ବିବାଦ ମଧ୍ୟରେ ବର୍ଷାଙ୍କ ଜନ୍ମଦିନରେ ବର୍ଷାଙ୍କୁ ଏମିତି କଣ କହିଲେ Anubhav, ଟ୍ୱିଟ୍ କରି ଲେଖିଲେ ” ଆମେ ଭଲ ସ୍ୱାମୀ-ସ୍ତ୍ରୀ …”

ବିବାହ ବିଛେଦ ମାମଲାକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହା ମଧ୍ୟରେ ପତ୍ନୀ ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ଵାମୀ ଅନୁଭବ ମହାନ୍ତି ।

ବର୍ଷାଙ୍କୁ ଟ୍ଵିଟ ମାଧ୍ୟମରେ ଶୁଭେଛା ଜଣାଇ ଅନୁଭବ ଲେଖିଛନ୍ତି କି, “ହୁଏତ ଆମେ ଭଲ ସ୍ଵାମୀ ସ୍ତ୍ରୀ ହୋଇନ ପାରୁ କିନ୍ତୁ ସବୁବେଳ ପାଇଁ ଭଲ ବନ୍ଧୁ ହୋଇ ରହିବୁ ।” ଏହା ସହ ସେ ପ୍ରଭୁ ଜଗନ୍ନାଥଙ୍କ ପାଖେ ବର୍ଷାଙ୍କ ମଙ୍ଗଳ କାମନା କରି ଲେଖିଛନ୍ତି, ବର୍ଷା ସବୁବେଳେ ଖୁସିରେ ରୁହନ୍ତୁ ଓ ତାଙ୍କୁ ସବୁ ପ୍ରକାର ଖୁସି ମିଳୁ । ତେବେ ବିବାହ ବିଛେଦକୁ ନେଇ ବର୍ଷା ଅନୁଭବଙ୍କ ମାମଲା ଏବେ କୋଟରେ ବିଚାରଧିନ ଅବସ୍ଥାରେ ରହିଛି ।

ବିବାହ ବିଚ୍ଛେଦ ମାମଲା ମଧ୍ୟରେ ମଧ୍ୟ ପତ୍ନୀ ବର୍ଷାଙ୍କୁ ଟ୍ବିଟ ମାଧ୍ୟମରେ ତାଙ୍କ ଜନ୍ମଦିନର ଶୁଭେଛା ଜଣାଇ ତାଙ୍କର ମଙ୍ଗଳ କାମନା କରିଛନ୍ତି ସ୍ଵାମୀ ଅନୁଭବ । ଏଥିରୁ ଜଣାପଡୁଛି ଯେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ବିବାଦ ମଧ୍ୟରେ ବି କେଉଁଠି ନା କେଉଁଠି ପ୍ରେମ ରହିଛି । ବର୍ଷା ଏବଂ ଅନୁଭବଙ୍କ ଯୋଡିକୁ ଦର୍ଶକ ପରଦା ଉପରେ ଯେତିକି ପସନ୍ଦ କରନ୍ତି ଅସଲ ଜୀବନରେ ମଧ୍ୟ ସେତିକି ପସନ୍ଦ କରନ୍ତି । ଆଜି ବି ଅନେକ ପ୍ରଶଂସକ ଚାହାନ୍ତି କି ସେମାନେ ଏକାଠି ହୋଇଯାଆନ୍ତୁ ବୋଲି ।

ତେବେ ଏପରି ସମୟରେ ଅନୁଭବ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇବା ନିଶ୍ଚୟ ସମସ୍ତଙ୍କୁ ଖୁବ ଭଲ ଲାଗିଥିବା । ସେମାନଙ୍କ ବିବାଦରେ କୋର୍ଟ ଶୁଣାଣି ବେଳେ କେତେବଳେ ବର୍ଷା ଆସୁ ନାହାନ୍ତି ତ କେତେବେଳେ ଅନୁଭବ ଆସୁ ନାହାନ୍ତି ।  ବୈବାହିକ ଜୀବନର ଝଡ ମଧ୍ୟରେ ଏବେ ପୁଣି ଆଉ ଥରେ ସେମାନଙ୍କ ମଧ୍ୟରେ ସମଥିଙ୍ଗ ସମଥିଙ୍ଗ ଚାଲିନି ତ ? ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ଦେଖାଦେଇଛି ଉତ୍କଣ୍ଠା । ସେମାନେ ସିନେମା ପରଦା ଉପରେ ଦେଖା ହେବା ପରେ ଭଲ ବନ୍ଧୁ ହୋଇଥିଲେ ।

ଏହି ବନ୍ଧୁତା ପରେ ପ୍ରେମ ଏବଂ ବିବାହର ରୂପ ନେଇଥିଲା । ଆଜି ପର୍ଯ୍ୟନ୍ତ ଅନୁଭବ ସବୁବେଳେ ଗଣମାଧ୍ୟମକୁ କହି ଆସିଛନ୍ତି ଯେ, ସେ ବର୍ଷାଙ୍କୁ ବହୁତ ଭଲ ପାଆନ୍ତି ଓ ଖୁବ ସମ୍ମାନ ମଧ୍ୟ କରନ୍ତି । ତାଙ୍କ ପ୍ରଶଂସକ ମାନେ ଏହି ଦୁହିଁଙ୍କ ଯୋଡିକୁ ସବୁବେଳେ ଦେଖିବା ପାଇଁ ଚାହାନ୍ତି । ଆଜି ଅନୁଭବ ଏହି ବାର୍ତ୍ତା ଦେଇ କାମନା କରିଛନ୍ତି ଯେ, ବର୍ଷାଙ୍କ ସ୍ୱାସ୍ଥ୍ୟ ସବୁବେଳେ ଭଲ ରହୁ ଓ ତାଙ୍କୁ ଜୀବନରେ ଭଗବାନ ସମସ୍ତ ଖୁସି ଦିଅନ୍ତୁ ।

ଷ୍ଟାର କପଲ୍ ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବିବାହ ବିଛେଦକୁ ନେଇ ବିବାଦ ଲାଗି ରହିଥିବା ବେଳେ ବର୍ଷାଙ୍କ ଜନଦିନରେ ଏଭଳି ଶୁଭେଚ୍ଛା କାମନା କରି ଅନୁଭବ ସରପ୍ରାଇଜ ଦେଇଛନ୍ତି । ଏଭଳି ଶୁଭେଚ୍ଛା ଦେଖି ନିଶ୍ଚିତ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି ହୋଇଛି । ସେମାନଙ୍କ ମଧ୍ୟରେ ଏତେ ବିବାଦ ଥାଇ ମଧ୍ୟ ଅନୁଭବ ବର୍ଷାଙ୍କୁ ଏହିପରି ଶୁଭେଚ୍ଛା ଜଣାଇବା ତାଙ୍କ ଫ୍ୟାନଙ୍କୁ ନିଶ୍ଚିତ ଭାବେ ଚମକୃତ କରିଛି । ଆପଣଙ୍କୁ ଅନୁଭବଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ପଢି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।