ବର୍ଷାଙ୍କ ଚିଠି ଖୋଲିଲା ସବୁ ଗୁମର, ବର୍ଷାଙ୍କୁ ଛାଡିବା ପାଇଁ ଷଡଯନ୍ତ୍ର କରୁଥିଲେ ଅନୁଭବ

ବର୍ଷାଙ୍କ ପୁରୁଣା ଚିଠିରୁ ମିଳିଛି ଏମିତି କିଛି ପ୍ରମାଣ ଯାହା ଦ୍ଵାରା ଲାଗୁଛି ଯେମିତି ବିବାହ ବିଛେଦ ପାଇଁ ଅନୁଭବ କରୁଥିଲେ ଷଡଯନ୍ତ୍ର । ବର୍ଷା ସଫା ସଫା ଲେଖିଛନ୍ତି କି କିଭଳି ଯୋଜନା ବଦ୍ଧ ଭାବରେ ବିଛେଦ ପାଇଁ ଅନୁଭବ କରୁଥିଲେ ଉଦ୍ୟମ । ତେବେ ସାମ୍ନା କୁ ଆସିଥିବା ଚିଠିରେ ଆଉ କଣ କଣ ଲେଖିଛନ୍ତି ବର୍ଷା । କଣ ସତରେ ବିବାହ ବିଛେଦ ପାଇଁ ଅନୁଭବ କରୁଥିଲେ କି ଷଡଯନ୍ତ୍ର । ଏହା ବିଷୟରେ ଅନୁଭବ କଣ କହୁଛନ୍ତି ଆସନ୍ତୁ ଜାଣିବା ।

ଏବେ କୋର୍ଟ କଚେରୀରୁ ଆରମ୍ଭ କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ବର୍ଷା ଅନୁଭବ ବିବାଦ । ଏହା ମଧ୍ୟରେ ଅନୁଭବ ଙ୍କ ପାଇଁ ବର୍ଷା ଲେଖିଥିବା ଏକ ଚିଠି ହସ୍ତଗତ ହୋଇଛି । ଯେଉଁଥିରେ ବର୍ଷା ସଫା ସଫା ଲେଖିଛନ୍ତି କି ଅନୁଭବ ଯୋଜନା ବଧ ଭାବରେ ବିଛେଦ ପାଇଁ ଅନୁଭବ ଉଦ୍ୟମ କରୁଥିଲେ ।

ବର୍ଷା ଲେଖିଛନ୍ତି କି “ଯଦି ଅଲଗା ହେବାକୁ ଚାହୁଁଚ ତେବେ ମୋ ସହିତ ଆସି ଆଲୋଚନା କର, ବିଶ୍ଵାସ କର ମୋ ଠାରୁ ଯେତେ ଦୂରେଇବ ସମସ୍ଯା ସେତେ ବଢି ଚାଲିବ । ତୁମେ ମୋ ଠାରୁ ଅଲଗା ହେବା ପାଇଁ ଦୀର୍ଘ ଦିନରୁ ଯୋଜନା କରୁଥିଲ । ଏହା ମୋର ସନ୍ଦେହ ଥିଲା । ମୋତେ ନ ପଚାରି ତୁମେ ଏକାକୀ ଏତେ ବଡ ନିସ୍ପତି ନେଇ ପାରିବ ନାହିଁ ।

ବର୍ଷାଙ୍କର ଏହି କେଇ ପଦ କଥା ରୁ ଅନୁମାନ କରା ଯାଉଛି କି ବର୍ଷା ଓ ଅନୁଭବ ଙ୍କ ଜୀବନରେ ବହୁତ ଆଗରୁ ଝଡ ସୃଷ୍ଟି ହୋଇଥିଲା । ବର୍ଷା ଆହୁରି ମଧ୍ୟ ଲେଖିଛନ୍ତି କି “ମୋ ଜୀବନ ଖେଳ ଘର ନୁହେଁ, ଆଉ ମୋ ଜୀବନ ବାବଦରେ ନିସ୍ପତି ନେବାରେ ଏକାକୀ ଅଧିକାର ତୁମର ନାହିଁ । ମୁଁ ତୁମର ରିମୋଟ କଣ୍ଟ୍ରୋଲର ନୁହେଁ, ଯେତେବେଳେ ମନ ହେବ ବାହା ହେବ ଆଉ ଯେତେବେଳେ ମନ ହେବ ଘରୁ ବାହାର କରି ଫୋପାଡି ଦେବ ।

ଏହି ଚିଠିରେ ବର୍ଷା ଆହୁରି ମଧ୍ୟ ଲେଖିଛନ୍ତି କି ଲୁଚି ଛପି କି ବିବାହ କରିନି ଯେ ପରିବାର ଠାରୁ ସବୁ କଥା ଲୁଚାଇବି । ଯାହା ବି ନିସ୍ପତି ହେବ ଆଲୋଚନା ମାଧ୍ୟମରେ ହେବ । ଅନ୍ୟ ପଟେ ଅନୁଭବ ମହାନ୍ତି ମଧ୍ୟ ବର୍ଷାଙ୍କୁ ଟାର୍ଗେଟ କରି କହିଛନ୍ତି କି “ଜଣେ ମହିଳା ଯିଏ ନିଜ ସ୍ଵାମୀ ସହିତ ସାରା ଜୀବନ ରହିବାକୁ ଚାହୁଁଛି ସେ କିପରି ୧୫ କୋଟି କ୍ଷତି ପୂରଣ ଓ ମାସିକ ୭୦ ହଜାର ଟଙ୍କା ଦାବି କରୁଛନ୍ତି ।

ବର୍ଷା ଓ ଅନୁଭବଙ୍କ ଜୀବନରେ ଉଠିଥିବା ଝଡ ସାମାଜିକ ତଥା ରାଜନୈତିକ ଓ ଅଲିଉଡ ଜଗତକୁ ପ୍ରଭାବିତ କରୁଛି । ତେବେ ଆଗକୁ ମାମଲା କେଉଁ ମୋଡ ନେବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।