତର ପାଇ ଗୁରୁଙ୍କ ପାଖରେ ଆସି ପହଞ୍ଚିଲେ । ଆଉ ଗୁରୁଙ୍କୁ କହିଲେ, ଆଜ୍ଞା ଗୁରୁ ମୁଁ ମୋର ଅସତର୍କତା କାରଣରୁ ହିଁ ଗାଡରେ ହିଁ ଗାଡରେ ପଡିଗଲି ।

ଏହା ଶୁଣି ଗୁରୁ ତାଙ୍କୁ ତୁରନ୍ତ ଶିଷ୍ୟ ରୂପେ ଗ୍ରହଣ କଲେ । ଯେକୌଣସି ପରିସ୍ଥିତିରେ ଦୁର୍ବଳ ପଡିବା ନିଜ ଉପରେ ନିର୍ଭର କରିଥାଏ । କିନ୍ତୁ ଆମେ ସବୁବେଳେ ନିଜକୁ ନଦେଖି ଅନ୍ୟ ଉପରେ ଦୋଷକୁ ଲଦି ଦେଉ । ତେଣୁ ଯିଏ ଯେକୌଣସି ପରିସ୍ଥିତି ପାଇଁ ପ୍ରଥମେ ନିଜକୁ ଦାୟୀ କରିଥାଏ ସେ ହେଉଛି ଭଲ ମଣିଷ । ଭଲ ଲୋକ ଜୀବନରେ ଅନେକ ଅସୁବିଧା ଆସିଥାଏ, କିନ୍ତୁ ଧୈର୍ଯ୍ୟ ହିଁ ତାଙ୍କୁ ସେଥିରୁ ପାର ହେବାରେ ସାହାଯ୍ୟ କରେ ।

ଯଦି କେବେ ତାଙ୍କ ଦ୍ଵାରା କିଛି ଭୁଲ ହୋଇଯାଉଛି ତେବେ ସେ ତାହା ବୁଝି ନିଶ୍ଚିତ ଅନୁତାପ କରନ୍ତି ଓ ସୁଧାରିବା ପାଇଁ ମଧ୍ୟ ଚେଷ୍ଟା କରନ୍ତି । ଏହୁସବୁ ଗୁଣରୁ ଆପଣ ଜଣେ ଭଲ ଲୋକଙ୍କୁ ଚିହ୍ନି ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।