୨୦୨୦ ମସିହାର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁୟାରୀ ୧୦ ରେ ଲାଗିବାକୁ ଯାଉଛି । ଏହାର ପ୍ରଭାବ ଅଲଗା ଅଲଗା ରାଶିରେ ଅଲଗା ଅଲଗା ରହିଛି । ଆପଣଙ୍କର ଜାଣିବା ଆବଶ୍ୟକ ଅଟେ କି ଏହାର ପ୍ରଭାବ ଆପଣଙ୍କ ରାଶି ଉପରେ କିପରି ରହିବ । ଏହି ଗ୍ରହଣର ପ୍ରଭାବ କିଛି ରାଶି ଉପରେ ଅଧିକ ଖରାପ ରହିଛି, ଏଥିପାଇଁ ଆପଣଙ୍କୁ ସାବଧାନ ରହିବା ଉଚିତ ।
ମେଷ
ଚନ୍ଦ୍ର ଗ୍ରହଣ ମେଷ ରାଶିଙ୍କ ପାଇଁ ଭଲ ରହିଛି । ଏହାର ପ୍ରଭାବରେ ମେଷ ରାଶିର ଜାତକରେ ଅଧିକ କର୍ମଶକ୍ତି ଦେଖିବାକୁ ମିଳିବ । ସତର୍କତା ଅବଲମ୍ବନ କରିବା ଉଚିତ କାରଣ ଗ୍ରହଣ ଦ୍ଵାରା ଘରର କୌଣସି ସଦସ୍ୟ ଉପରେ ଖରାପ ପ୍ରଭାବ ପଡି ପାରେ । ଯାତ୍ରା କରିବା ଲାଭଦାୟକ ପ୍ରମାଣିତ ହେବ ।
ବୃଷ
ଚନ୍ଦ୍ର ଗ୍ରହଣ ବୃଷ ରାଶି ପାଇଁ ଭଲ ନାହିଁ । ଏହା ଦ୍ଵାରା ଧନର କ୍ଷତି ହେବାର ସମ୍ଭାବନା ଅଛି । ଏଥିପାଇଁ କଥାରେ ସଞ୍ଜମତା ରକ୍ଷା କରନ୍ତୁ, ଯେମିତି କିଛି ଅନିଷ୍ଠ ନହେବ । ପରିବାରରେ କଳହ ମଧ୍ୟ ହୋଇପାରେ ।
ମିଥୁନ
ମିଥୁନ ରାଶି ପାଇଁ ଚନ୍ଦ୍ର ଗ୍ରହଣ ଭଲ ନାହିଁ । ଏଥିପାଇଁ ଆପଣଙ୍କୁ ସାବଧାନ ରହିବା ଉଚିତ । ଏହି ଗ୍ରହଣ ପାଇଁ ଆପଣଙ୍କ ମାନସିକ ଅବସ୍ଥା ଖରାପ ହୋଇପାରେ । ସ୍ୱାସ୍ଥ୍ୟ ଖରାପ ମଧ୍ୟ ହୋଇପାରେ । ଜୀବନ ସାଥି ସହିତ ଝଗଡା ମଧ୍ୟ ହୋଇପାରେ ।
କର୍କଟ
କର୍କଟ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଭଲ ନାହିଁ । ଏହା ଦ୍ଵାରା ଆପଣଙ୍କର ଖର୍ଚ୍ଚ ବଢିପାରେ । ହଠାତ ଆପଣଙ୍କର କୌଣସି ସମସ୍ୟା ହୋଇପାରେ ।
ସିଂହ
ଚନ୍ଦ୍ର ଗ୍ରହଣ ସିଂହ ରାଶିର ୧୧ ଭାବରେ ଲାଗିବାକୁ ଯାଉଛି, ଯାହାଦ୍ୱାରା ଏହି ରାଶିର ଲୋକମାନଙ୍କୁ ଅଧିକ ଭଲ ଫଳ ମିଳିବ । ଆପଣଙ୍କର ଆୟରେ ବୃଦ୍ଧି ହୋଇପାରେ । ଆର୍ଥିକ ସ୍ଥିତି ଭଲ ହୋଇପାରେ ।
କନ୍ୟା
କନ୍ୟା ରାଶିରେ ଚନ୍ଦ୍ର ଗ୍ରହଣର ପ୍ରଭାବ ଅଧିକ ଭଲ କି ଅଧିକ ଖରାପ ରହିବ ନାହିଁ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆପଣଙ୍କର ଅଫିସ କାମରେ ବହୁତ ଅସୁବିଧା ହୋଇପାରେ ।
ତୁଳା
ଚନ୍ଦ୍ର ଗ୍ରହଣ ତୁଳା ରାଶିରେ ନବମ ଭାବରେ ଲାଗିବାକୁ ଯାଉଛି । ଏହି ଗ୍ରହଣ ପାଇଁ ଆପଣଙ୍କର କାମ ଖରାପ ହୋଇପାରେ । କଥାରେ ସଞ୍ଜମତା ରକ୍ଷା କରନ୍ତୁ ନହେଲେ ଝଗଡା ହୋଇପାରେ ।
ବୃଷ
ବୃଷ ରାଶିମାନଙ୍କ ପାଇଁ ଏହି ଚନ୍ଦ୍ର ଗ୍ରହଣ ବହୁତ ଖରାପ ରହିଛି । ଏହି ଗ୍ରହଣ ପାଇଁ ଆପଣଙ୍କର ଦୁର୍ଘଟଣା ହେବାର ଓ ଧନ ହାନି ହେବାର ଆଶଙ୍କା ରହିଛି ।
ଧନୁ
ଧନୁ ରାଶିର ଲୋକମାନେ ନିଜ ପାରିବାରିକ ଜୀବନରେ ଧ୍ୟାନ ଦେବା ଉଚିତ କାରଣ ଗ୍ରହଣର ଖରାପ ପ୍ରଭାବ ରହିଛି । ଗ୍ରହଣର କୁପ୍ରଭାବ ଏହି ରାଶି ଉପରେ ଅଧିକ ପଡିବ ।
ମକର
ମକର ରାଶି ପାଇଁ ଗ୍ରହଣର ପ୍ରଭାବ ଭଲ ଅଟେ । ଏହି ଗ୍ରହଣ ପାଇଁ ଆପଣଙ୍କୁ ସଫଳତା ମିଳି ପାରିବ । ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ ।
କୁମ୍ଭ
କୁମ୍ଭ ରାଶିର ଲୋକଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ ରହିଛି । ପ୍ରେମ ସମ୍ପର୍କ ପାଇଁ ମଧ୍ୟ ସମୟ ଭଲ ରହିଛି । କିନ୍ତୁ ପରିବାରରୁ କୌଣସି ଖରାପ ଖବର ମିଳିପାରେ । ଏଥିପ୍ରତି ସତର୍କ ରୁହନ୍ତୁ ।
ମୀନ
ଚନ୍ଦ୍ର ଗ୍ରହଣ ମୀନ ରାଶିରେ ୪ର୍ଥ ଭାବରେ ଲାଗିବାକୁ ଯାଉଛି । ଏଥିପାଇଁ ଆପଣଙ୍କୁ ଆଦାନ ପ୍ରଦାନରେ ସାବଧାନତା ଅବଲମ୍ବନ କରିବା ଉଚିତ ।