ଭଗବାନ ସହିବେନି, ମୋ ନାଁରେ ମିଛ କହୁଛ I ମୋ ନାଁରେ ଯେଉଁ ବ୍ଲୁ ଟିକ ମିଳିଛି ତାହା ମିଛ..Sara Tendulkar

ମୋ ନାଁ ରେ କହୁଛ ଭଗବାନ ସହିବେନି । ଏହା ଇଣ୍ଟରନେଟ ର ବିଶ୍ଵସନୀୟତାକୁ ଶେଷ କରିଦେବ । ହଁ ଦର୍ଶକ ବନ୍ଧୁ ସାରା ତେନ୍ଦୁଲକର ରାଗିଛନ୍ତି ଆଉ ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି । ଭାରତର ପୁର୍ବତନ କ୍ରିକେଟର ବା ଯାହାଙ୍କୁ କ୍ରିକେଟର ଭଗବାନ ଭାବେ ମାନାଯାଏ ସଚିନ ତେନ୍ଦୁଲକର ଙ୍କ ଝିଅ ସାରା ତେନ୍ଦୁଲକର ରାଗି କି ଏମିତି କିଛି କହିଛନ୍ତି । ସାରା କୌଣସି ସେଲିବ୍ରେଟି ନ ହୋଇଥିଲେ ମଧ୍ୟ ତାଙ୍କର ଚର୍ଚ୍ଚା ଅଧିକ ।

ସେଲିବ୍ରେଟି ଙ୍କ ଠାରୁ ତାଙ୍କର ଫ୍ୟାନ୍ସ ଅଧିକ ଅଛନ୍ତି । କାରଣ ସାରା କୁଆଡେ ଭାରତର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଙ୍କୁ ପ୍ରେମ କରନ୍ତି । ଏମିତି କିଛି ଗଣାମଧ୍ୟମରେ ଚର୍ଚ୍ଚା ଚାଲିଛି । ଏହାରି ମଧ୍ୟରେ ସାରା ତାଙ୍କର ଡିପଫେଥ ଭିଡିଓ ଭାଇରାଲକୁ ନେଇ ପ୍ରଥମ ଥର ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । ଇଂଷ୍ଟାଗ୍ରାମରେ ତାଙ୍କର ନକଲି ଆକାଉଣ୍ଟ ଓ ଟେକନୋଲୋଜି ସାହାର୍ଯ୍ୟରେ ତାଙ୍କର ନକଲି ଫୋଟୋ ବନାଇ ଭାଇରାଲ କରା ଯାଇଥିବା କଥା କହିଛନ୍ତି ସାରା ।

ଇଂଷ୍ଟାଗ୍ରାମ ପୋଷ୍ଟରେ ସାରା ଲେଖିଛନ୍ତି ଯେ “ସୋସିଆଲ ମିଡିଆ ସମସ୍ତଙ୍କୁ ଖୁସି, ଦୁଃଖ ଓ ଦୈନିକ କାର୍ଯ୍ୟ ସେୟାର କରିବାର ଏକ ଚମତ୍କାର ମାଧ୍ୟମ । କିନ୍ତୁ ପ୍ରଯୁକ୍ତି ବିଦ୍ୟାର ଦୁର୍ବ୍ୟବହାର କରା ଯାଇଛି ଯାହା ଚିନ୍ତାଜନକ । କାରଣ ଏହା ଇଣ୍ଟରନେଟର ବିଶ୍ଵସନୀୟତାକୁ ଦିନେ ଶେଷ କରିଦେବ ନିଶ୍ଚୟ । ମୁଁ ନିଜର କିଛି ଡିପଫେଥ ଫୋଟୋ ଦେଖିଲି ଯାହାକି ସଂପୂର୍ଣ୍ଣ ନକଲି” ।

ସାରା ଙ୍କ ସହ ଗିଲଙ୍କର ଅନେକ ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନକଲି ବୋଲି ପ୍ରଥମ ଥର ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ରାୟ ଦେଇଛନ୍ତି । ତେବେ ଏହି ପୋଷ୍ଟ କରିବାର କିଛି ସମୟ ପରେ ସାରା ଏହାକୁ ହଟାଇ ଦେଇଛନ୍ତି ସତ କିନ୍ତୁ ପ୍ରଥମ ଥର ପାଇଁ ମୁହଁ ଖୋଲି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।

ଯେଉଁ ଡିପଫେଥ ଫୋଟୋ ସାରାଙ୍କର ଅପଲୋଡ ହୋଇଛି ତାହାକୁ ସାରା ଏକ୍ସ ପୋଷ୍ଟରେ ଟ୍ଯାଗ ମଧ୍ୟ କରିଥିଲେ । ଏଥିରେ ଗିଲ ଙ୍କ ପାଇଁ ମଧ୍ୟ ପୋଷ୍ଟ କରାଯାଇଛି । ଆଉ ଏହି ଆକାଉଣ୍ଟର ବ୍ଲୁ ଟିକ ମଧ୍ୟ ରହିଛି । ଏହି ଆକାଉଣ୍ଟ ନକଲି ବୋଲି ଏବେ ଚର୍ଚ୍ଚା ହେଉଛି । ତେଣୁ ୟୁଜର୍ସ ମାନେ ସାରାଙ୍କର ଏହି ଆକାଉଣ୍ଟ କୁ ଅସଲି ବୋଲି ଭାବୁଛନ୍ତି ।

ଯାହା ଅନେକ ଭ୍ରମ ସୃଷ୍ଟି କରିଛି । ଯାହା ପାଇଁ ରାଗି ଯାଇଛନ୍ତି ସାରା ତେନ୍ଦୁଲକର । ଆଉ ପ୍ରଥମ ଥର ପାଇଁ ଏ ସବୁ କଥାକୁ ନେଇ ମୁହଁ ଖୋଲିଛନ୍ତି ସାରା ତେନ୍ଦୁଲକର । ଆଉ ଏହା ପରେ ଏହି ନକଲି ଭିଡିଓ କୁ ସାରା ଡ଼ିଲିଟ କରି ଦେଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ଷେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।