ବୟସ ୮୦ ଉପରକୁ ୮୨ ହେଲାଣି । ହାତଗୋଡ ଥରୁଛି ଯେ ଠିଆ ଆହେବାକୁ ବି ବଳ ପାଉନି । ଚର୍ମ ମୁହଁ ସବୁ ଧୁଡଧୁଡ ହେଉଥିଲେ ନି ସେ ଲୋକ ପ୍ରତିନିଧି । ଚଳିବାକୁ ସାହାରା ଖୋଜୁଥିବା ଉତ୍ତର ଓଡିଶାର ଜଣେ ପୁରୁଣା ନେତା ଓ ଅଭିଜ୍ଞ ନେତା ବି ଅର୍ଚ୍ଚନାର ଫାଶରେ ପଡିଥିଲେ । ଯେତେ ଲୁଚେଇବାକୁ ଚେଷ୍ଟା କଲେବି ଜଳଜଳ ହୋଇ ସବୁକିଛି ଦିଶୁଛି । ବୁଝିବା ଲୋକ ଠିକ ବୁଝିପାରିବେ ଏହି ନେତାଜଣକ କିଏ । ଆଉ ଏହାକୁ ଯିଏ ବୁଝି ପାରୁଛନ୍ତି ସେ କହୁଛନ୍ତି ବୁଧ ବୟସରେ ଝଲମଲ ।
କାନମୁଣ୍ଡା ଆଉଁସି ଲକ୍ଷାଧିକ ଟଙ୍କା ଗଣିବା ପରେ ଅର୍ଚ୍ଚନା ପ୍ରେମରେ ବାଉଳି ହେଲେ ଏହି ବୟସ୍କ ନେତା । ବ୍ଲାକମେଲିଂର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ଦେବା ପରେବି ଅର୍ଚ୍ଚନାର ସାନିଧ୍ୟ ପାଇଁ ବାଉଳା ହୋଇ ତାକୁ ପୁରୀ ନେଇଗଲେ । ସେଠାରେ ତାରକା ହୋଟେଲରେ ବି ଫଟୋ ଉଠାଇ ଅର୍ଚ୍ଚନା ପୁଣି ବ୍ଲାକମେଲିଂ କଲା । ଏହାପରେ ପୁଣି ଥରେ ଟଙ୍କା ଗଣିବା ସହ ଅର୍ଚ୍ଚନା ସହ ଝଗଡା ବି ହେଲା । ହେଲେ ପୁଣି ଥରେ ବାଉଁଶ ତଳର ନିଆଁ ଉଛୁଳିବା ପରି ତାଙ୍କର ଇଚ୍ଛା ହେଲା ଅର୍ଚ୍ଚନାର ସାନିଧ୍ୟ ପାଇଁ ।
ନେତା ହୋଇବି ଅର୍ଚ୍ଚନାକୁ ଫୋନ କରି ଭୁଲ ମାଗିଲେ । ହେଲେ ଏଥର ଅର୍ଚ୍ଚନା ଆଉ ଧରାଦେଲାଣି ବରଂ ଗୋଆରୁ ଆସିଥିବା ସାଢେ ତିନି ଲକ୍ଷର ନାୟିକା ହାତକୁ ଆସିଲା । କିନ୍ତୁ ବୁଢା ମଉସା ଜାଣି ନଥିଲେ ଯେ ସେ ଗୋଆର ମଡେଲ ନୁହେଁ ବରଂ ଜଣେ ବଙ୍ଗୀୟ ରୂପଜୀବୀ ଥିଲା ।
ନେତା ରାତିକ ପାଇଁ ଯେଉଁ ସାଢେ ତିନି ଲକ୍ଷ ଟଙ୍କା ଦେଇଥିଲେ ସେଥିରୁ କୁଆଡେ ମାତ୍ର ୨୦ ହଜାର ଟଙ୍କା ନେଇଥିଲା ବଙ୍ଗୀୟ ରୂପଜୀବୀ । ଆଉ ବାକି ପଇସା ବୁଢା ମଉସା ଯାହା ପ୍ରେମରେ ପଡିଥିଲେ ସେହି ଅର୍ଚ୍ଚନା ନେଇଥିଲା । ସତରେ କଣ ଅର୍ଚ୍ଚନାକୁ ଅନ୍ଧ ଭଳି ବିଶ୍ବାସ କରୁଥିଲେ ଏହି ବୃଦ୍ଧ ନେତା । ଯାହାର ଫାଇଦା ନେଇ ଅର୍ଚ୍ଚନା ତାଙ୍କୁ ଅନେକ ଥର ଲୁଟିଛି । କେବଳ ଏତିକି ନୁହେଁ ବରଂ ଲୋକଲଜ୍ଜା ଭୟରେ ଆହୁରି ୨୫ ଲକ୍ଷ ଟଙ୍କା କୁଆଡେ ଅର୍ଚ୍ଚନାକୁ ଦେଇଥିଲଲେ ।
ଆଉ ଯେଉଁ ବୟସରେ ଚାଲିବା ପାଇଁ ସାହାରା ଦରକାର ହେଉଛି ସେହି ବୟସରେ ବି ରାସଲୀଳା କରୁଛନ୍ତି । ଆଉ ଲୋକେ ପଚାରୁଛନ୍ତି ଏହି ପୁରୁଖା ନେତାଟି କିଏ ? ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।