ଘୋଡାରେ ବସି ଭାଉଜକୁ ବାହା ହେବା ପାଇଁ ଗଲା ଭଉଣୀ । ଭାଇ ପାଇଁ ଭାଉଜ ମଥାରେ ଦେଲା ସିନ୍ଦୂର । ଭାଇର ବାହାଘର ହେବାର ଥିଲା ହେଲେ ଭଉଣୀ ନିଜେ ଭାଉଜକୁ ବାହା ହେଲା । ଏକଥା ଶୁଣି ହଠାତ ଆପଣ କିଛି ବୁଝି ପାରୁ ନଥିଲେ ବି ଏହା ଏକଦମ ସତ । ଜଣେ ଭଉଣୀ କିଭଳି ନିଜ ଭାଉଜକୁ ବାହା ହୋଇପାରିବ ଏକଥା ଆପଣ ଭାବୁଥିବେ । ବରବେଶରେ ଘୋଡାରେ ବସି ରୋଷଣୀ ନେଇ ଶ୍ଵଶୁର ଘରକୁ ଯାଇଥିଲା ବରର ଭଉଣୀ ।

ଆଉ ଶ୍ଵଶୁର ଘରେ ପହଞ୍ଚିବା ପରେ ନଣନ୍ଦ ଓ ଭାଉଜଙ୍କର ବାହାଘର ହୋଇଛି । ନଣନ୍ଦ ନିଜ ଭାଉଜ ମଥାରେ ସିନ୍ଦୂର ଦେଇ ତାଙ୍କୁ ବାହା ହୋଇଛି । ଦେଶର ଏକ ପାହାଡିଆ ଅଞ୍ଚଳରେ ଏଭଳି ଏକ ବିବାହ ପରମ୍ପରା ରହିଛି । ସେଠାରେ ବରର ଭଉଣୀ ବରବେଶ ସାଜି କନିଆଁ ଘରକୁ ଯାଏ ଓ ରୀତିନୀତି ପରମ୍ପରା ସହ ବାହା ହୋଇ ଭାଉଜକୁ ଘରକୁ ନେଇ ଆସେ । ହିମାଚଳ ପ୍ରଦେଶର ଏକ ଜନଜାତି ଅଞ୍ଚଳ ଲାହୋଲ ସ୍ଫୀତିରେ ଏମିତି ଏକ ଅଜବ ବାହାଘର ଦେଖିବାକୁ ମିଳିଛି ।
ଏହି ଜନଜାତିର ପରମ୍ପରା ଅନୁଯାୟୀ ବରର ଭଉଣୀ ବା ନଣନ୍ଦ ନିଜ ଭାଉଜ ମଥାରେ ସିନ୍ଦୂର ଦେଇ ତାଙ୍କ ସହ ସାତଫେରା ନିଅନ୍ତି । ଏପରିକି ଅଗ୍ନିକୁ ସାକ୍ଷୀ ରଖି ସାତ ବଚନ ମଧ୍ୟ ଖାଇଥାନ୍ତି । ଏହାପରେ ଭାଉଜ ଘରକୁ ଆସେ ଓ ପୁଣି ଥରେ ଭାଇ ସହ ତାଙ୍କର ବାହାଘର ହୁଏ ।

ଯଦି କେଉଁ ଭାଇର ଭଉଣୀ ନାହିଁ ତେବେ ତାଙ୍କର ମଧ୍ୟ ବିକଳ୍ପ ରହିଛି । ଭଉଣୀ ନଥିଲେ ଭାଇର ଭାଇ ମାନେ ଦିଅର ଭାଉଜକୁ ବାହା ହୁଅନ୍ତି । ଅନେକ ବର୍ଷ ତଳେ ଏହି ଜନଜାତିରେ ଏଭଳି ଏକ ପରମ୍ପରା ଆରମ୍ଭ ହୋଇଥିଲା । କୌଣସି କାରଣରୁ ବିବାହ ଦିନ ବର ଘରେ ନଥିବାରୁ ପ୍ରଥମେ ଏହିଭଳି ବାହାଘର କରା ଯାଇଥିଲା ।
ସେବେଠାରୁ ବିବାହ ପରମ୍ପରା ବଦଳିଗଲା । ଏହା ପରଠାରୁ ସେଠାରେ ଭାଇ ପାଇଁ ପ୍ରଥମେ ଭଉଣୀ କିମ୍ବା ଭାଇ ଯାଆନ୍ତି ବାହା ହେବା ପାଇଁ । ତେବେ ଏଭଳି ବିବାହ ପରମ୍ପରା ଉପରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।