ବନ୍ଧୁଗଣ ଆମେ ସମସ୍ତେ ସକାଳୁ ଉଠି ପ୍ରତିଦିନ ଠାକୁରଙ୍କର ପୂଜାପାଠ କରିଥାଉ । କାରଣ ପୂଜା ପାଠ କରିବା ଦ୍ଵାରା ଆମକୁ ଶାନ୍ତି ମିଳିଥାଏ । ଏଥିସହ ଭଗବାନଙ୍କର ଆଶ୍ରୀବାଦ ମଧ୍ୟ ଆମକୁ ପ୍ରାପ୍ତ ହୋଇଥାଏ । ହେଲେ ଏଠାରେ ଆଜି ଆମେ କହି ରଖିବା ପାଇଁ ଚାହିଁବୁ । ଯେ ଘରେ ଘରେ ଭଗବାନଙ୍କ ପୂଜାପାଠ ତ ସମସ୍ତେ କରିଥାନ୍ତି । ହେଲେ ଭଗବାନ କାହାର ପୂଜାକୁ ଗ୍ରହଣ କରିଥାନ୍ତି । ଏବଂ କେଉଁ ବ୍ୟକ୍ତି ମାନଙ୍କର ପୂଜାକୁ ପ୍ରଭୁ ସ୍ଵୀକାର କରିନଥାନ୍ତି ଚାଲନ୍ତୁ ସେ ସପର୍କରେ ଆଜି ଏଠାରେ ଆଲୋଚନା କରିବା ।
ବନ୍ଧୁଗଣ ଯେଉଁ ବ୍ୟକ୍ତି ପ୍ରଭୁଙ୍କୁ ଯେତେ ଫୁଲଫଳ, ଧୂପଦୀପ ନୈବେଦ୍ୟ ଆଦି ଦେଇକି ପୂଜା କରିଲେ ମଧ୍ୟ ଯଦି ବ୍ୟକ୍ତିର ମନରେ ପ୍ରଭୁଙ୍କ ପ୍ରତି ଭକ୍ତିଭାବ ନଥାଏ । ସେହି ବ୍ୟକ୍ତିଙ୍କର ପୂଜାକୁ ଭଗବାନ ସ୍ଵୀକାର କରିନଥାନ୍ତି । ଏଥିସହ ଯେଉଁ ଲୋକ ଅନ୍ୟର ଖରାପ ଚିନ୍ତା କରିଥାଏ । ସେହି ବ୍ୟକ୍ତି ଭଗବାନଙ୍କ ସାମ୍ନାରେ ଯେତେ ଭଲ ଭାବେ ପୂଜା ଅର୍ଚନା କରୁଥିଲେ ମଧ୍ୟ ସେଭଳି ବ୍ୟକ୍ତିର ପୂଜାକୁ ପ୍ରଭୁ ସ୍ଵୀକାର କରିନଥାନ୍ତି ।
ଯେଉଁ ବ୍ୟକ୍ତି ନିଜ ମନ ମଧ୍ୟରେ ଅନେକ ହିଂସା, କପଟ, ଛଳ ଆଦି ମନ ମଧ୍ୟରେ ରଖି ଉପରେ ସ୍ବଚ୍ଛ ହୋଇ ଭଗବାନଙ୍କର ପୂଜା କରିଥାଏ । ସେଭଳି ଲୋକଙ୍କର ପୂଜାକୁ ଭଗବାନ କେବେବି ଗ୍ରହଣ କରିନଥାନ୍ତି । ତେବେ ଏହାଛଡା ଯେଉଁ ଲୋକ ସର୍ବଦା ମଦମାଂସ ଆମିଷରେ ବୁଡି ରହି ପ୍ରଭୁଙ୍କର ନିତ୍ୟଦିନ ପୂଜାପାଠ କରିଥାଏ । ସେଭଳି ଲୋକଙ୍କର ପୂଜାକୁ ମଧ୍ୟ ଭଗବାନ ସ୍ଵୀକାର କରିନଥାନ୍ତି ।
କାରଣ ଯେତେବେଳେ ବ୍ୟକ୍ତି ଜୀବହତ୍ୟା କରି ତାହାର ମାଂସ ଭକ୍ଷଣ କରିଥାଏ । ତାହାକୁ ସେତେବେଳେ ପାପ ଲାଗିଥାଏ । ଏଭଳି ଲୋକଙ୍କ ହାତରୁ ମଧ୍ୟ ଭଗବାନ ପୂଜା ସ୍ଵୀକାର କରିନଥାନ୍ତି ବୋଲି ଶାସ୍ତ୍ରରେ କୁହାଯାଇଛି । ପୂଜା କରିବା ସମୟରେ ରାଗ ତମତମ ହୋଇ ପୂଜା କରୁଥିଲେ । ଏଭଳି ପୂଜାକୁ ଭଗବାନ ଗ୍ରହଣ କରିନଥାନ୍ତି । କାରଣ ରାଗରେ ଥିବା ସମୟରେ ବ୍ୟକ୍ତି ନିଜେ କ କରୁଛି କଣ ନକରୁଛି ସେ ନିଜେ ବି ଜାଣିପାରିନଥାଏ ।
ଅନେକ ସମୟରେ ରାଗ ବେଳେ ତାଙ୍କ ମୁହଁରୁ ଅନ୍ୟ ପାଇଁ ଅପଶବ୍ଦ ମଧ୍ୟ ଆହାରି ଆସିଥାଏ । ତେଣୁ ରାଗ ତମତମ ହୋଇ କେବେବି ପୂଜା କରନ୍ତୁ ନାହିଁ । ପୂଜା କରିବା ସମୟରେ ଆଗରୁ ପିନ୍ଧିଥିବା ପାଲଟା ବସ୍ତ୍ରକୁ ପିନ୍ଧିକି କେବେ ପୂଜାପାଠ କରନ୍ତୁ ନାହିଁ । ସ୍ବଚ୍ଛ ବସ୍ତ୍ର ପିନ୍ଧି ମନରେ ଭକ୍ତିଭାବ ଆଣି ଭଗବାନଙ୍କର ପୂଜା ଆରାଧନା କରନ୍ତୁ ।
ଚୋରୀ କରି ଆଣିଥିବା ଫୁଲରେ ପୂଜା କରିବା ଦ୍ଵାରା ଭଗବାନ ପୂଜାକୁ ସ୍ଵୀକାର କରିନଥାନ୍ତି । ତେଣୁ ଫୁଲ ଯେଉଁଠାରୁ ବି ଆଣନ୍ତୁ ତାଙ୍କୁ ପଚାରିକି ଆଣନ୍ତୁ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।