ଖୁସି ଖବର : ବୈଷ୍ଣବ ଦେବୀ ଯାତ୍ରା କରୁଥିବା ଶ୍ରଦ୍ଧାଳୁମାନଙ୍କୁ ଫ୍ରୀରେ ମିଳିବ ଏହି ସବୁ ଖାସ ସୁବିଧା ଗୁଡିକ

ବୈଷ୍ଣବ ଦେବୀରେ ମାତାଙ୍କର ଦର୍ଶନ ପାଇଁ ଅସଂଖ୍ୟ ଶ୍ରଦ୍ଧାଳୁ ଦେଶର କୋଣ ଅନୁକୋଣରୁ ଏଠାକୁ ଆସିଥାନ୍ତି । ଏତେ ଲମ୍ବା ରାସ୍ତାକୁ ପାର କରି ମଧ୍ୟ ଶ୍ରଦ୍ଧାଳୁମାନେ ମାତାଙ୍କର ଦର୍ଶନ ପାଇଁ ପହଞ୍ଚିଥାନ୍ତି । କହିଦେଉଛୁ ଯେ ବୈଷ୍ଣବ ଦେବୀଙ୍କର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରାଇନ ବୋର୍ଡ ଏକ ଖୁସିଖବର ଆଣିଛି । କହିଦେଉଛୁ ଯେ ଶ୍ରାଇନ ବୋର୍ଡ ଶ୍ରଦ୍ଧାଳୁଙ୍କ ପାଇଁ ଗୋଟିଏ ଏବଂ ପଞ୍ଚମ ମହାଲାର ଭବନ ନିର୍ମାଣ ଆରମ୍ଭ ହୋଇଯାଇଛି ।

ଦୂର୍ଗା ଭବନର ଏହି ପୁନନିର୍ମାଣ ପାଇଁ ରାଜ୍ୟପାଳ ଇଲେକ୍ଟ୍ରାନିକ ଉପାୟ ଦ୍ଵାରା ରାଜଭବନରୁ ହିଁ ଏହାର ଉଦଘାଟନ କରିଛନ୍ତି । ଏହି ବିଲଡିଙ୍ଗ 14,୮୦୦ ସ୍କେୟର ଫୁଟରେ ପ୍ରସ୍ତୁତ ହେଉଛି । ପ୍ରାୟତଃ ୪୦୦୦ ଶ୍ରଦ୍ଧାଳୁ ଏଠି ବିନା ମୂଲ୍ୟରେ ରହି ପାରିବେ ।

ଏହି ବିଲଡିଙ୍ଗର ନିର୍ମାଣରେ ୫୦ କୋଟି ଟଙ୍କା ଖର୍ଚ ହେବ । ଏହି ଭବନର ନିର୍ମାଣ ହେବା ପରେ ଯାତ୍ରୀମାନଙ୍କୁ ବହୁତ ଲାଭ ମିଳିବ, କାରଣ ତାଙ୍କୁ ହୋଟେଲରେ ରହିବା ପାଇଁ ଆଉ ଅଧିକ କଷ୍ଟ କରିବାକୁ ପଡିବ ନାହିଁ ।

ଏହି ଭବନରେ ଯାତ୍ରୀମାନଙ୍କର ସମସ୍ତ ସୁଖ ସୁବିଧାର ଧ୍ୟାନ ରଖାଯିବ । ଲକର, ଶୌଚାଲୟ, କଂବଲ, ସ୍ନୈକ୍ସ, ଲିଫ୍ଟ ପର୍ଯ୍ୟନ୍ତ ସମସ୍ତ ସୁବିଧା କରାଯାଇଛି । ଏହି ବିଲଡିଙ୍ଗ ଭୂମିକମ୍ପ ରୋଧୀ ଅଟେ ।

ଏହି ବିଲଡିଙ୍ଗ ପୁରୁଣା ଭବନରୁ ଦୁଇ ଗୁଣା ବଡ ଅଟେ । ଏହି ବିଲଡିଙ୍ଗ ପ୍ରସ୍ତୁତ ହେବା ପରେ ପ୍ଳାନ ହିସାବରେ ଏହି ଭବନର ବାହାର ପାଟ ଦ୍ଵାର ଟ୍ରାକ ସହ ସିଧା ଜଡିତ ହେବ । ଏହି ଭବନ ୨୦୩୧ ସୁଧା ପ୍ରସ୍ତୁତ ହୋଇଯିବ ।

ଏହି ଭବନର ନିର୍ମାଣକୁ ନେଇ ରାଜ୍ୟପାଳ ଶ୍ରାଇନ ବୋର୍ଡର ସୀଈଙ୍କୁ ନିର୍ଦେଶ ଦେଇଛନ୍ତି କି ଏହି ଭାବନାର ନିର୍ମାଣ ଜଲ୍ଦି ରୁ ଅତି ଜଲ୍ଦି ଆରମ୍ଭ କରିବା ପାଇଁ ଯାହା ଦ୍ଵାରା ଶ୍ରଦ୍ଧାଳୁମାନେ ଏହାର ସୁବିଧା ଜଲ୍ଦି ହିଁ ପାଇ ପାରିବେ । ରାଜ୍ୟପାଳ କହିଛନ୍ତି କି ଏହି ବିଲିଡିଙ୍ଗରେ ବହିସ୍କୃତ ପାଣିକୁ ରିସାଇକିଲ କରିବାର ସୁବିଧା ବି ଉପଲବ୍ଧ କରିବାର କଥା କହିଛନ୍ତି ।