ବଲୀଉଡରେ ବହୁତ ଫିଲ୍ମ ବିଭିନ୍ନ ଫିଲ୍ମ ସୁପରହିଟ ହୋଇଛି ସେଥି ମଧ୍ୟରୁ ଗୋଟିଏ ହେଉଛି ‘ଦାମିନୀ’ । ଦାମିନୀ ଫିଲ୍ମର ମୁଖ୍ୟ କଳାକାରରେ ସନୀ ଦେଓଲ, ଋଷି କପୂର, ଅମରୀଶ ପୂରୀ ଏବଂ ମୀନାକ୍ଷୀ ଶେଷାଦ୍ରୀ ଥିଲେ । ଫିଲ୍ମରେ ମେଲ ଆକ୍ଟରଙ୍କ ରୋଲ ଦମଦାର ଥିଲା, କିନ୍ତୁ ତାଙ୍କ ଉପରେ ଜଣେ ଭାରି ପଡିଥିଲେ ସେ ହେଉଛନ୍ତି ମୀନାକ୍ଷୀ ଶେଷାଦ୍ରୀ । ସେହି ଫିଲ୍ମର ସଫଳତା, ଡାଇଲଗ, ଅଦାକାରୀ ସମସ୍ତଙ୍କୁ ଦିବାନା କରିଥିଲା । ସେହି ସମୟରେ ମୀନାକ୍ଷୀ ଏକ ସୁପରଷ୍ଟାର ହୋଇଯାଇଥିଲେ, କିନ୍ତୁ ଆଜି ସେ ଏମିତି ହୋଇଯାଇଛନ୍ତି କି ତାଙ୍କୁ ଚିହ୍ନିବା ବି ବହୁତ କଷ୍ଟ ଅଟେ ।
ଫିଲ୍ମରେ ଆସିବାର ନ ଥିଲା ମୀନାକ୍ଷୀଙ୍କର
ମୀନାକ୍ଷୀ ୧୭ ବର୍ଷରେ ହିଁ ମିସ ଇଣ୍ଡିଆର ତାଜକୁ ନିଜ ନାମରେ କରିଦେଇଥିଲେ । ଏହା ପରେ ମନୋଜ କୁମାର ନିଜର ଫିଲ୍ମ ‘ପେଂଟର ବାବୂ’ରେ ତାଙ୍କୁ ହିରୋଇନ ରୂପରେ ନେଲେ । କିନ୍ତୁ ସବୁଠୁ ବଡ ସମସ୍ୟା ଥିଲା ତାଙ୍କର ନାମ ଶଶିକଳା କାରଣ ଏହି ନାମର ଅଭିନେତ୍ରୀ ଇଣ୍ଡଷ୍ଟ୍ରିରେ ପୂର୍ବରୁ ହିଁ ହିଟ ଥିଲେ । ସେଥିପାଇଁ ତାଙ୍କର ନାମ ଶଶିକଳାକୁ ବଦଳାଇ ମିନାକ୍ଷୀ ରଖାଗଲା । କିନ୍ତୁ ତାଙ୍କର ପ୍ରଥମ ଫିଲ୍ମ ପେଂଟର ବାବୂ ଫ୍ଲପ ହୋଇଗଲା ଏବଂ ସେ ନିଷ୍ପତ୍ତି ନେଲେ କି ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଛାଡି ଦେବେ ।
ଦାମିନୀରୁ ମିଳିଲା କ୍ୟାରିୟରରେ ସଫଳତା
ମୀନାକ୍ଷୀ ବଲୀଉଡକୁ ଛାଡିବେ କଣ ସେହି ସମୟରେ ଶୋମୈନ ସୁଭାଷ ଘଈ ନିଜର ଫିଲ୍ମ ହିରୋରେ କାମ କରିବା ପାଇଁ ତାଙ୍କୁ ନିବେଦନ କରିଲେ । ଏହା ପରେ ୧୯୮୩ରେ ଫିଲ୍ମ ରିଲିଜ ହେଲା ଏବଂ ଫିଲ୍ମ ବ୍ଲକବସ୍ଟର ହୋଇଗଲା ଏବଂ ରାତା ରାତି ସେ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ହୋଇଗଲେ ।
ସେହି ସମୟରେ ସେହି ଫିଲ୍ମ ୧୩ କୋଟି ଟଙ୍କା ଆୟ କରିଥିଲା ଯାହାକି ସେହି ସମୟର ବହୁତ ବଡ ସଫଳତା ଥିଲା । ସେହି ସମୟରେ କେବଳ ଅମିତାଭ ବଚ୍ଚନଙ୍କର ଫିଲ୍ମ ହିଁ କୋଟି କୋଟି ଟଙ୍କା ଆୟ କରୁଥିଲା । ଏହା ପରେ ମୀନାକ୍ଷୀ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ କରିବାକୁ ଲାଗିଲେ ।
ଲାଇମଲାଇଟରୁ ଦୂରରେ ରହୁଥିଲେ ମୀନାକ୍ଷୀ
ମୀନାକ୍ଷୀ ଏବଂ ଅମିତାଭଙ୍କର ଯୋଡିକୁ ବି ଦର୍ଶକମାନେ ପସନ୍ଦ କରିଲେ । ଏହା ପରେ ମୀନାକ୍ଷୀ ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଗଲେ । ଏହା ପରେ ସେହି ସମୟରେ ତାଙ୍କ ଜୀବନରେ ଆସିଲା ସବୁଠୁ ଦମଦାର ଫିଲ୍ମ ଦାମିନୀ । ଯାହାର କାହାଣୀ ପରଦା ଉପରେ ନିଆଁ ଲଗାଇଦେଲା ।
୧୯୯୬ରେ ମୀନାକ୍ଷୀ ସନୀ ଦେଓଲଙ୍କ ସହିତ ଫିଲ୍ମ ଘାତକରେ ବି କାମ କରିଥିଲେ ଏବଂ ତାଙ୍କର ଫିଲ୍ମ ସଫରର ତାହା ଶେଷ ଫିଲ୍ମ ଥିଲା । ସେ ବହୁତ ହିଟ ଏବଂ ଫ୍ଲପ ଫିଲ୍ମ ଦେଇଛନ୍ତି, କିନ୍ତୁ ହିରୋ ଏବଂ ଦାମିନୀ ପାଇଁ ସବୁବେଳେ ତାଙ୍କୁ ମନେ ପକାଯାଏ । ଏହା ପରେ ଫିଲ୍ମରୁ ଗାୟବ ହେବା ପରେ ସେ ଲାଇମ ଲାଇଟରୁ ଦୂରେଇ ଗଲେ ଏବଂ ୧୯୯୫ରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରୀଶ ମୈସୂରଙ୍କ ସହ ସେ ବିବାହ କରିନେଲେ ଏବଂ ଆମେରିକାର ସହର ଟେକ୍ସସରେ ଯାଇ ରହିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।