ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ହେଲେ ଆଜି ସଞ୍ଚୟ କରିବା ଜରୁରୀ ଅଟେ, କିନ୍ତୁ ଏହାର ବି ଏକ ସୀମା ରହିବା ଦରକାର, ପଢନ୍ତୁ ଏକ ରୋମାଞ୍ଚକର କାହାଣୀ

ସେଠ ଯାଇ ବୁଢୀକୁ କହିଲେ କି – ତୁମ ପାଇଁ ମୁ ଅଟା ଆଣିଛି, କିନ୍ତୁ ବୁଢୀ ମନା କରିଦେଲା ରଖିବା ପାଇଁ, ସେଠ ଜିଦ୍ କରିବାକୁ ଲାଗିଲେ ତ ବୁଢୀ କିଛି ଏମିତି କହିଲା କି ତାଙ୍କ ଆଖି ଖୋଲିଗଲା । ଚାଲନ୍ତୁ ଜାଣିବା ପୁରା କାହାଣୀ । ଗୋଟିଏ ନଗରରେ ଗୋଟିଏ ସେଠ ରହୁଥିଲେ । ସେ ନିଜର କଷ୍ଟ ଏବଂ ପରିଶ୍ରମ ବଳରେ ଅପାର ଧନ ଅର୍ଜିତ କରିଥିଲେ । କିନ୍ତୁ ତାଙ୍କ ପାଖରେ ହିସାବ ନଥିଲା କି ତାଙ୍କର କେତେ ଧନ ସମ୍ପତି ଅଛି । ଏହାର ମୂଲ୍ୟାଙ୍କନ କରିବା ପାଇଁ ସେ ଏକ ଲେଖା ଅଧିକାରୀକୁ ଡାକି କହିଲେ କି ସର୍ବେକ୍ଷଣ କରି କୁହ କି ମୋର କେତେ ଧନ ସମ୍ପତି ଅଛି ।

ସେଠଙ୍କୁ ଅଷ୍ଟମ ପିଢୀର ଚିନ୍ତା ଘାରିଲା

ଲେଖା ଅଧିକାରୀ ଜଣକ ୧ ସପ୍ତାହର ସମୟ ନେଇ କହିଲେ କି ଆପଣଙ୍କ ପାଖରେ ବହୁତ ଧନ ଅଛି । କହିବାକୁ ଗଲେ ଆପଣଙ୍କର ୭ ପିଢୀ ବସି ବସି ଏହି ଧନ ସମ୍ପତିକୁ ଖର୍ଚ କରି ପାରିବେ ଏବଂ ନିଜ ଜୀବନକୁ ଆରାମରେ ବିତାଇ ପାରିବେ । ଏହା ଶୁଣି ସେଠ ଚିନ୍ତାରେ ପଡିଗଲେ । ସେ ଚିନ୍ତା କରିଲେ କି ୮ ପିଢୀ ବିନା ଧନ ସମ୍ପତିରେ କେମିତି ରହିବେ ?

ଏହା ପରେ ସେଠ ଏକ ସନ୍ଥ ପାଖକୁ ଗଲେ ଏବଂ ନିଜର ଚିନ୍ତା ବିଷୟରେ କହିଲେ । ସନ୍ଥ ଜଣକ ସେଠଙ୍କର ସମସ୍ୟା ବୁଝି ପାରିଲେ ଏବଂ ତାଙ୍କୁ କହିଲେ କି ଏହାର ସମାଧାନ ବହୁତ ସରଳ ଅଟେ । ଏହି ସ୍ଥାନରୁ ଅଳ୍ପ ଦୂରରେ ଏକ ବସ୍ତିରେ ଏକ ବୁଢୀ ରହୁଛନ୍ତି । ଆପଣ କାଲି ତାଙ୍କ ପାଖକୁ ଯାଇ କେବଳ ଅଧ କିଲୋ ଅଟା ହିଁ ଦାନ କରି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

ସେଠ କାଲିର ଅପେକ୍ଷା ନ କରି ଆଜି ହିଁ ସେହି ବୁଢୀଙ୍କ ପାଖକୁ ଚାଲିଗଲେ । ସନ୍ଥ କହିଥିଲେ କି କେବଳ ଅଧ କିଲୋ ଅଟା ଦେବା ପାଇଁ, କିନ୍ତୁ ସେଠ ଅଟାର ପୁରା ବସ୍ତା ନେଇ ପହଞ୍ଚିଥିଲେ । ଏହା ପରେ ସେଠ ସେହି ବୁଢୀଙ୍କୁ କହିଲେ କି, ମୁଁ ଆପଣଙ୍କ ପାଈଁ ଅଟା ଆଣିଛି, ଏହାକୁ ସ୍ଵୀକାର କରନ୍ତୁ । କିନ୍ତୁ ବୁଢୀ ଜଣକ ସେହି ଅଟାକୁ ନେବା ପାଇଁ ମନା କରିଦେଲେ ।

ବୁଢୀ ଜଣକ ଅଟାକୁ ନେବା ପାଇଁ ମନା କରିଦେଲେ

ଏହା ପରେ ସେଠ ଜଣକ କହିଲେ କି ବସ୍ତା ଅଟା ରଖନ୍ତୁ ନାହିଁ କିନ୍ତୁ କେବଳ ଅଧ କିଲୋ ଅଟା ହିଁ ରଖି ଦିଅନ୍ତୁ । ବୁଢୀ ଜଣକ କହିଲେ କି ପୁଅ ଆଜି ତ ମୋର ଖାଦ୍ୟ ପ୍ରସ୍ତୁତ ହୋଇସାରିଛି । ଏହା ପରେ ସେଠ କହିଲେ କି – ଆପଣ କାଲି ପାଇଁ ହିଁ ରଖି ଦିଅନ୍ତୁ ।

ବୁଢୀ ଜଣକ କହିଲେ କି କାଲିର ଚିନ୍ତା ମୁଁ ଆଜି କାହିଁକି କରିବି । ଯେମିତି ଆଜିର ଭୋଜନର ପ୍ରବନ୍ଧ ହୋଇଗଲା ସେମିତି କାଲି ବି ହୋଇଯିବ । ବୁଢୀ ର କଥା ଶୁଣି ସେଠଙ୍କର ଆଖିରୁ ଲୁହ ଚାଲି ଆସିଲା । ସେ ଚିନ୍ତା କରିଲେ କି, ଏହି ବୁଢୀଙ୍କୁ କାଲିର ଚିନ୍ତା ନାହିଁ ଏବଂ ମୁଁ ନିଜର ୮ ପିଢୀ ପାଇଁ ଚିନ୍ତା କରୁଛି । ମୋର ଚିନ୍ତାର କାରଣ ଅଭାବ ନୁହେଁ ତୃଷ୍ଣା ଅଟେ ।

ଆମକୁ ଭବିଷ୍ୟତ ବିଷୟରେ ସବୁବେଳେ ଚିନ୍ତା କରିବା ଉଚିତ ଏବଂ କିଛି ବଞ୍ଚାଇ ରଖିବା ଦରକାର, କିନ୍ତୁ ଏହାର ବି ଏକ ସୀମା ଅଛି । ପର୍ଯ୍ୟାପ୍ତ ମାତ୍ରାରେ ଧନ ସମ୍ପଦ ହେବା ସତ୍ବେ ବି କାଲି ବିଷୟରେ ଚିନ୍ତା କରିବା ମୂର୍ଖତା ଅଟେ । ଏହା ବି ଏକ ପ୍ରକାରର ଲୋଭ ଏବଂ ଭୁଲ ଅଟେ । ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଥାଏ ତେବେ ସେଆର କରନ୍ତୁ  । ଆଗକୁ ଏମିତି ନୂଆ ନୂଆ ଲେଖା ପାଇଁ ପେଜକୁ ଲାଇକ କରନ୍ତୁ ।