‘ବର୍ଷା ଗୋଟେ ସାଇକୋ ପେସେଣ୍ଟ ଭଳି ଲାଗୁଛି, ଏସବୁ ବନ୍ଦ କର ଏମାନେ ଯେଉଁ ଲେବୁଲରୁ ଆସିଛନ୍ତି ଏତେ ଉପରକୁ ଉଠିବାର ଯୋଗ୍ୟ ନୁହନ୍ତି…’ ଦେଖନ୍ତୁ Video

କଥାରେ ଅଛି, ବାଟରେ ହଗିଲେ ବି ନାଁ ବାଟରେ ଦେଉଳ କଲେ ବି ନାଁ । ଠିକ ସେହିପରି ଆଜି ବର୍ଷା ଓ ଟୁଙ୍ଗୁରୁ ନିନ୍ଦନୀୟ କରି ମଧ୍ୟ ଆଜି ଖବରରେ ଛାଇ ରହିଛନ୍ତି । ନିଜେ କରିଥିବା ଭୁଲକୁ ନେଇ ସେମାନେ ଟିକେ ମଧ୍ୟ ଅନୁତପ୍ତ ନୁହନ୍ତି । ବରଂ ଗଣମାଧ୍ୟମରେ ତାଙ୍କ ଖବର ଦେଖି ଖୁସି ହେଉଛନ୍ତି ଓ ନିଜକୁ ସେଲିବ୍ରିଟି ହୋଇଗଲେଣି ବୋଲି ଭାବୁଛନ୍ତି । କିଛି ମ୍ୟୁଜିକ ସଂସ୍ଥା ମଧ୍ୟ ସେମାନଙ୍କ ନାଁରେ ଗୀତ ବନେଇ ତାଙ୍କୁ ଅଭିନୟ କରିବାକୁ ସୁଯୋଗ ଦେଉଛନ୍ତି ।

ବର୍ଷା ଓ ଟୁଙ୍ଗୁରୁ ପରସ୍ପର ନାଁରେ ମିଡିଆରେ ମନ୍ତବ୍ୟ ଦେଉଛନ୍ତି ଓ ସବୁଆଡେ ସେମାନଙ୍କୁ ନେଇ ଚର୍ଚ୍ଚା ହେଉଛି । ଏହି ଦୁଇଜଣ ସମାଜ ଉପରେ ଖରାପ ପ୍ରଭାବ ପକାଉଛନ୍ତି ବୋଲି ଅନେକ ସମାଜସେବୀ ଓ ସାମାଜିକ ସଂଗଠନ ସବୁ ଅଭିଯୋଗ ଆଣିଛନ୍ତି । ଜଣେ ମହିଳା ସମାଜସେବୀ ଏହାକୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି । ସେହି କହିଛନ୍ତି କି ଆମର କଳା ସଂସ୍କୃତି ବହୁତ ଅଛି ଏବଂ ପ୍ରତିଭାଶାଳୀ ଲୋକଙ୍କର ମଧ୍ୟ କୌଣସି ଅଭାବ ନାହିଁ ।

କିନ୍ତୁ ଆପଣମାନେ ଯଦି ଏଭଳି ଲୋକଙ୍କୁ ନେଇ ଭିଡିଓ ଓ ଗୀତ ସବୁ ତିଆରି କରିବ ତେବେ ଏହା ସମାଜ ଉପରେ ନିହାତି ଭାବେ ଏକ କୁପ୍ରଭାବ ପକାଇବ । ଯିଏ ନିଜ ଘର ପରିବାର ସମ୍ଭାଳି ପାରୁନାହାନ୍ତି ଓ ଦୁଇ ଦୁଇଟା ଛୁଆଙ୍କୁ ଅନାଥ କରି ଆସି ନିଜ ବୟସଠୁ ଯଥେଷ୍ଟ ସାନ ପିଲାଙ୍କ ପ୍ରେମରେ ପଡି ନିର୍ଲଜ ଭଳି ହେଉଛନ୍ତି ସେମାନଙ୍କୁ ନେଇ ଆଲବମ ତିଆରି କରିବା କଦାପି ଉଚିତ ନୁହେଁ ।

ଲୋକେ ଏସବୁ ଦେଖିବାକୁ ଚାହୁଁଛନ୍ତି କହି ଅନେକ ଲୋକ ଏସବୁକୁ ଅଧିକ ପ୍ରଶ୍ରୟ ଦେଉଛନ୍ତି । କିନ୍ତୁ ଲୋକେ ଏହାକୁ ବିଦ୍ରୁପ କରୁଛନ୍ତି ଓ ସମାଜରେ ଏସବୁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି । ଏସବୁ ଘଟଣା ସମାଜକୁ ଭଲ ସନ୍ଦେଶ ଦେଉନାହିଁ ତେଣୁ ଯଥାଶୀଘ୍ର ଏସବୁକୁ ବନ୍ଦ କରାଯାଉ ବୋଲି ସେ କହିଛନ୍ତି । ବର୍ଷା ଟୁଙ୍ଗୁରୁଙ୍କ ଠାରୁ ବୟସରେ ବଡ ଓ ତାଙ୍କର ସ୍ଵାମୀ ଏବଂ ପିଲା ଥାଇ ମଧ୍ୟ ସେ କାହାରିକୁ ନଡରି ମିଡିଆ ଆଗରେ ଏମିତି ହେଉଛନ୍ତି । ବର୍ଷା ଜଣେ ସାଇକୋ ପେସେଣ୍ଟ ଭଳି ଲାଗୁଛି ।

ସାଇକୋ ପେସେଣ୍ଟ ବୋଲି ବୟସ, ସମୟ ଓ ସ୍ଥାନ କିଛି ଦେଖୁ ନାହାନ୍ତି । କେଉଁଠି କଣ କହିବାକୁ ହେବ ସେ ଜାଣିନି । ଫୁଲମାଳ ଧରି ପାଗେଳି ଭଳି କଥା କହୁଛି । ଆମ ଓଡିଶାରେ ଆହୁରି କେତେ ପ୍ରତିଭାଶାଳୀ ପିଲା ଅଛନ୍ତି ସେମାନଙ୍କ କଳାକୁ ଦେଖାଯାଉ । ବର୍ଷା ଓ ଟୁଙ୍ଗୁରୁ ଯେଉଁ ଲେବୁଲରୁ ଆସିଛନ୍ତି ସେମାନଙ୍କୁ ଏତେ ଉପରକୁ ଉଠିବାର ଯୋଗ୍ୟ ନୁହନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।