ଭାଇ ମାନସିକ ବିକୃତ ଥିବାରୁ ଭଉଣୀ କରୁଛି ଏମିତି ସେବା, ଦେଖିଲେ ଆପଣ ବି କରିବେ ସଲାମ….

ବାପା କି ମା ନାହାନ୍ତି । ବଡ ଭାଇ ର ଏବେ ପୁରା ଦାୟିତ୍ଵ ସାନ ଭଉଣୀ ଉପରେ । ଖାଇବା ଠାରୁ ଆରମ୍ଭ କରି ଶୋଇବା ସବୁ କିଛି ସକାଳ ସନ୍ଧ୍ୟା ଯାଏଁ ଭାଇ ସେବାରେ ଲାଗିଛି ଭଉଣୀ । ମନରେ ଦୁଃଖ ବି ନାହିଁ । ହଁ ଦର୍ଶକ ବନ୍ଧୁ ଭଉଣୀ କହୁଛି ମୋ ପାଇଁ ମୋ ଭାଇ ବଡ । ଭାଇ ହାତରେ ରାକ୍ଷୀ ନୁହେଁ ଗାମୁଛା ବନ୍ଧା ହେଉଛି । କାରଣ ଭାଇକୁ ଗାମୁଛା ରେ ନ ବାନ୍ଧିଲେ ଭଉଣୀ ପାଖରୁ ଭାଇ କୁଆଡେ ଯେ ଯିବ ତାକୁ ଖୋଜି ପାଇବା କଷ୍ଟକର ହୋଇ ପଡିବ ।

ଇଚ୍ଛା ନ ଥିଲେ ବି କିଛି ଉପାୟ ନାହିଁ । ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ସେଥିପାଇଁ ଭାଇ ହାତରୁ ଗାମୁଛା ଖୋଲି ଭଉଣୀ ଭାଇ ହାତରେ ବାନ୍ଧିଛି ରାକ୍ଷୀ । ଏଭଳି ଛାତିଥରା ଦ୍ରୁଶ୍ଯ ଦେଖିବାକୁ ମିଳିଛି ରେଣାଖୋଲ ବ୍ଲକ ବଡମାହଲ ପଞ୍ଚାୟତ ନଇନ୍ଦାମାଳ ଗାଁ ରେ । ଏହି ଗାଁ ର ଯୁବକ ହେଉଛନ୍ତି ଶାନ୍ତୁନୁ ମିର୍ଦା । ସେ ଘରର ବଡ ପୁଅ । ହେଲେ ମାନସିକ ସ୍ଥିତି ଠିକ ନ ଥିବାରୁ ଜୀବନ ତାଙ୍କର ଦୁର୍ବିସହ ହୋଇ ପଡିଛି ।

ନା ସେ କିଛି ଜାଣି ପାରୁଛନ୍ତି ନା କିଛି କରି ପାରୁଛନ୍ତି । ବାପା ମା ଜୀବିତ ଥିବା ବେଳେ ଯାହା ଯେମିତି ସେବା କରୁଥିଲେ । ଏବେ ସାନ ଭଉଣୀ ପରିବାର ବୋଝ ସମ୍ଭାଳୁଛି । ବଡ ଭାଇ ର ସେବନା କରିବା ସହ ସାନ ଭାଇ ର ବି ଯତ୍ନ ନେଉଛି ଭଉଣୀ । ସନ୍ତୁନୁ କୁ ଭଲ କରିବା ପାଇଁ ଭଉଣୀ ପ୍ରମିଳା ଅନେକ ଚେଷ୍ଟା କରିଛନ୍ତି । ଘରେ ଯାହା ଜମା ପୁଞ୍ଜି ଥିଲା ତାକୁ ବି ସାରି ଦେଇଛନ୍ତି ।

ହେଲେ ଭାଇ ଭଲ ହେଲା ନାହିଁ । ଭାଇ ଭଲ ହେଲାନି ବୋଲି ହତାଦର ନ କରି ପ୍ରମିଳା ତାଙ୍କର ସେବା ଯତ୍ନ କରି ଦୁନିଆ ଲାଗି ଉଦାହରଣ ପାଲଟିଛି । 3 ପିଲାଙ୍କ ସହ ବୁଢୀ ମାଉସୀ ଓ ଆଈ ଗୋଟେ ଘରେ ରହୁଛନ୍ତି । ସରକାରୀ ଚାଉଳ ରେ ସଂସାର ଚାଲୁଅଛି । ଏତେ ଦୁଃଖ ରେ ଥିବା ପରେ ବି ଏମାନଙ୍କୁ ମିଳିନି ସରକାରୀ ସୁବିଧା ଓ ଭତ୍ତା ।

ବୁଢୀ ମାଉସୀ ପର ଦୁଆରେ ମୂଲ ଲାଗି ଯେତିକି ଆନୁଛି ସେତିକିରେ ପରିବାର ଚାଲୁଅଛି । ଏ ପରିବାରକୁ ତୁରନ୍ତ ସରକାରୀ ସହାୟତା ଦେବା ପାଇଁ ଦାବି କରିଛନ୍ତି ଗାଁ ଲୋକେ । ସେପଟେ ବିଡିଓ କହିଛନ୍ତି ପ୍ରମିଳା ଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ସହ ଶାନ୍ତୁନୁ କୁ ଉଧାର କରାଯାଇ ତାଙ୍କର ଚିକିତ୍ସା କରାଯିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।