Vastu Tips- ବେଡ ତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି 3 ଟି ଜିନିଷ, ବର୍ବାଦ ହେଇଯିବେ

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସାକାରାତ୍ମକ ଓ ନାକାରାତ୍ମକ ବସ୍ତୁକୁ କିପରି ଭାବେ ଦୂରେଇ ଦିଆ ଯାଇପାରିବ ସେହି ବିଷୟରେ ଉଲ୍ଲେଖ କରା ଯାଇଛି । ଘରର ସୁଖ, ଶାନ୍ତି ଓ ଧନ ଲାଭ ପାଇଁ ଏକ ଭଲ ପରିବେଶ ରହିବା ଆବଶ୍ୟକ ଅଛି । ଯଦି ଆପଣଙ୍କ ଘର ବାସ୍ତୁ ଅନୁସାରେ ନ ହୋଇଥାଏ ତେବେ ଆପଣଙ୍କ ଘରେ ନାକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ସେଥି ପାଇଁ ଆଜି ଆମେ ଆପଣ ମାନଙ୍କୁ ଖଟ ବା ବେଡ ସହ ଜଡିତ କିଛି ବାସ୍ତୁ ଟିପ୍ସ ଦେବାକୁ ଯାଉଛୁ ।

ଯେଉଁଠି ଆପଣ ସୟନ କରୁଛନ୍ତି ସେଠାରେ କିଛି ବିଶେଷ ଜିନିଷ ନ ରଖିବା ପାଇଁ ଧ୍ୟାନ ଦେବା ଉଚିତ । ଏହା ନ କରିଲେ ଆପଣଙ୍କ ଘରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଏହାର ପ୍ରଭାବ ଆପଣଙ୍କ ଘରର ସୁଖ ଶାନ୍ତି ଓ ଉନ୍ନତି ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେ ଜିନିଷ ଗୁଡିକ କଣ ଅଟେ ଯାହାକୁ ନିଜର ବେଡ ରୁମରେ ରଖିବା ଉଚିତ ନୁହେ ।

୧- ଚପଲ ଓ ଜୋତା : ନିଜ ଶୋଇବା ଘରେ ଭୁଲରେ ବି ଜୋତା ଚପଲ ରଖିବା ଉଚିତ ନୁହେ । କିଛି ଲୋକ ମାନେ ନିଜର ଜାଗା କମ ଥିବାରୁ ଜୋତାକୁ ଖଟ ତଳେ ରଖିଥାନ୍ତି । ଖାସ କରି ଘରେ ବ୍ୟବହାର କରୁଥିବା ଚପଲ ଅଧିକାଂଶ ସମୟରେ ଖଟ ତଳେ ରଖିଥାନ୍ତି । ଏପରି କରିବା ଫଳରେ ଆପଣକ ଘରେ ନାକାରାତ୍ମକ ବସ୍ତୁର ପ୍ରଭାବ ପଡିଥାଏ । ଏହା ଫଳରେ ଆପଣକ ଘରର କ୍ଷତି ମଧ୍ୟ ହୋଇପାରେ । ସେଥି ପାଇଁ ଏପରି ଭୁଲ କରନ୍ତୁ ନାହି ।

୨- ପାପୋଛ {ପେରଦାନ} : ଘରେ କିଛି ଲୋକ ମାନେ  ନିଜ ବେଡ ରୁମରେ ପାପୋଛ ରଖିବାକୁ ପସନ୍ଦ କରିଥାନ୍ତି । ଯେତେବେଳେ ସେମାନେ ବେଡକୁ ଯାଇଥାନ୍ତି ସେତେବେଳେ ନିଜ ଗୋଡ ପୋଛିଥାନ୍ତି । ପାପୋଛକୁ ବେଡ ତଳତେ ରଖିଲେ ଅନେକ ଖରାପ ଶକ୍ତିର ପ୍ରାଭବ ହୋଇଥାଏ । ଯାହା ଫଳରେ ଆପଣକ ଘରେ ଅଶାନ୍ତି ଲାଗି ରହିଥାଏ । ତେଣୁ ଭୁଲରେ ବି ନିଜ ଶୋଇବା ଘରର କ୍ଷତ ତଳେ ପାପୋଛ ରଖିବା ଉଚିତ ନୁହେ ।

୩- ଫାଟ : ଆପଣ ଯେଉଁ ଖାତାରେ ଶୋଉଥିବେ କିମ୍ବା ଯେଉଁ ଜାଗାରେ ଖଟ ବ ପଲଙ୍କ ଥିବ ତାହା ଯେମିତି ଭାଙ୍ଗି ନ ଥିବା ସେଥିପ୍ରତି ଧ୍ୟାନ ଦେବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଫାଟ ଥିବା ଜାଗାରେ ଶୋଇଲେ ଘରେ ଦରିଦ୍ରତା ଦେଖାଯାଏ । ଏହା ବ୍ଯତୀତ ଘରେ ରୋଗ ଆଦି ସମସ୍ୟା ହେବା ସହ ଅଧିକ ଖର୍ଚ୍ଚ ମଧ୍ୟ ହୋଇଥାଏ । ସେଥି ପାଇଁ ଫଟା ବା ଭଙ୍ଗା ଥିବା ପଲଙ୍କ ବ ଖଟ ଉପରେ ଶୟନ କରନ୍ତୁ ନାହି ।

ବନ୍ଧୁଗଣ ଶୋଇବା ସମସ୍ତଙ୍କୁ ଭଲ ଲାଗିଥାଏ । ସେଥି ପାଇଁ ଏହାର ସଂପୂର୍ଣ୍ଣ ଆନଦ ନେବା ପାଇଁ ଉପରେ ଲିଖିତ କଥା ଗୁଡିକୁ ପାଳନ କରିଲେ ଆପଣଙ୍କ ଜୀବନରେ ଓ ପରିବାର ପାଇଁ  ଲାଭଦାୟକ ହେବ । ଯଦି ଆପଣ ମାନଙ୍କୁ ଏହି ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।