ଭାଇରାଲ ସସ୍ମିତାଙ୍କ ଗୀତ ଶୁଣିଲେ ଅଭିନେତା Siddhant, ଆଉ କହିଲେ Sasmita ଆଗକୁ ଭଲ ସିଙ୍ଗର ହୋଇପାରନ୍ତି !

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସସ୍ମିତା ଜେନା ଙ୍କୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । କାରଣ ତାଙ୍କର ପ୍ରଥମ ଗୀତ ଏତେ ମିଲିୟନ କୁ ଛୁଇଁଛି । ଆଉ ଏହାରି ମଧ୍ୟରେ ଓଲିଉଡ ଜଗତରେ ଅନେକ କଳାକାର ମାନେ ସସ୍ମିତା ଙ୍କୁ ନିଜ ନିଜର ମତ ରଖିଛନ୍ତି । ତେବେ ଓଲିଉଡ ର ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ସସ୍ମିତାଙ୍କ ଗୀତ ଶୁଣିବା ପରେ ଏତେ ଇମ୍ପ୍ରେସ ହୋଇଛନ୍ତି ଯେ ନିଜର ମତ ରଖିଛନ୍ତି ।

ସିଦ୍ଧାନ୍ତ କହିଛନ୍ତି ଯେ “ସସ୍ମିତା ପାଖରେ ଏତେ ସୁନ୍ଦର ଗୋଟେ କାନ୍ଥ ଅଛି ଯେମିତି କୁହନ୍ତି ସରସ୍ଵତୀ ବିଜେ କରନ୍ତି କଣ୍ଠ ରେ । ସେମିତି କଣ୍ଠ ଭଗବାନ ତାଙ୍କୁ ଦେଇଛନ୍ତି । ଯଦି ତାଙ୍କୁ ପ୍ରପର ଗାଇଡ କରାଯାଏ ଆଉ ସେ  ପରିଶ୍ରମ କରିବେ ତା ହେଲେ ମୁଁ ଭାବୁଛି ସେ ଆହୁରି ସୁନ୍ଦର ଗୀତ ଗାଇ ପାରିବେ । ଯଦି ତାଙ୍କୁ ସେମତି ସୁଯୋଗ ମିଳେ ସେ ନିଶ୍ଚୟ ଓଲିଉଡ ଇଣ୍ଡଷ୍ଟ୍ରିକୁ ଆସି ପାରିବେ । ସେ ଚାହିଁଲେ ପଳେ ବ୍ୟାକ ଶିଙ୍ଗିଙ୍ଗ ମଧ୍ୟ କରିବେ ।

ଯଦି ଭଲ ଭାବରେ ପରିଶ୍ରମ କରିବେ ସେ ସିନେମାରେ ପ୍ଲେ ବ୍ୟାକ ଶିଂଗର ହୋଇ ପାରିବେ । ଏଟା ଗୋଟେ ଇତିହାସ ହୋଇଯିବ । ମୁଁ ଧନ୍ୟବାଦ ଜଣାଇବି ରାହୁଲ ଙ୍କୁ । ସସ୍ମିତା ଙ୍କୁ ଚିହ୍ନି ରାହୁଲ ସସ୍ମିତାଙ୍କୁ ଯେଉଁ ଭଳି ଭାବେ ସୁଯୋଗ ଦେଇଛନ୍ତି ସେଥିପାଇଁ ଉଁ ତାଙ୍କୁ ଧନ୍ୟବାଦ ଦେବୀ । ଆମ ଓଡିଶା ମାଟି ହେଉଛି ଉତ୍କୃଷ୍ଟ କଳାର ଦେଶ । ବିଭିନ୍ନ ପରମ୍ପରା ଓ କଳା ରହିଛି ।

ଲୋକ କଳା ହେଉ କି ଲୋକ ସଂଗୀତା ହେଉ ଆମ ପାଟିରେ ଭରପୁର ରହିଛି । ଆମ ମାଟି ରେ କଳା ର ଅଭାବ ନାହିଁ କି କଳାକାରଙ୍କର ଅଭାବ ନାହିଁ । ସସ୍ମିତା ହେଉଛନ୍ତି ଆଉ ଜଣେ ଦୃଷ୍ଟାନ୍ତ ଏହାର । ବହୁତ ଖୁସି ଲାଗିଲା । ସସ୍ମିତା ଆଗକୁ ଯାଇ ଜଣେ ଶିଂଗର ନ ହୋଇପାରିବ ସେ କଥା କିଏ କହି ପାରିବ ?

କିନ୍ତୁ ସୋସିଆଲ ମିଡିଆ ପାଇଁ ଏଟା ଗୋଟେ ପଜେଟିଭ ଉଦାହରଣ ଯେମିତି ଏବେ ସସ୍ମିତା ଙ୍କୁ ନେଇ ଭିଡିଓ ଭାଇରାଲ ହେଉଛି । ମୁଁ ସସ୍ମିତା ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଉଛି । ସେ ଆଗକୁ ଆହୁରି ଉନ୍ନତି କରନ୍ତୁ । ବହୁତ ପରିଶ୍ରମ କରନ୍ତୁ । ନିଶ୍ଚିନ୍ତ ଭାବେ ସଫଳତା ତାଙ୍କ ପାଦ ତଳକୁ ଆସିବ । କଳା ବା କଳାକାର ଯେଉଁ ମାନେ ଅଛନ୍ତି କେଉଁଠି ନା କେଉଁଠି ଲାଗେ ଭଗବାନ ଙ୍କ ଆଶୀର୍ବାଦ ନ ଥିଲେ ଏଟା ହେବ ନାହିଁ । ଏଣୁ ନିଶ୍ଚିନ୍ତ ଭାବେ ଚେଷ୍ଟା କରିବା ଉଚିତ । ଗୀତ ଗାଇଲେ ସସ୍ମିତା ନିଜ ପରିବାରକୁ ଚଳାଇବାକୁ ସକ୍ଷମ ହୋଇ ପାରିବେ” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।