ବେଦି ଉପରେ ବସିଛନ୍ତି ବର ଓ କନ୍ୟା । ହାତ ଗଣ୍ଠି ପଡିବା ସହ ଅଗ୍ନି ଓ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ସଂପୂର୍ଣ୍ଣ ରୀତିନୀତିରେ ବିବାହ ହେଉଛି । ଏହି ବାହାଘର ନିଆରା ହେବା ଯୋଗୁଁ ବାହାଘର ଦେଖିବାକୁ ଆଖପାଖର ଲୋକମାନେ ଭିଡ ଜମାଇଛନ୍ତି । ଏହି ବାଘର ପଛରେ ଥିବା କାହାଣୀ ଶୁଣିଲେ ଆପଣ ବି ଏହି ଦୁଇ ଯବାନଙ୍କୁ ସଲାମ ନକରି ରହି ପାରିବେନି । କାରଣ ଏହି ଦୁଇ ଯବାନ ଗୋଟିଏ ଅନାଥ ଝିଅର ଭାଇ ସାଜିଛନ୍ତି । ଝିଅର ନିଜର ବୋଲି କେହି ନଥିବା ବେଳେ ନିଜର ହୋଇ ତାଙ୍କର ବାହାଘର କରିଛନ୍ତି ।
ଯାହାପରେ ଏବେ ସବୁଆଡେ ପ୍ରଶଂସାର ପାତ୍ର ହୋଇଛନ୍ତି ଏହି ଦୁଇ ଯବାନ । ବାହାଘରର ସବୁ ଖର୍ଚ୍ଚ ନିଜେ ତୁଲାଇବା ସହ ପାଣି ଗ୍ରହଣ, ବିବାହ ଓ ଭୋଜିଭାତ ପର୍ଯ୍ଯନ୍ତ ସବୁକିଛି କରିଛନ୍ତି । ଏଭଳି ଏକ ନିଆରା ଘଟଣା ଦେଖିବାକୁ ମିଳିଛି ଯାଜପୁର ବରୀ ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଆନନ୍ଦପୁର ଗାଁରେ । ଉକ୍ତ ଝିଅଙ୍କର ବାପା ଗତ ତିନି ବର୍ଷ ହେବ ମୃତ୍ୟୁବରଣ କରିଥିବା ବେଳେ ମାଆ ୬ ବର୍ଷ ତଳେ ଚାଲି ଯାଇଛନ୍ତି । ତାଙ୍କ ଭାଇଙ୍କ ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନୁହେଁ ଯେ ସେ ଠିକ ଭାବେ ଭଉଣୀର ବାହାଘର କରିପାରିବେ ।
ଏସବୁ ଶୁଣିବା ପରେ ତାଙ୍କୁ ବହୁତ ଦୁଃଖ ଲାଗିଥିଲା । ଏଭଳି ଏକ କାର୍ଯ୍ୟ କଲେ ତାଙ୍କୁ ଆତ୍ମସନ୍ତୋଷ ମିଳିବ ବୋଲି ସେମାନେ ଚିନ୍ତା କରିଥିଲେ । ଯାହାପରେ ଅନାଥ ଝିଅକୁ ଭଉଣୀ କରି ତା’ର ବିବାହ କରିଥିଲେ ଦୁଇ ଯବାନ । ଏହି କାର୍ଯ୍ୟ କରିବା ପରେ ତାଙ୍କୁ ବହୁତ ଖୁସି ଲାଗୁଛି ବୋଲି ସେ କହିଛନ୍ତି । ଏଭଳି ସମାଜରେ ଥିବା ଅସହାୟ ଲୋକଙ୍କ ସାହାଯ୍ୟ କରିବା ପାଇଁ ସେ ବାର୍ତ୍ତା ଦେଇଛନ୍ତି ।
ଏହି ଅନାଥ ଯୁବତୀଙ୍କ ବିବାହ ଠିକ ହୋଇ ସାରିଥିଲେ ମଧ୍ୟ ଅର୍ଥ ଅଭାବରୁ ବାହାଘର ହୋଇପାରୁ ନଥିଲା । ଏହା ଜଣାଇବା ପରେ ସେହି ଗାଁର ଏସଏସବି ଯବାନ ଚିରଞ୍ଜୀବ ବେହେରା ଓ ତାଙ୍କ ସହ ନେପାଲ ବର୍ଡରରେ ମୁତୟନ ଥିବା ବିଞ୍ଝାରପୁର ବ୍ଲକ ବାରମୁକୁଳି ଗାଁର ସଂଗ୍ରାମ ନାୟକ ଏହି ଅନାଥ ଯୁବତୀଙ୍କ ବାହାଘରର ଦାୟିତ୍ଵ ନେଇଥିଲେ । ସେମାନେ ଆଗେଇ ଆସିବା ପରେ ଗାଁର ଅନ୍ୟ ଯୁବକମାନେ ମଧ୍ୟ ସହଯୋଗ କରିଥିଲେ ।
ସମସ୍ତଙ୍କ ସହଯୋଗରେ ଗତ ୨୬ ତାରିଖରେ ସମ୍ପୂର୍କ୍ତ ଯୁବତୀଅଙ୍କ ବିବାହ ଶେଷ ହୋଇଛି । ସବୁ ପର୍ବପର୍ବାଣିରେ ଦୁଇ ଯବାନ ସେହି ଯୁବତୀଙ୍କ ଶାଶୁଘରେ ପହଞ୍ଚିବେ ବୋଲି ମଧ୍ୟ କଥା ଦେଇଛନ୍ତି । ଯବାନଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ସବୁଆଡେ ପ୍ରଶଂସା ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।