ଆ ବର୍ଷା, ଆମେ ଜେଲରେ ବାହା ହୋଇଯିବା । ସବୁ ବାଧାବିଘ୍ନକୁ ଏଡାଇ ମୁଁ ତୋ ମଥାରେ ସିନ୍ଦୂର ଦେବି । ତୋତେ ନିଜର କରି ସ୍ତ୍ରୀର ଅଧକାର ଦେବି । ମୁଁ ତୋ ବିନା ଏଠି ରହି ପାରିବିନି । ମୋ ପାଖକୁ ପଳେଇ ଆ । ଜେଲରେ ତିନିଦିନ ହେଲା ରହିଲିଣି ଆଉ ଏଠି ଏକୁଟିଆ ତୋ କଥା ଭାରି ମନେପଡୁଛି । ବର୍ଷା ଜେଲରେ ଚାରିକାନ୍ଥ ଭିତରେ ମୁଁ ବହୁତ ଏକା ହୋଇଯାଇଛି । ତୋ ବିନା ମୁଁ ଅଧା । ଏବେ ଇଚ୍ଛା ହେଉଛି ତୋତେ ବାହା ହୋଇଯିବାକୁ ।

ତୁ ପଳେଇ ଆସେ ବର୍ଷା ଆମେ ବାହା ହୋଇଯିବା । ତୋ ମଥାରେ ମୁଁ ସିନ୍ଦୂର ଦେବି । ଆମ ବାହାଘରରେ ସିନା ବ୍ୟାଣ୍ଡ ବ୍ୟାଜ ବାଜିବନି କି କୁନିଆ ମଇନ୍ତର ଆସିବେନି ଆଉ ଭୋଜିଭାତ ବି ହେବନି ହେଲେ ବରଣମାଳା ଦେଇ ଆମେ ବୈବାହିକ ବନ୍ଧନରେ ବାନ୍ଧି ହେବା । ତୁ ମୋ କଣିଆ ହେବୁ ମୁଁ ତୋ ବର ହେବି । ଆଉ ବେଦିରେ ମଥାରେ ସିନ୍ଦୂର ଦେଇ ତୋତେ ମୁଁ ନିଜର କରିବି । ଏ ଦୁନିଆ ଦେଖିବ ବର୍ଷା ଆଉ ଟୁଙ୍ଗୁରୁର ବାହାଘର ।
ଏବେ ଜେଲ ଭିତରେ ରହି ଏମିତି କିଛି ଭାବୁଛି ଟୁଙ୍ଗୁରୁ ଭୋଳ । ବର୍ଷା ପାଇଁ ଆଖିରୁ ପଶ୍ଚାତାପର ଲୁହ ଝରିପଡୁଛି । ଦୁଷ୍କର୍ମ ଅଭିଯୋଗରେ ବର୍ତ୍ତମାନ ଭରତପୁର ଥାନା ପୋଲିସ ଟୁଙ୍ଗୁରୁ ଭୋଳକୁ ଗିରଫ କରିଛି । ବର୍ଷାଙ୍କୁ ଦୁଷ୍କର୍ମ କରିଥିବା ନେଇ ଟୁଙ୍ଗୁରୁ ନାଁରେ ଥାନାରେ ଏତଲା ହୋଇଥିଲା ।

ଟୁଙ୍ଗୁରୁ ତାଙ୍କ ସହ ପ୍ରତାରଣା କରିଥିବା ନେଇ ବର୍ଷା ଭରତପୁର ଥାନା ଆଗରେ ଯାଇ ଧାରଣା ଦେଇଥିଲେ । ଅଟୋରେ ବସେଇ ପ୍ରେମ କରୁଥିଲା ହେଲେ ମନ ଭରିଗଲାରୁ ଛାଡି ପଳେଇଲା ଟୁଙ୍ଗୁରୁ । ଯାହାପରେ ଟୁଙ୍ଗୁରୁକୁ ହିଁ ବାହା ହେବି କହି ଥାନା ଆଗରେ ଧାରଣା ଦେଇଥିଲା ବର୍ଷା ଭାଉଜ । ବର୍ଷା ଅଭିଯୋଗ କରିବା ପରେ ଟୁଙ୍ଗୁରୁ ମଧ୍ୟ କ୍ୟାମେରା ସାମ୍ନାକୁ ଆସିଥିଲେ । ହେଲେ ସବୁ ଦୋଷ ବର୍ଷା ଉପରେ ଲଦି ନିଜେ ବିଚରା ସାଜିଥିଲେ ।
କିନ୍ତୁ ବର୍ଷା ମିଡିଆ ଆଗରେ ଖୋଲି ଦେଇଥିଲେ ଟୁଙ୍ଗୁରୁର ଅସଲ ଚେହେରା । ଏହିପରି ଅନେକ ଦିନଧରି ବର୍ଷା ଓ ଟୁଙ୍ଗୁରୁଙ୍କ ମାମଲା ଥମି ଯାଇଥିବା ବେଳେ ଏବେ ପୁଣି ଟୁଙ୍ଗୁରୁ ଜେଲ ଯିବାପରେ ଚର୍ଚ୍ଚାରେ ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।