ଏହି ୩ଟି ସାବଧାନ ରଖିବେ ତ କେବେ ବି ଫାଟିବ ନାହିଁ ମୋବାଇଲର ବ୍ୟାଟେରୀ, ଜାଣନ୍ତୁ କେମିତି

ବର୍ତ୍ତମାନ ସମୟରେ ମୋବାଇଲ ସମସ୍ତ ବ୍ୟକ୍ତିର ଏକ ବଡି ପାର୍ଟ ଭଳି ହୋଇ ଯାଇଛି । ସମସ୍ତେ ମୋବାଇଲକୁ ସବୁବେଳେ ନିଜ ସହିତ ରଖିଥାନ୍ତି । କହିବାକୁ ଗଲେ ସ୍ମାର୍ଟଫୋନ ବଜାରରେ ଆସିବା ପରେ ଏହାର ଲାଭ ବି ଅଛି । କିନ୍ତୁ ଏହାର ସଠିକ ଓ ଉପଯୁକ୍ତ ବ୍ୟବହାର ବି କରିବା ଆସିବା ଦରକାର । ସ୍ମାର୍ଟଫୋନରେ ଆପଣ ଇଣ୍ଟର୍ନେଟ ମାଧ୍ୟମରେ ଦୁନିଆର ସମସ୍ତ ଜିନିଷ ବିଷୟରେ ଘରେ ବସି ଜାଣି ପାରିବେ ।

କିନ୍ତୁ ଏହାର ଲାଭ ବି ଅଛି ଓ କ୍ଷତି ବି ଅଛି । ଆପଣମାନେ ଖବରକାଗଜ ଓ ଟିଭିରେ କେତେକ ଏମିତି ଖବର ଦେଖିଥିବେ ଯେଉଁଥିରେ ମୋବାଇଲ ଫାଟି ଯାଇଥିବା କଥା ସାମନାକୁ ଆସିଥାଏ । ମୋବାଇଲ ଫାଟିବାର ମୁଖ୍ୟ କାରଣ ତାହାର ବ୍ୟାଟେରୀ ହୋଇଥାଏ । ଏମିତିରେ ଏହା ଯଦି ଆପଣଙ୍କ ପାଖରେ ରହି ଫାଟିଯାଏ ତେବେ ଆପଣଙ୍କୁ ବହୁତ ଆଘାତ ପହଞ୍ଚିଥାଏ । ଏହି ସ୍ଥିତିରେ ଆପଣଙ୍କୁ ମୋବାଇଲ ସହିତ ଜଡିତ କିଛି ସାବଧାନ ପ୍ରତି ଧ୍ୟାନ ରଖିବା ଉଚିତ ।

ଏହି ଭୁଲ କାରଣରୁ ଫାଟିଥାଏ ମୋବାଇଲ

ଡୁପ୍ଲୀକେଟ ଚାର୍ଜର :

ଯେତେବେଳେ ବି ଆପଣ ନିଜ ମୋବାଇଲକୁ ଚାର୍ଜ କରୁଛନ୍ତି ତେବେ ସବୁବେଳେ ନିଜର ଓରିଜନଲ ଚାର୍ଜରରେ ହିଁ ଚାର୍ଜ କରନ୍ତୁ । ଡୁପ୍ଲୀକେଟ କିମ୍ବା ଶସ୍ତା କମ୍ପାନୀର ଚାର୍ଜର ଆପଣଙ୍କ ମୋବାଇଲର ବ୍ୟାଟେରୀ ଫାଟିବାର କାରଣ ହୋଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ମୋବାଇଲ ଫାଟିବାର ଯେତେବ ବି ମାମଲା ସାମନାକୁ ଆସିଛି ସେମାନେ ସବୁ ଡୁପ୍ଲୀକେଟ ଚାର୍ଜର ବ୍ୟବହାର କରୁଥିଲେ । ସେଥିପାଇଁ ଓରିଜନଲ ଚାର୍ଜର ହିଁ ବ୍ୟବହାର କରନ୍ତୁ ।

ଚାର୍ଜିଙ୍ଗ ସମୟରେ ବ୍ୟବହାର :

କେତେକ ଲୋକମାନଙ୍କର ଅଭସ୍ୟା ଅଛି କି ନିଜର ମୋବାଇଲକୁ ଚାର୍ଜିଙ୍ଗ ଲାଗିଥିବା ସମୟରେ ବି ବ୍ୟବହାର କରନ୍ତି । ଚାର୍ଜିଙ୍ଗ ସମୟରେ କଥାବାର୍ତ୍ତ କରିବା କିମ୍ବା ସେହି ସମୟରେ ଅଧିକ ମୋବାଇଲ ବ୍ୟବହାର କରିବା ଦ୍ଵାରା ମୋବାଇଲ ଜଲ୍ଦି ଗରମ ହୋଇଯାଏ । ଏହିଭଳି ସିଚୁଏଶନରେ ମୋବାଇଲ ବ୍ୟାଟେରୀ ଫାଟିବାର ଚାନ୍ସ ଅଧିକ ବଢିଯାଏ । ସେଥିପାଇଁ ଚାର୍ଜିଙ୍ଗ ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ ।

ଦରକାର ଠାରୁ ଅଧିକ ବ୍ୟବହାର :

କେତେକ ଲୋକମାନେ ରାତିରେ ମୋବାଇଲକୁ ଚାର୍ଜରେ ଲଗାଇ ଶୋଇ ପଡନ୍ତି । ଏମିତିରେ ମୋବାଇଲ ଫୁଲ ଚାର୍ଜ ହେବା ପରେ ବି ଇଲେକ୍ଟ୍ରିର ସମ୍ପର୍କରେ ରହିଥାଏ । ଏହା ଦ୍ଵାରା ମୋବାଇଲ ଖରାପ ବି ହୋଇପାରେ ଓ ତାହା ଗରମ ହୋଇ ଫାଟି ବି ଯାଇପାରେ । ସେଥିପାଇଁ ଚାର୍ଜିଙ୍ଗ ପୁରା ହେବା ପରେ ହିଁ ମୋବାଇଲକୁ ବ୍ୟବହାର କରନ୍ତୁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।