ଏମିତି କାମ କରୁଥିବା ଲୋକଙ୍କୁ ଭଗବାନ ଶିବ ଦେଇଥାନ୍ତି କଠୋର ଦଣ୍ଡ, ଏମାନଙ୍କ ଉପରେ କରିଥାନ୍ତି କ୍ରୋଧ

ଭଗବାନ ଶିବଙ୍କର ପୂଜାର୍ଚ୍ଚନା ପାଇଁ ସବୁଠୁ ଭଲ ଦିନ ହୋଇଥାଏ ସୋମବାର । ଯଦି କୌଣସି ବ୍ୟକ୍ତି ନିଜର ଶ୍ରଦ୍ଧାର ସହ ଭଗବାନ ଶିବଙ୍କୁ ପୂଜା କରିଥାଏ, ତେବେ ସେହି ବ୍ୟକ୍ତିର ସମସ୍ତ ମନୋକାମନା ପୁରଣ ହୋଇଥାଏ । ହେଲେ ଶିବଙ୍କର କ୍ରୋଧ ମଧ୍ୟ ବହୁତ ଭୟଙ୍କର ଅଟେ । ଯଦି ଶିବଙ୍କୁ କ୍ରୋଧ ଆସିଯାଏ ତେବେ ତାଙ୍କୁ ଶାନ୍ତ କରିବା ବହୁତ କଷ୍ଟକର ଅଟେ । ଆଜି ଆମେ ଆପଣଙ୍କୁ ଶିବ ପୁରାଣରେ କୁହାଯାଇଥିବା ପାପ ବିଷୟରେ କହିବୁ । ଯଦି ଏହି ସବୁ ପାପ ମଧ୍ୟରୁ କୌଣସି ପାପ ମଣିଷ କରିଥାଏ, ତେବେ ସେହି ବ୍ୟକ୍ତିକୁ ଶିବଙ୍କର କଠୋର ଦଣ୍ଡ ସହିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ପରି କାର୍ଯ୍ୟ ଦ୍ଵାରା ଭଗବାନ ଶିବ କ୍ରୋଧ କରିଥାନ୍ତି ।

୧. ଯଦି କୌଣସି ବ୍ୟକ୍ତି ଜଣେ ସିଧା ସାଧା ବା ନିରୀହ ବ୍ୟକ୍ତିକୁ କୌଣସି ପ୍ରକାରର କଷ୍ଟ ଦେଇଥାଏ ବା ହାନି ପହଞ୍ଚାଏ, ତେବେ ଏହା ଦ୍ଵାରା ଶିବ କ୍ରୋଧୀତ ହୋଇଥାନ୍ତି । ଯାହାଫଳରେ ସେହି ବ୍ୟକ୍ତିକୁ ଶିବଙ୍କର କଠୋର ଦଣ୍ଡକୁ ସହିବାକୁ ପଡିଥାଏ ।

୨. ଯଦି କୌଣସି ବ୍ୟକ୍ତି ଅନ୍ୟ କାହା ପ୍ରତି ନିଜ ମନରେ ଦୁଶ୍ଚିନ୍ତା ରଖିଥାଏ, ତେବେ ଏହାକୁ ବହୁତ ବଡ ପାପ କୁହାଯାଏ । ଶିବ ପୁରାଣ ଅନୁସାରେ ଏହା ପାପର ଶ୍ରେଣୀରେ ଆସିଥାଏ ।

୩. ଶିବ ପୁରାଣରେ ବର୍ଣ୍ଣିତ ହୋଇଛି କି, ଯେଉଁ ବ୍ୟକ୍ତି ଖରାପ କଥା କହିଥାଏ ଓ ଅନ୍ୟର ଅପମାନ କରିଥାଏ ତେବେ ସେ ପାପର ଭାଗୀଦାର ହୋଇଥାଏ । ଭଗବାନ ଶିବ ତାକୁ କେବେବି କ୍ଷମା କରନ୍ତି ନାହିଁ ।

୪. ଯଦି କୌଣସି ବ୍ୟକ୍ତି ଭୁଲ ମାର୍ଗରେ ଯାଇ ନିଜର ଜୀବନ ଅତିବାହିତ କରିଥାଏ, ତେବେ ଭଗବାନ ଶିବ ଏଥିପାଇଁ କ୍ରୋଧ କରିଥାନ୍ତି । ଯାହାଫଳରେ ବ୍ୟକ୍ତିକୁ ଶିବଙ୍କର ପ୍ରକୋପର ସମ୍ମୁଖୀନ ହେବାକୁ ପଡିଥାଏ ।

୫. ଯଦି କୌଣସି ବ୍ୟକ୍ତି କାହାର ଧନକୁ ହାତେଇଥାଏ ବା ଏହିପାରି କିଛି ଇଚ୍ଛା ରଖିଥାଏ, ତେବେ ଭଗବାନ ଶିବ ତାକୁ କେବେବି କ୍ଷମା କରନ୍ତି ନାହିଁ ।

୬. ଯଦି କୌଣସି ବ୍ୟକ୍ତି ପର ସ୍ତ୍ରୀ ପ୍ରତି ଖରାପ ନଜର ରଖିଥାଏ, ତେବେ ଏହି ପ୍ରକାର ଲୋକଙ୍କୁ ଭଗବାନ ଶିବ କଠୋର ରୁ କଠୋର ଦଣ୍ଡ ଦେଇଥାନ୍ତି ।

ଏହି ସବୁ ପ୍ରକାରର ଭୁଲ କଲେ ଭଗବାନ ଶିବଙ୍କର କଠୋର ଦଣ୍ଡ ସହିବାକୁ ହୋଇଥାଏ, ତେଣୁ ଆପଣମାନେ ମଧ୍ୟ ଏହି ସବୁ ଭୁଲ ଉପରେ ଧ୍ୟାନ ଦିଅନ୍ତୁ ଓ ସୁଖ ସମୃଦ୍ଧିରେ ଜୀବନ ଅତିବାହିତ କରନ୍ତୁ ।