ସାମୁଦ୍ରିକ ଶାସ୍ତ୍ର ଅନୁଆସାରେ କିଛି ଝିଅ ଏପରି ଥାନ୍ତି ଯାହାଙ୍କ ଭାଗ୍ୟରେ ବାପ ଘର ଓ ବିବାହ ପରେ ଶଶୁର ଘରେ ରାଣୀ ଭଳି ଜୀବନ ବିତାଇବାର ସୋଭାଗ୍ୟ ଥାଏ । ଅର୍ଥାତ ସେମାନଙ୍କ ଜୀବନରେ କେବେ ବି ଟଙ୍କା ଓ ଅନ୍ୟାୟ ଜିନିଷର ଅଭାବ ରହି ନ ଥାଏ ଓ ଜୀବନ ସୁଖ ସମୃଦ୍ଧିରେ ପରି ପୂର୍ଣ ଥାଏ । ଏହା ସହିତ ଏହି ଭଳି ଝିଅ ଯେଉଁ ସ୍ଥାନରେ ବିବାହ ରହିଥାନ୍ତି ସେହି ସ୍ଥାନରେ ସୁଖ ଓ ବୈଭବ ବୃଦ୍ଧି ହୋଇଥାଏ । ଏପରି ସୁଲକ୍ଷଣ ଝିଅ ମାନଙ୍କର ପରିଚୟ ତାଙ୍କର ଅଙ୍ଗ ମାନଙ୍କର ଆକାର ଶୈଳୀ ଏବଂ ରଙ୍ଗରୁ ଜଣା ପଡିଥାଏ । ଆସନ୍ତୁ ଜାଣିବା ଝିଅ ମାନଙ୍କର ଏହି ଲକ୍ଷଣ ଦ୍ୱାରା ଏହା ଶୁଭ ଅଟେ କି ଅଶୁଭ ଅଟେ ।
୧ – ସୁଲକ୍ଷଣ କନ୍ୟାଙ୍କର କାନ ଯଦି ନାଲି ହୋଇଥାଏ, ତାଙ୍କର କାନକୁ ମୁନିଆ ଓ ଉପର ଆଡକୁ ଓସାରିଆ ଓ ମୋଟା ହୋଇଥାଏ ତେବେ ସେହିଭଳି ମହିଳାମାନେ ଭାଗ୍ୟବାନ ହୋଇଥାନ୍ତି ।
୨ – ଯେଉଁ କନ୍ୟାଙ୍କର ଗୋଡ଼ର ଆଙ୍ଗୁଳି ଅଳ୍ପ ଉପରକୁ ଉଠି ଲଗା ଲଗି ଓ ମୋଟା ହୋଇଥାଏ ସେହି ଝିଅ ସମୃଦ୍ଧି ଶାଳୀ ହୋଇଥାନ୍ତି ।
୩ – ଭାଗ୍ୟଶାଳୀ କନ୍ୟାଙ୍କର ହାତ ଲମ୍ବା ହୋଇଥାଏ ।
୪ -ଯେଉଁ କନ୍ୟାଙ୍କର ନାଭି ଗଭୀର ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।
୫ – ଭାଗ୍ୟଶାଳୀ କନ୍ୟାଙ୍କର ଆଖିର ଧଳା ଅଂସ ଜନ୍ମରୁ କ୍ଷୀର ଭଳି ଧଳା ହୋଇଥାଏ ।
୬ – ଯେଉଁ ମହିଳାଙ୍କର ପାଦର ତଳ ଭାଗ ଚିକ୍କଣ ହୋଇଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ଓ ଯେଉଁ ମହିଳାଙ୍କ ପାଦର ଗୋଇଠି ଫାଟୁ ଥାଏ ସେମାନେ ଦୁଖୀ ହୋଇଥାନ୍ତି ।
୭ – ଯେଉଁ ମହିଳାଙ୍କର କପାଳ ବାହାର ଆଡକୁ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।
୮ – ଯେଉଁ ମହିଳାଙ୍କ ଆଇବ୍ରୋ ମଝିରେ କଲା ଯାଇ ଥାଏ ସେମାନେ ଭାଗ୍ୟଶାଳୀ ହୋଉଥାନ୍ତି ।
୯ – ଚିକ୍କଣ ଓ ନାଲି ଜିଭ ଥିବା ଵାଲା ମହିଳାମାନେ ଭାଗ୍ୟଶାଳୀ ହୋଇଥାନ୍ତି ।
୧୦ – ନାଭିର ଟିକିଏ ତଳକୁ କଲା ଯାଇ କିମ୍ବା କୌଣସି ଦାଗ ଥିଲେ ଏହି ମହିଳାମାନେ ଭାଗ୍ୟଶାଳି ହୋଇଥାନ୍ତି ।
୧୧ – ଛୋଟ ବେକ ଥିବା ମହିଳାମାନେ ଭାଗ୍ୟଶାଳୀ ହୋଇଥାନ୍ତି ।
୧୨ – ଯେଉଁ ମହିଳାଙ୍କର ଓଠ ସର୍ବଦା ନାଲି ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।
୧୩ – ଯେଉଁ ମହିଳାଙ୍କର ପାଦରେ ଫୁଲ, ଶଙ୍ଖ, ଚକ୍ର ଆଦି ଶୁଭ ଚିହ୍ନ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।
୧୪ – ସିଧା ଓ ଆଗକୁ ବଡ଼ ହୋଇ ରହିଥିବା ନାକ ଥିବା ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।
୧୫ – ଯେଉଁ ମହିଳାଙ୍କ ଗୋଇଠିରେ ସର୍ପ ଆକାରର ଚିହ୍ନ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।