ଭୁବନେଶ୍ୱରରେ ଆକାଶରେ ହଠାତ୍ ହୋଇଗଲା ରାତି, ଦେଖୁ ଦେଖୁ ଚାରିଆଡେ ହୋଇଗଲା ଅନ୍ଧାର…

ନମସ୍କାର ବନ୍ଧୁଗଣ । ଗତ କାଲି ଅପରନାହ ରୁ ରାଜ୍ଯର ଅନେକ ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିଛି । ଯାହା ଫଳରେ ବର୍ଷାର ପରିମାଣ ଅଧିକ ରେକର୍ଡ କରା ଯାଇଛି । ତେବେ ଏହାରି ମଧ୍ୟରେ ଭୁବନେଶ୍ଵର କିଛି ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା ଯାହା ପୂର୍ବରୁ କେବେ ବି ଦେଖିବାକୁ ମିଳି ନାହିଁ । ସୂଚନା ଅନୁଯାୟୀ ଗତ କାଲି ଭୁବନେଶ୍ବର ରେ ଦିନ ଥାଉ ଥାଉ ଅନ୍ଧାର ହୋଇଗଲା ।

ଆଉ ଚାରି ଆଡେ ଅନ୍ଧକାରମୟ ହୋଇଗଲା । କିଛି ସମୟ ପୂର୍ବରୁ ପାଗ ପୁରା ଠିକ ଠାକ ଥିଲା । ସମୟ ସମୟରେ ଖରା ମଧ୍ୟ ହେଉଥିଲା । ଆଉ ତା ସାଙ୍ଗ କୁ ଝିପି ଝିପି ବର୍ଷା ମଧ୍ୟ ହେଉଥିଲା । ହଠାତ ଆକାଶ ରେ ଘୋଟି ଆସିଲା କଳା ବାଦଲ ଆଉ ଆକାଶ ହୋଇଗଲା କଳା ଅନ୍ଧାର । ଘଡଘଡି ବିଜୁଳି ସହ ଆକାଶରେ କଳା ହାଣ୍ଡିଆ ମେଘ ମାଡି ଆସିଲା । ଆଉ ମନ ଇଚ୍ଛା ବର୍ଷା ହେଲା ।

ଆଉ ସନ୍ଧ୍ୟା ହେବା ପାଇଁ ଅନେକ ସମୟ ବାକି ଥିଲା । ହେଲେ ଆକାଶ ଧୀରେ ଧୀରେ ଅନ୍ଧାର ହୋଇଗଲା । ଖାଲି ସେତିକି ନୁହେଁ ବରଂ ଆକାଶ କୁ ଭଲ ଭାବେ ଦେଖିଲେ ଜଣା ପଡୁଥିଲା ଆକାଶରେ କୁହୁଡି ମାଡି ଯାଇଛି । ଚାହୁଁ ଚାହୁଁ ଅନ୍ଧାର ବଢି ଚାଲିଛି । ହଁ ଦର୍ଶକ ବନ୍ଧୁ ଗତ କାଲି ଭୁବନେଶ୍ଵର ରେ ଏପରି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ।

ଆକାଶ କୁ ଦେଖିଲେ ଯେତିକି ରୋମାଞ୍ଚକର ଲାଗୁଛି ସେତିକି ଭୟ ମଧ୍ୟ ଲାଗୁଛି । ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ରହିଛି ବର୍ଷା । କିଛି ଜିଲ୍ଲା ର୍ତେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେଉଛି । ସବୁ ଆଡେ ଲାଗି ରହିଛି ଲଗାଣ ବର୍ଷା । ଆଜି ଯାଏଁ 5ଟି ଜିଲ୍ଲା କୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରା ଯାଇଛି । ପୁରୀ, ଜଗତସିଙ୍ଘପୁର, ଢେଙ୍କାନାଳ, ସମ୍ବଲପୁର ଓ ଅନୁଗୁଳ ଆଦି ଜିଲ୍ଲା ଗୁଡିକୁ ସତର୍କ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର ।

ସବୁ ଜିଲ୍ଲା ଗୁଡିକରେ କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ର ଅହିଛି । ପରବର୍ତ୍ତୀ ଦୁଇ ଦିନ ଯାଏଁ ଅନେକ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି । ଆଗ କୁ ଏଭଳି ବର୍ଷା ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ସେ ଯାହା ବି ହେଉ ଭୁବନେଶ୍ବର ରେ ଏଭଳି ଦ୍ରୁଶ୍ଯ ଦେଖି ସମସ୍ତେ ଏବେ ଚର୍ଚ୍ଚା କରୁଛନ୍ତି ଆଉ ଅନୁମାନ କରୁଛନ୍ତି କଣ ଆଗକୁ କେଉଁ ବିପଦ ମାଡି ଆସୁଛି କି ?