Vastu Shastra- ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଖରାପ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୭ଟି ସଙ୍କେତ, ହେଇ ଯାଆନ୍ତୁ ସାବଧାନ

ତୁଳସୀ ଏକ ମନୁଷ୍ୟ ପାଇଁ ବହୁତ ଉପକାରୀ ଗଛ ଅଟେ । ଏହା ଆମକୁ ଆସୁଥିବା କିଛି ଖରାପ ସମୟ ପୂର୍ବରୁ ହିଁ ଚେତାଇ ଦେଇଥାଏ । ସବୁଠୁ ବଡ କଥା ହେଉଛି ଆମ ହିନ୍ଦୁ ଧର୍ମରେ ତୁଲସୀ ଗଛକୁ ବହୁତ ପବିତ୍ର ଓ ଦେବତା ମନେ ପୂଜା କରିଥାନ୍ତି । ତୁଲସୀ ଗଛ ଯେଉଁ ଘରେ ସର୍ବଦା ଖୁବ ଭଲ ଭାବରେ ବଢିବା ସହିତ ଝଙ୍କାଳିଆ ହୋଇରହିଥାଏ ସେହିଘରେ ସବୁବେଳେ ମାତା ଲକ୍ଷ୍ମୀଙ୍କର କୃପା ତାଙ୍କର ଉପରେ ଥାଏ ଓ ସୁଖ ଶାନ୍ତି ମଧ୍ୟ ରହିଥାଏ ।

କିନ୍ତୁ କୌଣସି କାରଣ ବଶତଃ ତୁଲସୀ ଗଛ ଶୁଖିଯାଏ ତେବେ ପରିବାର ଉପରେ ବଡ ଅସୁବିଧା ଆସିବାର ଏହା ହେଉଛି ଏକ ସଂକେତ । ସେଥିପାଇଁ ତାଙ୍କର ସର୍ବଦା ପୂଜା କରିବା ସହିତ ତାଙ୍କର ଧ୍ୟାନ ରଖିବା ଉଚିତ ।ଆମେ ଗାଈକୁ ମଧ୍ୟ ଗୋମାତା ଭାବରେ ପୂଜା କରିଥାଉ ।

ଗୋମାତା ମଧ୍ୟ ଆମର କୌଣସି ଏକ ଶୁଭ ହେଉ ବା ଅଶୁଭ ହେଉ ସେ ମଧ୍ୟ ଆମକୁ ସଙ୍କେତ ଦେଇଥାନ୍ତି । ଯଦି ଆମ ଘରେ ନକରାତ୍ମକର ପ୍ରଭାବ ଓ କିଛି ଅସୁବିଧା ହେବାରଥିବ ସେହି ସମୟରେ ଗାଈ ମାନେ ସେହିଘରକୁ କେବେ ହେଲେ ଜାଇନଥାନ୍ତି ।

ଏବଂ ଯେଉଁ ଘରେ ସଦାବେଳେ ପାଟିତୁଣ୍ଡ ଓ ପାପ କର୍ମ ହେଉଥାଏ ସେହିଘରକୁ ସେ କେବେ ହେଲେ ଯାଇନଥାନ୍ତି ଓ ତାଙ୍କ ଘରର କୌଣସି ଜିନିଷ ଖାଇନଥାନ୍ତି ।ଯଦି ଆପଣ ଘର ଓଳେଇଲା ସମୟରେ ଝାଡୁ ବାରମ୍ବାର ଭାଙ୍ଗୁଥାଏ ବା ଛିଣ୍ଡୁଥାଏ ଏହା ଏକ ଖରାପ ଲକ୍ଷଣ ଅଟେ । ସେଥିପାଇଁ ସେହି ପରି ଝାଡୁ ତୁରନ୍ତ ବଦଳାଇ ଏକ ନୂଆ ଝାଡୁ ଆଣି ଓ ତାକୁ ପୂଜା କରି ବ୍ୟବହାର କରିବା ଉଚିତ ।  ଏଥିରେ ଆସୁଥିବା ସମସ୍ୟା ଗୁଡିକ ଟଳିଯାଇଥାଏ । ଆପଣ ବ୍ୟବହାର କରୁଥିବା କ୍ଷୀରର ପାତ୍ର ବା ଘିଅର ପାତ୍ର କୌଣସି କାରଣ ବଶତଃ ହାତରୁ ଖସିଯାଏ ଏହା ଏକ ଅଶୁଭ ସଂକେତ ମଧ୍ୟ ମନାଯାଏ । ଏହା ହେବା ଦ୍ଵାରା ଆପଣ ଜାଣିପାରିବେ କି ଆପଣଙ୍କ ଜୀବନରେ କିଛି ବଡ ଅସୁବିଧା ହେବାର ଅଛି । ସେହିପରି ଯଦି ଆପଣଙ୍କ ଘର ସମନ୍ନାରେ ବା ଛାତ ଉପରେ ଛୋଟ ଚଢେଇ ବା ପକ୍ଷୀ ମାରିବାର ଦେଖନ୍ତି ଏହା ମଧ୍ୟ ଏକ ଅଶୁଭ ସଙ୍କେତ ଜାଣିବେ ।

ଯେତେବେଳେ ଆପଣ ପ୍ରଭୁଙ୍କ ପୂଜା କରୁଛନ୍ତି ସେହି ସମୟରେ ଯଦି ଆପଣଙ୍କ ହାତରୁ ପୂଜା ଥାଳି ଖସିଯାଏ ଏହା ମଧ୍ୟ ଏକ ଅଶୁଭ ସଙ୍କେତ ମନା ଯାଇଥାଏ ଓ ଏହା ମଧ୍ୟ ଜାଣି ରଖନ୍ତୁ କି ଆପଣଙ୍କ ଘରକୁ କିଛି ବିପଦ ଆସିବାର ଅଛି ବା ଆପଣଙ୍କ ଉପରେ ଦେବତା ରୁଷ୍ଟ ହୋଇଛନ୍ତି । ସେଥିପାଇଁ ଆପଣ କରୁଥିବା ପୂଜା ବିଧି ବା ନିୟମ ବଦଳାଇବା ନିହାତି ଦରକାର । ଏହା କରିବା ଦ୍ଵାରା ଦେବତା ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି । ଯଦି ଆପଣଙ୍କ ଘରେ କାହା ମଧ୍ୟରେ ପାଟିତୁଣ୍ଡ ବଢିବାର ଦେଖୁଛନ୍ତି ସେ ମହିଳା ହୁଅନ୍ତୁ ବା ପୁରୁଷ ସେ ଛୋଟ ଛୋଟ କଥାକୁ ନେଇ ତୁରନ୍ତ ରାଗି ଯାଉଛନ୍ତି ତେବେ ଆପଣ ଜାଣି ରଖନ୍ତୁ କି ଆପଣଙ୍କ ଜୀବନରେ ଖରାପ ସମୟ ଆସିଗଲା । ସେଥିପାଇଁ ଆପଣ ଯେଉଁ ସମୟରେ ଆପଣ ରାଗିଯାଉଛନ୍ତି ସେହି ସମୟରେ ସେଠାରୁ  ପଳାଇଯିବା ଉଚିତ ।

ନଚେତ ଆପଣଙ୍କ ମଧ୍ୟରେ ଅଧିକା ପାଟିତୁଣ୍ଡ ହେବା ସହିତ ସମ୍ପର୍କ ତୁଟି ଯିବାର ମଧ୍ୟ ସମ୍ଭାବନା ଅଛି । ତେଣୁ କରି ଆପଣ ସର୍ବର୍ଦା ଅଯଥା କଥାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ସେହିପରି କୌଣସି ଏକ ନାରୀ ସକାଳୁ ଉଠି ସିନ୍ଦୁର ଲଗାଇଲା ସମୟରେ ତାଙ୍କ ହାତରୁ ଯଦି ସିନ୍ଦୁର ଫରୁଆ ଖସି ଯାଏ ତେବେ ଏହାକୁ ମଧ୍ୟ ଏକ ଖରାପ ସଂକେତ ମଧ୍ୟ ହୋଇଥାଏ ଓ ତାଙ୍କ ସ୍ଵାମୀଙ୍କର ବ୍ୟବସାୟରେ ବାଧା ଦେଖାଦେବା ସହିତ ତାଙ୍କର ଦେହ ଖରାପ ହୋଇପାରେ । କାଚ ମଧ୍ୟ ହାତରୁ ଖସିବା ଏକ ଅଅଶୁଭ ଲକ୍ଷଣ ଅଟେ । ଘରେ କୌଣସି ଏକ କାଚ ଭାଙ୍ଗିବା ଦେହ ପୀଡା ହେବାର ସମ୍ଭାବନା ଅଛି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।