ଗୌତମ ଗମ୍ଭୀରଙ୍କୁ ନୂଆ ଦିଲ୍ଲୀର ସିଟରୁ ମିଳି ପାରେ ଟିକେଟ, ଲଢି ପାରନ୍ତୁ ଏଥର ଇଲେକ୍ସନ, କିଛି ଏମିତି କହିଲେ ଗମ୍ଭୀର …

ରାଜନୀତି ଏକ ଏମିତି ମଞ୍ଚ ଅଟେ ଯେଉଁଠି ଆସି ସମସ୍ତେ ଫେମସ ହେବାର ସ୍ଵପ୍ନ ଦେଖିଥାନ୍ତି । ବଲୀଉଡର କେତେ ଷ୍ଟାରମାନେ ବି ରାଜନୀତିରେ ପ୍ରବେଶ କରିଛନ୍ତି । କେବଳ ବଲୀଉଡ ଜଗତର ନୁହେଁ କ୍ରିକେଟ ଜଗତର ବି କେତେକ ଖେଳାଳି ମାନେ ବି ରାଜନୀତିରେ ପାଦ ରଖି ସାରିଛନ୍ତି । ବର୍ତ୍ତମାନ ହିଁ କ୍ରିକେଟ ଦୁନିଆରୁ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛିନ୍ତି ଗୌତମ ଗମ୍ଭୀର ।

କହି ଦେଉଛୁ ଯେ ଗତ ବର୍ଷ ଡିସେମ୍ବର ମାସରେ ଗୌତମ ଗମ୍ଭୀର କ୍ରିକେଟ ଦୁନିଆରୁ ସନ୍ୟାସ ନେଇଥିଲେ । ବର୍ତ୍ତମାନ ଏହା ଖବର ଆସୁଛି କି ସେ ରାଜନୀତିରେ ପାଦ ରଖିବାକୁ ଯାଉଛନ୍ତି । ୨୦୧୯ର ଲୋକସଭା ଇଲେକ୍ସନ ପାଇଁ ସମସ୍ତ ପାର୍ଟି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସୂଚନା ଅନୁସାରେ ବିଜେପି ତରଫରୁ ନୂଆ ଦିଲ୍ଲୀ ସିଟ ଉପରେ ଗୌତମ ଗଭୀର ଇଲେକ୍ସନ ଲଢି ପାରିବେ । କହି ଦେଉଛୁ ଯେ ବିଜେପି ନୂଆ ଦିଲ୍ଲୀ ସିଟରେ ତାଙ୍କ ନାମରେ ମୋହର ଲଗାଇ ସାରିଛନ୍ତି ।

ବର୍ତ୍ତମାନ ନୂଆ ଦିଲ୍ଲୀର ସିଟରେ ମିନାକ୍ଷୀ ଲେଖି ବିଜେପିର ସଂସାଦ ଅଟନ୍ତି । ଅନ୍ୟ ପଟେ ଦିଲ୍ଲୀର ରାଜେନ୍ଦ୍ର ନଗରରେ ଗୌତମ ଗମ୍ଭୀରଙ୍କର ଘର ଅଛି । ରାଜେନ୍ଦ୍ର ନଗର ନୂଆ ଦିଲ୍ଲୀର ଲୋକସଭା ସିଟରେ ଆସୁଛି । କହି ଦେଉଛୁ ଯେ ଗୌତମ ଗମ୍ଭୀର ଏମିତି କିଛି ଟ୍ୱୀଟ କରିଛନ୍ତି ଯାହା ପରେ ଏହା ଲାଗୁଛି କି ଗୌତମ ଗମ୍ଭୀର ଅନ୍ୟ ରାଜନୀତିକ ପାର୍ଟି ଅପେକ୍ଷା ବିଜେପିର ଅଧିକ ପାଖାପାଖି ଅଟନ୍ତି ।

କିଛି ଦିନ ତଳେ ହିଁ ଗୌତମ ଗମ୍ଭୀର ଦିଲ୍ଲୀର ସିଏମ କେଜରୀବାଲଙ୍କର ଆନ୍ଦୋଳନ ଉପରେ ଆକ୍ରମଣ କରି କହିଥିଲେ କି ‘ଦିଲ୍ଲୀରେ ୨ କୋଟିରୁ ଅଧିକ ଲୋକ ଅଛନ୍ତି ଏବଂ ସେମାନେ ହଜାର ସମସ୍ୟାରେ ଅଛନ୍ତି । କିନ୍ତୁ କଣ ସମାଧାନ ବାହାରିଲା । ମୁଖ୍ୟମନ୍ତ୍ରୀ କେଜରୀବାଲଙ୍କର ଏକ ନୂଆ ସ୍ପେଶଲ ଧାରଣା । ଲଜ୍ୟାର କଥା !

ଅନ୍ୟ ପଟେ କେଜରିବାଳଙ୍କର ବିଜ୍ଞାପନ ଖବର କାଗଜରେ ଛପା ଉପରେ ଗୌତମ ଗମ୍ଭୀର ଟ୍ୱୀଟ କରି ପ୍ରଶ୍ନ କରିଛନ୍ତି କି ‘ ସେ ଟାକ୍ସ ଦେଉଥିବା ଲୋକମାନଙ୍କର ଟଙ୍କାକୁ ନିଜର ଇଲେକ୍ସନ ପାଇଁ କାହିଁକି ବ୍ୟବହାର କରୁଛନ୍ତି ।

କହିଦେଉଛୁ ଯେ ଗୌତମ ଗମ୍ଭୀର ଯେତେବେଳେ କ୍ରିକେଟ ଦୁନିଆରୁ ସନ୍ୟାସ ନେଲେ ସେହି ସମୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରିକେଟ ଜଗତରେ ତାଙ୍କର ଯୋଗଦାନକୁ ପ୍ରଶଂସା କରି ଏକ ଚିଠି ଲେଖି ଥିଲେ । ଏମିତିରେ ଯଦି ଗୌତମ ଗମ୍ଭୀର ବିଜେପି ତରଫରୁ ଇଲେକ୍ସନ ଲଢୁଛନ୍ତି ତେବେ ତାଙ୍କର ବିଜୟ ନିଶ୍ଚିତ ଅଟେ । କାରଣ ନୂଆ ଦିଲ୍ଲୀରେ ଏହି ସିଟ ପଞ୍ଜାବୀ ମାନଙ୍କର ଉମ୍ମୀଦବାର ପାଇଁ ଫିଟ ବୋଲି କୁହାଯାଏ ।