ଆପଣଙ୍କ ବ୍ଲଡ ଗ୍ରୁପ ଆପଣଙ୍କ ବିଷୟରେ କହିଥାଏ କିଛି ଏମିତି

କହିବାକୁ ଗଲେ ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକମାନେ ଜ୍ୟୋତିଷ ବିଦ୍ୟା ଉପରେ ବିଶ୍ଵାସ ରଖନ୍ତି । କିନ୍ତୁ ଅନ୍ୟ ପଟେ ଏହିଭଳି ବି କିଛି ଲୋକମାନେ ଅଛନ୍ତି ଯେଉଁମାନେ ଜ୍ୟୋତିଷ ବିଦ୍ୟା ଉପରେ ବିଶ୍ଵାସ ରଖନ୍ତି ନାହିଁ । କହିବାକୁ ଗଲେ ସମସ୍ତେ ନିଜର ଭବିଷ୍ୟତ ଜାଣିବା ପାଇଁ ଉତ୍ସାହିତ ଥାଆନ୍ତି । ଜ୍ୟୋତିଷ ବିଦ୍ୟା ଦ୍ଵାରା ଆପଣ ନିଜର ଓ ନିଜ ଆଖପାଖ ଲୋକମାନଙ୍କର ଭବିଷ୍ୟତ ବିଷୟରେ ଜାଣି ପାରିବେ ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆପଣ ନିଜର ବ୍ଲଡ ଗ୍ରୁପ ମାଧ୍ୟମରେ ବି ନିଜର ପର୍ସନାଲିଟି ବିଷୟରେ ଜାଣି ପାରିବେ । ଯଦି ଆପଣ ଜାପାନ, ସାଉଥ କୋରିୟାରେ ଅଛନ୍ତି ତେବେ ଜ୍ୟୋତିଷ ଶାସ୍ତ୍ର ଭୁଲି ଯାଆନ୍ତୁ । କାରଣ ସେଠି ଆପଣଙ୍କ ଜନ୍ମ ତାରିଖ ପଚରାଯାଏ ନାହିଁ ସେଠି ଆପଣଙ୍କୁ ଆପଣଙ୍କର ବ୍ଲଡ ଗ୍ରୁପ କଣ ଅଟେ ଏହା ପଚରାଯାଏ, ଆପଣଙ୍କ ବିଷୟରେ ଜାଣିବା ପାଇଁ ।

ଏହି ଦୁଇଟି ଦେଶରେ ଏମିତି ବହୁତ ଥିୟୋରି ଅଛି ଯାହା କହିଥାଏ କି ଆପଣଙ୍କ ଚରିତ୍ର ଓ ଅନ୍ୟ ବ୍ୟକ୍ତି ସହ ବ୍ୟବହାର ପ୍ରାୟତଃ ଆପଣଙ୍କ ବ୍ଲଡ ଗ୍ରୁପ ଉପରେ ଆଧାରିତ ହୋଇଥାଏ । ଏହା ସବୁ ଆପଣଙ୍କୁ ଅନ୍ଧବିଶ୍ଵାସ ଲାଗିବ କିନ୍ତୁ ଏହା ସତ ଅଟେ କି ସମସ୍ତଙ୍କ ରକ୍ତ ସମାନ ହୋଇ ନ ଥାଏ । ଏହି ରକ୍ତ ଯଦି ଆମ ଶରୀରର ହିଁ ହୋଇଥାଏ ତେବେ ଏହା ଆମର ଚରିତ୍ରକୁ ବି ଦର୍ଶାଇପାରେ । ତେବେ ଚାଲନ୍ତୁ ଜାଣିବା ବ୍ୟକ୍ତିର ରକ୍ତରେ ଚାରି ପ୍ରକାରର ବ୍ଲଡ ଗ୍ରୁପ ଅଛି । ଯାହାକି A, B, AB, O ଅଟେ ।

A ବ୍ଲଡ ଗ୍ରୁପ

ଏହି ବ୍ଲଡ ଗ୍ରୁପ ବାଲା ବ୍ୟକ୍ତି ସାଧାରଣତଃ ବହୁତ ହିଁ ସ୍ମାର୍ଟ, ଫ୍ୟାସନବାଲା ଓ ଭାବୁକ ହୋଇଥାନ୍ତି । ଏହି ଲୋକମାନେ ସବୁ କାମକୁ ବହୁତ ହିଁ ଭାବିଚିନ୍ତି ଭଲ ଉପାୟରେ କରିବାକୁ ଚେଷ୍ଟା କରନ୍ତି । ଏହା ଛଡା ଏମାନେ ସବୁ ଜିନିଷକୁ ବହୁତ ସିରିୟସ ରେ ବି ନିଅନ୍ତି ଓ ଫେଲ ହେଲେ ବହୁତ ଜଲ୍ଦି ଦୁଃଖି ହୋଇ ଯାଆନ୍ତି । ଏହାର କାରଣ ଏମାନଙ୍କ ରକ୍ତରେ ସ୍ଟ୍ରେସ ହରମୋନ ଅଧିକ ଥାଏ । ଏମାନଙ୍କ ଉପରେ ଆପଣ ବିଶ୍ଵାସ କରି ପାରିବେ ।

B ବ୍ଲଡ ଗ୍ରୁପ

ଏହି ଲୋକମାନେ A ବ୍ଲଡ ଗ୍ରୁପ ଲୋକମାନଙ୍କର ଓଲଟା ହୋଇଥାନ୍ତି । ମାନେ ଯେଉଁଠି A ବ୍ଲଡ ଗ୍ରୁପ ବାଲା କୌଣସି ବି ନିଷ୍ପତି ନେବା ପୂର୍ବରୁ ବାରମ୍ବାର ଚିନ୍ତା କରିଥାନ୍ତି । କିନ୍ତୁ B ବ୍ଲଡ ଗ୍ରୁପର ଲୋକମାନେ ବିନା କିଛି ଚିନ୍ତା କରି ବହୁତ କଡା ନିଷ୍ପତି ନେଇ ଯାଆନ୍ତି । ଏମାନେ ବହୁତ କ୍ରିଏଟିବ ବି ହୋଇଥାନ୍ତି । ଏମାନେ ସବୁବେଳେ ନିଜ କଥା ଚିନ୍ତା କରନ୍ତି । ଏମାନେ ସବୁବେଳେ ଖୁସିରେ ରୁହନ୍ତି ।

AB ବ୍ଲଡ ଗ୍ରୁପ

ଏହି ବ୍ୟକ୍ତିମାନେ A ବ୍ଲଡ ଗ୍ରୁପ ଓ B ବ୍ଲଡ ଗ୍ରୁପର ମିଶ୍ରଣ ହୋଇଥାନ୍ତି । ଏହିଭଳି ଲୋକମାନେ ବହୁତ ଜଲ୍ଦି ବନ୍ଧୁ ହୋଇ ଯାଆନ୍ତି । ଏହା ଛଡା ବହୁତ କମ ଲୋକମାନେ ଏମାନଙ୍କ ବିଷୟରେ ସବୁ କିଛି ଜାଣିଥାନ୍ତି । ଏମାନେ ବହୁତ ଆତ୍ମ କେନ୍ଦ୍ରିତ ଓ ଜଟିଳ ହୋଇଥାନ୍ତି । ସେଥିପାଇଁ ଏମାନଙ୍କୁ ବୁଝିବା ବହୁତ କଷ୍ଟଦାୟକ ହୋଇଥାଏ ।

O ବ୍ଲଡ ଗ୍ରୁପ

ଏମାନେ ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି । ଏହି ବ୍ଲଡ ଗ୍ରୁପର ଲୋକମାନେ ଶାନ୍ତ, ସ୍ଵତନ୍ତ୍ର, କେୟାରିଂ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଏମାନେ ବହୁତ କାର୍ଯ୍ୟବ୍ୟସ୍ତ ରୁହନ୍ତି । ଏମାନଙ୍କୁ ବହୁତ ଜଲ୍ଦି ଈର୍ଷା ବି ହୋଇଥାଏ । କିନ୍ତୁ ଯଦି ଏମାନେ କାହାକୁ ଭଲ ପାଆନ୍ତି ତେବେ ସେ ତାଙ୍କୁ କେବେ ବି ଛାଡନ୍ତି ନାହିଁ । ତା’ ପାଇଁ ନିଜର ଜୀବନ ବି ଦେଇ ପାରନ୍ତି ।