Vastu Tips- ଏହି ଉପାୟ କଲେ ଆପଣଙ୍କ ଘରେ ସାରା ବର୍ଷ ହେବ ଧନର ବର୍ଷା, ଆପଣ ଖୁବ ଶୀଘ୍ର ହୋଇଯିବେ ଧନବାନ

ବନ୍ଧୁଗଣ, ଏହି ସଂସାରଟି ଗ୍ରହ, ନକ୍ଷତ୍ର ଏବଂ ଜ୍ଯୋତିଷ ଉପାୟ ଦ୍ଵାରା ଆଧାରିତ ଅଟେ । ଭଗବାନ ମଧ୍ୟ ଏହି ସଂସାରରେ ଜନ୍ମ ହୋଇ ଗ୍ରହ ନକ୍ଷତ୍ରଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ମଧ୍ୟ ଗ୍ରହ ନକ୍ଷତ୍ରଙ୍କ ଦଶା ଭୋଗିବାକୁ ପଡିଥିଲା । ଆପଣ ଯଦି ଏହି ବର୍ଷ ମାଲାମାଲ ହେବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଜ୍ଯୋତିଷ ଅନୁସାରେ କିଛି ଉପାୟ ବତେଇବାକୁ ଯାଉଛୁ । ଦେଖିବେ ଆପଣ ଖୁବ ଶୀଘ୍ର ମାଲାମାଲ ହୋଇଯିବେ ।

ଏହି ଉପାୟ କରିବା ପାଇଁ ଆପଣ ଗୋଟିଏ ଖାଲି ଡବା ନିଅନ୍ତୁ । ଏହାସହ କିଛି ହଳଦୀ ଗୁଣ୍ଡ ଏବଂ ଏକମୁଠା ଅରୁଆ ଚାଉଳ ମଧ୍ୟ ନିଅନ୍ତୁ । ଧ୍ୟାନ ଦେବେ ଆପଣ ନେଇଥିବା ଅରୁଆ ଚାଉଳ ଯେପରି ଏକଦମ ପରିଷ୍କାର ଏବଂ ଅଖଣ୍ଡିତ ହୋଇଥିବ । ସେହି ଚାଉଳକୁ ଆପଣ ନେଇଥିବା ହଳଦୀରେ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ତା’ପରେ ତାହାକୁ ଆପଣ ନେଇଥିବା ଡବାରେ ରଖି ଦିଅନ୍ତୁ । ଏହା ଉପରେ ଗୋଟିଏ ଗୋଲ୍ଡ କଏନ ରଖି ଦିଅନ୍ତୁ ।

ଯଦି ଆପଣଙ୍କ ପାଖେ ଅସଲି ଗୋଲ୍ଡ କଏନ ନାହିଁ ତେବେ ଆପଣ ଏହା ଉପରେ ଗୋଲ୍ଡ ରଙ୍ଗର ଦେଖା ଯାଉଥିବା ଏକ କଏନ ମଧ୍ୟ ରଖିପାରିବେ । ଏହାଦ୍ବାରା ଆପଣଙ୍କ ବୃହସ୍ପତି ମଜବୁତ ହୋଇଥାଏ ଏବଂ ଶୁକ୍ର ମଧ୍ୟ ମଜବୁତ ହୋଇଥାନ୍ତି । ଯାହାକି ଆପଣଙ୍କୁ ଧନବାନ କରିବାରେ ସହାୟକ ହୋଇଥାଏ । କାରଣ ବୃହସ୍ପତି ଏବଂ ଶୁକ୍ରଙ୍କ ମିଳନ ବ୍ୟକ୍ତିଙ୍କୁ ଧନବାନ କରିବାରେ ସହାୟକ ହୋଇଥାଏ ।

ସଫା ଚାଉଳ ବୃହସ୍ପତିଙ୍କ ପ୍ରତୀକ ହୋଇଥିବା ବେଳେ ହଳଦୀ ଶୁକ୍ରଙ୍କର ପ୍ରତୀକ ଅଟେ । ଏଣୁ ଏହି ଦୁହିଁଙ୍କ ମିଳନ ଧନ ଆକର୍ଷଣର କାର୍ଯ୍ୟ କରିଥାଏ । ଯାହା ହେତୁ ଆପଣଙ୍କର ଅନେକ ମାତ୍ରାରେ ଉନ୍ନତି ହୋଇଥାଏ । ଏହି ଡବାଟିକୁ ଆପଣ ନିଜର ରୋଷେଇ ଘର, ଠାକୁର ଘର କିମ୍ବା ଆପଣଙ୍କ କର୍ମ କ୍ଷେତ୍ରରେ ମଧ୍ୟ ରଖିପାରିବେ । ଅର୍ଥାତ ଆପଣଙ୍କ ଦୋକାନ, ବ୍ୟବସାୟ, ଅଫିସ ଏହିପରି କର୍ମ କରୁଥିବା ସ୍ଥାନରେ ଏହାକୁ ରଖି ଦିଅନ୍ତୁ ।

କେବଳ ରଖିବେ ତାହା ନୁହେଁ ବରଂ ପ୍ରତିଦିନ ଏହାକୁ ଧୂପ ଦୀପ ଦେଇ ପୂଜା ମଧ୍ୟ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଜାତକରେ ଥିବା କୌଣସି ଦୋଷ ମଧ୍ୟ ଦୂର ହୋଇଯାଏ । ଆପଣଙ୍କ ଜାତକରେ ରାଜଯୋଗ ଆସିବା ସହ ଅଚାନକ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ । ଯାହାକି ଆପଣଙ୍କୁ ରାଜାଙ୍କୁ ଭଳି ଜୀବନ ଅତିବାହିତ କରିବାର ସୁଯୋଗ ଦେଇଥାଏ ।

ଏହା ଆପଣଙ୍କର ସମସ୍ତ ମନୋସ୍କାମନା ପୂରଣ କରିଥାଏ । ଏହି ଚାଉଳ ଡବାକୁ ବର୍ଷ ସାରା ରଖିବାକୁ ହେବ । ଆସନ୍ତା ନୂଆବର୍ଷ ଦିନ ଆପଣ ଏହି ଡବାକୁ ଜଳସ୍ରୋତରେ ପ୍ରବାହିତ କରି ଦିଅନ୍ତୁ ଏବଂ ଆଉ ଏକ ନୂଆ ଡବାରେ ସେହିପରି ଚାଉଳ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।