ଦୁଇ ପୁଅଙ୍କୁ ହରାଇ ଥିଲେ ଆଉ ଏବେ ଭାଇ ସହିଦ ହୋଇଗଲା । ମାତ୍ର ବର୍ଷକ ଭିତରେ ଦୁଇ ପୁଅ ଛାଡି ଯାଇଥିଲେ । ଆଉ ଆଜି ଭାଇ ମଧ୍ୟ ମୋତେ ପର କରି ଦେଇ ଚାଲିଗଲା । ମୋ ଭାଇ ଆଜି ସହିଦ ହୋଇଗଲା । ଦେଶ ପାଇଁ ଜୀବନ ଦେଇ ମୋତେ ଏକା କରି ଚାଲିଗଲା । ମୋର ଏବେ ଆଉ କେହି ନାହାନ୍ତି । ହଁ ଦର୍ଶକ ବନ୍ଧୁ ଆଜି ଗୋଟେ ଭାଇ ଆଖି ରେ ଲୁହ । କାରଣ ତାଙ୍କ ଭାଇ ଆଜି ଦେଶ ପାଇଁ ସହିଦ ହୋଇ ଯାଇଛନ୍ତି ।
ଯେଉଁ ଭାଇ ଗୋଟେ ବର୍ଷ ଭିତରେ ଦୁଇ ପୁଅଙ୍କୁ ହରାଇ ଥିଲା ସେ ଭାଇ ଆଜି ନିଜ ସାନ ଭାଇ କୁ ହରାଇଛି । ଯେଉଁ ଭାଇ ସାହାରା ପାଲଟିଥାନ୍ତା ସେ ଆଜି ବେସାହାରା କରି ଦେଇଛି । ଯାହାକୁ ନେଇ କୋହ ସମ୍ଭାଳି ପାରୁ ନାହାନ୍ତି ଭାଇ । ଏମିତି ଦୁଃଖଦାୟକ ଘଟଣା ଦେଖିବାକିଉ ମିଳିଛି ବରଗଡ ଜିଲ୍ଲା ଭେଟେନ ବ୍ଲକ ପାଖପାଲ୍ଲୀ ଗାଁ ର ଯବାନ ନିଳାଞ୍ଚଳ ପଟେଲ ଦେଶ ପାଇଁ ସହିଦ ହେବା ପରେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ବଡ ଭାଇ ନୀଳାମ୍ବର ପଟେଲ ।
ଦୁଃଖ ର ପାହାଡ ଯେମିତି ନୀଳାମ୍ବର ଙ୍କ ଉପରକୁ ଲଦି ହୋଇ ପଡିଛି । ତାଙ୍କ ପାଦ ତଳୁ ଆଜି ମାଟି ଖସି ଯାଇଛି । ଛାତି ଫାଟି ଯାଉଛି । କାରଣ ପ୍ରାୟ 1 ବର୍ଷ ପୂର୍ବରୁ ନୀଳାମ୍ବରଙ୍କର ଦୁଇ ପୁଅ କୌଣସି ରୋଗ କାରଣରୁ ଆରପାରିକୁ ଏକା ସହ ଚାଲି ଯାଇଥିଲେ । ଏହା ପରେ ସେ ସନ୍ତାନ ପାଇଁ ଚେଷ୍ଟା କରି ନ ଥିଲେ । କାରଣ ସେ ତାଙ୍କର ସାନ ଭାଇ କୁ ପୁଅ ଭଳି ମାନି ନେଇଥିଲେ ।
ସାନ ଭାଇ ର ମୁହଁ ଦେଖି ବଞ୍ଚିବାକୁ ଆରମ୍ଭ କରିଥିଲେ । କିନ୍ତୁ ସାନ ଭାଇ ର ମୃତ୍ୟୁ ଆଜି ତାଙ୍କୁ ସ୍ତବ୍ଧ କରି ଦେଇଛି । 2004 ରେ ନିଳାଞ୍ଚଳ 48 ଆସାମ ରାଇଫଲ ରେ ଯୋଗଦାନ ଦେଇଥିଲେ । 4 ବର୍ଷ ହେବ ନିଲାଞ୍ଚଳ ତାଙ୍କ ସ୍ତ୍ରୀ, ଦୁଇ ଝିଅ ଓ ପୁଅଙ୍କୁ ନେଇ ମଣିପୁର ରେ ରହୁଥିଲେ । କିଛି ବର୍ଷ ହେବ ତାଙ୍କ ବାପା ଆରପାରିକୁ ଚାଲି ଯାଇଥିଲେ ।
ମା, ବଡ ଭାଇ ନୀଳାମ୍ବର, ଭାଉଜ ରଞ୍ଜୁଲତା ଗାଁ ରେ ରହୁଥିଲେ । ନିଳାଞ୍ଚଳ ଙ୍କ ମୃତ୍ୟୁ ଖବର ପାଇବା ପରେ ପୁରା ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଜି ନିଳାଞ୍ଚଳ ଙ୍କର ପାର୍ଥିବ ଶରୀର ଗାଁ ରେ ପହଞ୍ଚିବ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।