ଆଜିର ରାଶିଫଳ, 15 ସେପ୍ଟେମ୍ବର 2020, ମଙ୍ଗଳବାର, ବଜରଙ୍ଗବାଲିଙ୍କ କୃପାରୁ ଏହି ୫ ଟି ରାଶିର ଆର୍ଥିକ ଅସୁବିଧା ହେବ ଦୂର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୫ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଏହି ରାଶିର ଲୋକଙ୍କୁ ରାଜକାର୍ଯ୍ୟରେ ପ୍ରସିଦ୍ଧି ମିଳିବ । ଆର୍ଥିକ ସ୍ଥିତି ମଧ୍ୟ ମଝବୁତ ହେବ । ପରିବାରରେ ଅଶାନ୍ତି ରହିବ । ସରକାରୀ ସାହାଯ୍ୟ ମିଳିପାରେ । ସମ୍ପର୍କୀୟ କିମ୍ବା ପୁରୁଣା ବନ୍ଧୁଙ୍କ ସହାୟତା ଦ୍ଵାରା ଆପଣଙ୍କୁ କାରବାରରେ ପ୍ରଗତି ମିଳିବ । ଚାକିରି କରିଥିବା ଲୋକଙ୍କ ପାଇଁ ଆଜିର ଦିନ ବହୁତ ଲାଭକାରୀ ରହିବ । ନିର୍ମାଣ ପ୍ରଗତିରେ ରହିବ । କଥା ପାଇଁ ଅଶାନ୍ତି ସୃଷ୍ଟି ହୋଇ ପାରେ । କାମରେ ସଫଳତା ଏବଂ ଯଶ ମିଳିବା କାରଣରୁ ଖୁସି ବଢିବ । ବିରୋଧୀ ମାନଙ୍କର ପରାଜୟ ହେବ ।

ବୃଷ

ଆଜି ସ୍ୱାସ୍ଥ୍ୟ ସବନ୍ଧରେ ପ୍ରଶ୍ନ ଆସିପାରେ । ଟଙ୍କା ମାମଲାରେ ଦିନ ଭଲ ରହିବ । ଛୋଟ ଛୋଟ କଥାରେ ମଧ୍ୟ ଆପଣଙ୍କର ରାଗ ଆସିପାରେ । ଭୌତିକ ଖୁସି ମିଳିପାରେ । କ୍ରୋଧ ପାଇଁ କାହା ସହିତ ଝଗଡା ନହେଉ ଏହାର ଧ୍ୟାନ ରଖିବାକୁ ପଡିବ । ଆର୍ଥିକ ସ୍ଥିତିରେ ସୁଧାର ଏବଂ ସ୍ଥିରତା ଆସିବ । ଆଗାମୀ ସମୟ ଆପଣଙ୍କ ଜୀବନଙ୍କୁ ବଦଳାଇ ଦେବ । ନିଜ ଘରେ ବାପା ମାଆନଅକା ସହଯୋଗ ସହିତ ପରିବାର ଲୋକଙ୍କ ଠାରୁ ଖୁସି ଖବର ମିଳିବ ।

ମିଥୁନ

ଆଜି ପାରିବାରିକ ସହଯୋଗ ମିଳିବା ସହିତ ପ୍ରଗତିବାଦୀ ସମୟ ରହିବ । ଯୋଜନା ଉପରେ ନିଜର ଧ୍ୟାନ ରଖିବା ଆବଶ୍ୟକ ଅଟେ । ଘରେ ଶୁଭ କାମ ହୋଇ ପାରେ । ପାଖ ଜାଗାକୁ ଯାତ୍ରା କରି ପାରନ୍ତି । ଆର୍ଥିକ ସ୍ତରରେ ଆଜିର ଦିନ କଠିନ ହୋଇ ପାରେ କାରଣ ଆପଣଙ୍କ ଟଙ୍କା ଅବରୁଦ୍ଧ ହୋଇ ଯିବ । ସମ୍ପତ୍ତି ସବନ୍ଧିତ କାମରେ ପ୍ରଗତି ଆସିବ ।

କର୍କଟ

ଆଜି ମାଙ୍ଗଳିକ ପ୍ରସଙ୍ଗ ଆୟୋଜନ କରିବେ । ମନର ଅସ୍ଥିରତା ଆପଣଙ୍କ ଭିତରେ ନିଷ୍ପତ୍ତି ନେବା ଶକ୍ତିର ଅଭାବ ସୃଷ୍ଟି କରିବ । ପରିଣାମ ସ୍ୱରୂପ ଦୋନ୍ଦ ସୃଷ୍ଟି ହେବ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ । ପରିବାରରେ ଖୁସିର ବାତାବରଣ ରହିବ । ଅନେକ ଦିନ ଧରି ଅଟକି ଥିବା କାମ ଆପଣଙ୍କର ପୁରା ହେବ । ପରିବାର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣ ବ୍ୟବସାୟରେ ଭାଗୀଦାରୀ କରି ପାରନ୍ତି । ଏଥିରେ ଆପଣଙ୍କୁ ଭଲ ଲାଭ ମିଳିବ ।

ସିଂହ

ଆଜି ଆପଣଙ୍କ ମନ ରୋମାଣ୍ଟିକ ରହିବ । ଆପଣ ନିଜ ଜୀବନରେ ଧର୍ମର ଗୁରୁତ୍ଵକୁ ଜାଣିବା ପାଇଁ ଚାହିଁବେ । ଏହି ରାସ୍ତାରେ ଚାଲିବା ଦ୍ଵାରା ଆପଣଙ୍କୁ ଖୁସି ଏବଂ ଶାନ୍ତି ମିଳିବ । ଆପଣ ଖାଲି ସମୟର ମଜା ନେଇ ପାରିବେ । ମନୋରଞ୍ଜନ ପାଇଁ ଆବଶ୍ୟକ ଠାରୁ ଅଧିକ ଖର୍ଚ କରନ୍ତୁ ନାହିଁ । ଏମିତି ବ୍ୟକ୍ତିଙ୍କୁ ବାଛନ୍ତୁ ଯିଏ ସଠିକ ସମୟରେ ଆପଣଙ୍କ ସଂମ୍ମାନ କରିବେ ଏବଂ ଆଗାମୀ ସମୟରେ ବହୁତ ଖୁସି ଦେବେ । ଟଙ୍କା ସହିତ ଯୋଡି ହୋଇଥିବା ସମସ୍ୟାରେ ଆପଣଙ୍କୁ ସଫଳତା ମିଳିବ ।

କନ୍ୟା

ଆଜିର ଦିନ ଆପଣଙ୍କ ପାଇଁ ଭଲ ସମୟ ଆଣି ଆସିବ । ବ୍ୟବସାୟରେ ନୂଆ ସୌଦା ହେବ । ସମ୍ପର୍କରେ ମଧୁରତା ଆସିବ । ଦାୟିତ୍ଵ ସଠିକ ଭାବରେ କରିବେ । ଅଧିକ ପରିଶ୍ରମ କରିବାକୁ ପଡିବ । କାର୍ଯ୍ୟରେ ଉତ୍ସାହ ମିଳିବ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ଅତ୍ୟଧିକ ଚାପ ଆପଣଙ୍କୁ ରାଗି ଏବଂ ବିଚଳିତ ମଧ୍ୟ କରିପାରେ । ସନ୍ତାନ ମାନଙ୍କ ପାଇଁ ଆପଣ କିଛି ଖାସ ବନ୍ଦୋବସ୍ତ କରି ପାରନ୍ତି । ଆପଣ ବିଶ୍ରାମ କରନ୍ତୁ ଏବଂ ନିଜକୁ ଆଗାମୀ ସମୟ ପାଇଁ ପ୍ରସ୍ତୁତ ରଖନ୍ତୁ । ଆପଣ ନିଜ ଜୀବନଶୈଳୀରେ ଟିକେ ପରିବର୍ତ୍ତନ ଆଣନ୍ତୁ ଯେଉଁଥିରେ ଆପଣ ସୁସ୍ଥ ରହି ପାରିବେ ।

ତୁଳା

ଏହି ରାଶିର ଲୋକଙ୍କୁ ଆଜି ସନ୍ତାନ ମାନଙ୍କ ଠାରୁ ଖୁସି ମିଳିବ । ଧନ ଲାଭ ହେବ । ମେଡିକାଲ ଏବଂ ମ୍ୟାନେଜମେଣ୍ଟ ସହିତ ଯୋଡି ହୋଇଥିବା ଲୋକଙ୍କ ପାଇଁ ଆଜିର ଦିନ ନୂଆ ସୁଯୋଗ ଆଣି ଆସିବ । କଠିନ ପରିଶ୍ରମ କରିବାକୁ ପଡିବ ତାପରେ ଆପଣଙ୍କୁ ଭଲ ଫଳ ମିଳିବ । ବେପାରୀ ମାନଙ୍କ ପାଇଁ ଆଜିର ଦିନ କଠିନ ହେବ କାରଣ ସୌଦା ସବନ୍ଧିତ ଅସହମତି ହେବ । ଆଜିର ଦିନ ନିବେଶ କରିବା ପାଇଁ ଠିକ ସମୟ ନୁହେଁ । ପାରିବାରିକ ଦାୟିତ୍ଵ ବଢିବ ଯେଉଁଥି ପାଇଁ ମାନସିକ ଚାପ ଦେଖାଦେଇ ପାରେ ।

ବିଛା

ଆଜି କୌଣସି କାମରେ ସଫଳତା ପାଇବା ଦ୍ଵାରା ଆପଣଙ୍କୁ ବହୁତ ଖୁସି ମିଳିବ । ଗତ କିଛି ଦିନରେ ଯେଉଁ ଭୁଲ ବୁଝାବଣା କାରଣରୁ ଆପଣଙ୍କ ସମ୍ପର୍କ ଠିକ ଭାବରେ ଚାଲୁ ନାହିଁ, ଆଜି ତାହା ଦୂର ହୋଇ ଯିବ । ଆଜିର ଦିନ ମୌଜ ମସ୍ତିରେ ଭାରି ରହିବ କାରଣ ଆପଣ ଜୀବନକୁ ବହୁତ ଭଲ ଭାବରେ ବଞ୍ଚିବେ । ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ । ଅର୍ଥ ଲାଭ ପାଇଁ କୌଣସି ପ୍ରକାରର ନୂଆ କାମର ଆରମ୍ଭ ମଧ୍ୟ କରାଯାଇ ପାରେ । କାରୋବାର ବଢାଇବା ପାଇଁ ଭଲ ସମୟ ଅଟେ ।

ଧନୁ

ବହୁତ ଦିନ ଧରି ଚାଲି ଆସୁଥିବା ସମସ୍ୟାର ସମାଧାନ ଆଜି ମିଳିବ । ପାରିବାରିକ ମାମଲାକୁ ନେଇ ଆପଣଙ୍କ ମାଆଙ୍କ ପରାମର୍ଶ ସାହାଯ୍ୟକାରୀ ପ୍ରମାଣିତ ହେବ । ଆପଣଙ୍କୁ ଆପଣଙ୍କ ସଞ୍ଚୟରେ ସାବଧାନ ରହିବା ଆବଶ୍ୟକତା ଅଟେ । କୌଣସି ବିଶେଷ ବ୍ୟକ୍ତିଙ୍କୁ ସହଯୋଗ ମିଳିବ । ନିଜର ସ୍ୱାସ୍ଥ୍ୟ ପାଇଁ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ବାଦ ବିବାଦର ସାମନା କରିବାକୁ ପଡିପାରେ । ଭାଇଚାରା ବୃଦ୍ଧି ପାଇବ ।

ମକର

ଶରୀର ଏବଂ ମନର ସୁସ୍ଥ ସହିତ ଆଜିର ଖୁସିର ଦିନ ଆପଣଙ୍କୁ ବିଭିନ୍ନ ଲାଭର ଉପହାର ଦେବ । ଜୀବନସାଥୀ ସହିତ ଆଦର୍ଶଗତ ମତଭେଦ ଶେଷ ହେବ । ବେପାର ଏବଂ ବ୍ୟବସାୟ ମଧ୍ୟମ ଧରଣର ରହିବ । ଶିକ୍ଷା କ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ତାହେଲେ ପଢାରେ ଆପଣ ନିଜକୁ ବହୁତ ଆଗକୁ ନେବେ । ବ୍ୟବସାୟ ଏବଂ କାରୋବାରରେ ଆପଣ ବହୁତ ବଡ ସଫଳତା ହାସଲ କରିପାରିବେ । ସୂର୍ଯ୍ୟଦେବଙ୍କ କୃପାଦୃଷ୍ଟିରୁ ଆପଣଙ୍କ ପାଇଁ ଟଙ୍କାର କୌଣସି ଅଭାବ ରହିବ ନାହିଁ ।

କୁମ୍ଭ

ଆଜି ଆପଣଙ୍କ ପାଇଁ ସମୟ ଟିକେ କଠିନ ହୋଇ ପାରେ, କିନ୍ତୁ ଧର୍ଯ୍ୟ ହରାନ୍ତୁ ନାହିଁ, ଲୋକ ମାନଙ୍କ ସହିତ ନିଜ ସମ୍ପର୍କକୁ ଭଲ ରଖିବା ପାଇଁ ଚେଷ୍ଟା ଜାରି ରଖନ୍ତୁ । ବାପା ମାଆଙ୍କ ତରଫରୁ ଆପଣଙ୍କୁ ଆର୍ଥିକ ସହାୟତା ମିଳିବ । ଆପଣ ପ୍ରାୟ ଆପଣଙ୍କ ପୁରୁଣା ବନ୍ଧୁଙ୍କ କଥା ମନେ ପକାଇ ପାରନ୍ତି । ତାଙ୍କ ସହିତ ଦେଖା ହେବା ପରେ ଆପଣ ବହୁତ ଖୁସି ମଧ୍ୟ ହେବେ । କାର୍ଯ୍ୟ କ୍ଷେତ୍ରରେ ଶାନ୍ତି ଏବଂ ଦୂରଦର୍ଶିତା ସହିତ କାମ କରିବେ । ନିଜକୁ ବହୁତ ଶକ୍ତିଶାଳୀ ଅନୁଭବ କରିବେ । ଆପଣଙ୍କର ଏହି ଶକ୍ତିକୁ ବ୍ୟାୟାମ କରିବାରେ ଲଗାନ୍ତୁ ।

ମୀନ

ଆଜି ଭୌତିକ ସୁଖର ଲାଳସା ବଢିବ । ବ୍ୟକ୍ତିଗତ ସ୍ତରରେ ଛୋଟ ସମସ୍ୟା ଜୀବନକୁ ପ୍ରଭାବିତ କରି ପାରେ, କାରଣ ଜୀବନସାଥିଙ୍କ ସହିତ ମତଭେଦ ଆପଣଙ୍କ ମନବଳକୁ ଖରାପ କରିଦେବ । ଗୋଟିଏ ଦିଗରେ କରାଯାଇ ଥିବା କଠିନ ପରିଶ୍ରମର ଭଲ ଫଳ ମିଳିବ । ଆଜିର ଦିନ ଭଲରେ କଟିବ । ଯେଉଁ ଲୋକ କାରୋବାରରେ ବିସ୍ତାର କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ପାରିବାରିକ ଦାୟିତ୍ଵରେ ବୃଦ୍ଧି ହେବ । ଜୀବନରେ ସଫଳତା ହାସଲ ଜାରି ରହିବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।