ଭାଗ୍ୟଶାଳୀ ଝିଅ ମାନଙ୍କୁ ଚିହ୍ନିବା କିପରି ? ଜାଣନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଝିଅମାନେ ଏପରି ହୋଇଥାନ୍ତି ଯାହାର ସୌଭାଗ୍ୟରେ ବାପ ଘରେ ଓ ଶାଶୁ ଘରେ ଧନର ବର୍ଷା ହୋଇଥାଏ । ଏପରି ଝିଅମାନେ ଯେଉଁଠି ବି ରୁହନ୍ତି ସେଠାରେ ସୁଖ ସମୃଦ୍ଧି ଓ ବୈଭବ ବଢିବାକୁ ଲାଗିଥାଏ । ଏପରି ସୁଲକ୍ଷଣୀ ଝିଅମାନଙ୍କର ପରିଚୟ ତାଙ୍କର ଅଙ୍ଗମାନଙ୍କର ଆକାର ଶୈଳୀ ଏବଂ ରଙ୍ଗରୁ ଜଣା ପଡିଥାଏ । ଆସନ୍ତୁ ଜାଣିବା ଏହି ସବୁ ଲକ୍ଷଣ ଆଉ ଚିହ୍ନ ଯାହାକୁ ଦେଖି ଜାଣି ପାରିବା ଯେ ସେହି ଝିଅଟି ଶୁଭ ଅଟେ କି ନାହିଁ ।

୧. ଯେଉଁ ମହିଳାମାନଙ୍କର କାନ ଯଦି ଟିକେ ଲାଲ ହୋଇଥାଏ ତଳ ଆଡକୁ ମୁନିଆ ଓ ଉପର ଆଡକୁ ଓସାରିଆ ଓ ମୋଟା ହୋଇଥାଏ ତେବେ ଏପରି ମହିଳା ଭାଗ୍ୟବାନ ହୋଇଥାନ୍ତି ।

୨. ଯେଉଁ କନ୍ୟାଙ୍କର ଗୋଡର ଆଙ୍ଗୁଠି ଟିକେ ଉପରକୁ ଉଠିକରି ଲଗାଲଗି ଓ ମୋଟା ହୋଇଥାଏ ତେବେ ସେମାନେ ସମୃଦ୍ଧିଶାଳୀ କନ୍ୟା ହୋଇଥାନ୍ତି ।

୩. ଭାଗ୍ୟଶାଳୀ କନ୍ୟାଙ୍କର ହାତ ଲମ୍ବା ହୋଇଥାଏ ।

୪. ଯେଉଁ କନ୍ୟାଙ୍କର ନାଭି ଗଭୀର ହୋଇଥାଏ ସେମାନେ ଲକି ହୋଇଥାନ୍ତି ।

୫. ଜନ୍ମରୁ ଭାଗ୍ୟଶାଳୀ କନ୍ୟାଙ୍କର ଆଖିର ଧଳା ଭାଗଟି କ୍ଷୀର ଭଳି ଧଳା ହୋଇଥାଏ ତା ସହିତ ଟିକେ ଲାଲିମା ସର୍ବଦା ରହିଥାଏ ।

୬. ଯେଉଁ ମହିଳାଙ୍କର ପାଦର ତଳ ଭାଗଟି ଚିକ୍କଣ ହୋଇଥାଏ, ସେମାନେ ପରିବାର ପାଇଁ ଶୁଭ ହୋଇଥାନ୍ତି । ଏହାର ବିପରୀତ ଯେଉଁ କନ୍ୟାର ପାଦର ଗୋଇଠି ଫାଟୁଥାଏ ସେମାନେ ସର୍ବଦା ଦୁଃଖରେ ଜୀବନ କାଟିଥାନ୍ତି ।

୭. ଯେଉଁ ମହିଳାଙ୍କର କପାଳଟି ଟିକେ ଉନ୍ନତ ଅର୍ଥାତ କପାଳଟି ଟିକେ ବାହାର ଆଡକୁ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୮. ଯେଉଁ ମହିଳାଙ୍କର ଆଇବ୍ରୋ ମଝିରେ କଳାଜାଇ ଥାଏ ସେମାନଙ୍କୁ ଶୁଭ ବୋଲି ବିଚାର କରାଯାଏ ।

୯. ଚିକ୍କଣ ଓ ଲାଲ ଜିଭ ଥିବା ମହିଳାମାନେ ସର୍ବଦା ସୌଭାଗ୍ୟଶାଳୀ ହୋଇଥାନ୍ତି ।

୧୦. ନାଭିର ଟିକେ ତଳକୁ କଳାଜାଇ କିମ୍ବା କୌଣସି ଚିହ୍ନ ଥିଲେ ଏହା ଭାଗ୍ୟଶାଳୀ ମହିଳା ହେବାର ସଙ୍କେତ ଦେଇଥାଏ ।

୧୧. ଛୋଟ ବେକ ଥିବା କନ୍ୟାମାନେ ପ୍ରାୟତଃ ଲକି ହୋଇଥାନ୍ତି ।

୧୨. ଯେଉଁ କନ୍ୟାଙ୍କର ଓଠ ସର୍ବଦା ଲାଲ ରହିଥାଏ ସେମାନେ ଯେଉଁ ସ୍ଥାନରେ ରୁହନ୍ତି ସେଠାରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି ।

୧୩. ପାଦରେ ଫୁଲ, ଚକ୍ର ଓ ଶଙ୍ଖ ଆଦି ଶୁଭ ଚିହ୍ନ ଥିବା କନ୍ୟା କୌଣସି ଉଚ୍ଚ ଅଧିକାରୀଙ୍କର ପତ୍ନୀ ହେବାର ସଙ୍କେତ ଦେଇଥାଏ ।

୧୪. ଝିଅମାନଙ୍କର ସିଧା ଓ ଆଗକୁ ଟିକେ ବଡ ହୋଇଥିବା ନାକଟି  ଐଶ୍ଵର୍ଯ୍ୟର ସଙ୍କେତ ଦେଇଥାଏ ।

୧୫. ଯେଉଁ ମହିଳାଙ୍କର ଗୋଇଠିରେ ସର୍ପ ଆକାରର ଚିହ୍ନ ରହିଥାଏ ସେମାନେ ଭାଗ୍ୟଶାଳୀ ଓ ଧନୀ ହୋଇଥାନ୍ତି ଓ ତାଙ୍କ ଉପରେ ଇଶ୍ଵରଙ୍କର କୃପା ସର୍ବଦା ରହିଥାଏ ।