ବାଟ ଛାଡ ଜୀବନ୍ତ ହାର୍ଟ ଯାଉଛି… ଦେଖନ୍ତୁ କେମିତି ଗ୍ରୀନ ଚ୍ଯାନେଲ ତିଆରି କରି ନିଆଯାଉଛି ଏକ ଜୀବନ୍ତ ହୃତପିଣ୍ଡ, ଦେଖନ୍ତୁ video

ବାଟ ଛାଡ ବାଟ ଛାଡ ଜୀବନ୍ତ ହାର୍ଟ ଯାଉଛି । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ । ଏକ ଜୀବନ୍ତ ହାର୍ଟକୁ ଟ୍ରାନ୍ସପ୍ଳାଣ୍ଟ କରିବା ପାଇଁ ନିଆ ଯାଉଥିବା ବେଳର ଏହି ଦୃଶ୍ୟ । ଯାହାକୁ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ଗତ ଶୁକ୍ରବାର ଦିନ ବିଶାଖାପାଟନମ ପୋଲିସ ଗ୍ରୀନ ଚ୍ଯାନେଲ ପ୍ରସ୍ତୁତ କରି ଏକ ଜୀବନ୍ତ ହାର୍ଟକୁ ସୁରକ୍ଷା ବଳୟ ମଧ୍ୟରେ ଯଥା ସମୟରେ ପହଞ୍ଚାଇବାରେ ସଫଳୀକୃତ ହୋଇଛି ।

ଜୀବନ୍ତ ହାର୍ଟକୁ ଗୋଟିଏ ହସ୍ପିଟାଲରୁ ଆଉ ଏକ ହସ୍ପିଟାଲକୁ ନେବା ବାଟରେ ଯେପରି କୌଣସି ପ୍ରତିବନ୍ଧକ ନ ଆସେ ଏବଂ ଅଯଥା ସମୟ ନଷ୍ଟ ନ ହୁଏ ଏଥିପ୍ରତି ସଂପୂର୍ଣ୍ଣ ଧ୍ୟାନ ଦେଇଥିଲା ଆନ୍ଧ୍ର ପୋଲିସ । କାରଣ ହାର୍ଟଟିକୁ ଯେତେ ଶୀଘ୍ର ରୋଗୀଙ୍କ ଦେହରେ ଟ୍ରାନ୍ସପ୍ଳାଣ୍ଟ କରାଯିବ ସେତେ ଭଲ । ହାର୍ଟଟିକୁ ଶୁକ୍ରବାର ଦିନ ସକାଳେ ଶେଲାନଗର ସ୍ଥିତ କିମ୍ସ ହସ୍ପିଟାଲରୁ ଭାଇଜାଗ ଏୟାରପୋର୍ଟ ନେବା ପାଇଁ ଏକ ଗ୍ରୀନ ଚ୍ଯାନେଲ ତିଆରି କରା ଯାଇଥିଲା ।

ଯାହା ମାଧ୍ୟମରେ ମାତ୍ର 5 ମିନିଟରେ ଏୟାରପୋର୍ଟ ପହଞ୍ଚି ପାରିଥିଲା ହାର୍ଟ । ଏହାପରେ ହାର୍ଟକୁ ଏୟାରଲିଫ୍ଟ କରାଯାଇ ସେଠାରୁ ପୁଣି ଥରେ ଗ୍ରୀନ ଚ୍ଯାନେଲ ପ୍ରସ୍ତୁତ କରି ତିରୁପତିର ଶ୍ରୀ ପଦ୍ମାବତୀ ଚିଲ୍ଡ୍ରେନ ହାର୍ଟ କେୟାର ସେଣ୍ଟରକୁ ଅଣା ଯାଇଥିଲା । ସେଠାରେ ସିରିୟସ ହାର୍ଟ କଣ୍ଡିସନରେ ଥିବା ଜଣେ ନାବାଳକଙ୍କ ଶରୀରରେ ଏହାକୁ ପ୍ରତିରୋପଣ କରାଯାଇଛି ।

ଏନେଇ ଏସିପି ଅନ୍ନେପୁ ନରଶିମ୍ହା ମୂର୍ତ୍ତି କହିଛନ୍ତି କି, ଗତ ଜାନୁୟାରୀ 16 ତାରିଖରେ 48 ବର୍ଷୀୟ ଜେ. ସନ୍ୟାସମ୍ମା ନାମକ ଜଣେ ମହିଳା ସଡକ ଦୁ-ର୍ଘ-ଟ-ଣା-ର ଶି-କା-ର ହୋଇଥିଲେ । ଏଥିରେ ତାଙ୍କ ମୁଣ୍ଡରେ ଗମ୍ଭୀର ଆ-ଘା-ତ ଲାଗିଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲେ ମଧ୍ୟ ପରେ ଡାକ୍ତର ତାଙ୍କୁ ବ୍ରେ-ନ-ଡେ-ଡ୍ ଘୋଷଣା କରିଥିଲେ । ଉକ୍ତ ମହିଳାଙ୍କ ପରିବାର ଲୋକେ ଅଙ୍ଗଦାନ କରିବାକୁ ରାଜି ହେବା ପରେ ତାଙ୍କ ହାର୍ଟ ଜଣେ ନାବାଳକ ଶରୀରରେ ପ୍ରତିରୋପଣ କରା ଯାଇଥିବା ଏବେ ଚର୍ଚ୍ଚାର ବିଷୟ ସାଜିଛି ।

ହାର୍ଟଟିକୁ ସଠିକ ସ୍ଥାନରେ ଯଥା ସମୟରେ ପହଞ୍ଚାଇବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ସ୍ଥାନୀୟ ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।