ବର୍ଷ ବର୍ଷ ଧରି ଦେହ ଭିତରେ ରଖିକି ବିକ୍ରି କରୁଥିଲା, ଧରିଲା ପୋଲିସ ବାହାରିଲା…..

କେତେବେଳେ ଟ୍ୟାଙ୍କର ଗାଡି ତ ଆଉ କେବେ ପାଣି ଚାମ୍ବର, ପାଣି ଟାଙ୍କି ଓ ଲୁଣ ବସ୍ତା ରେ ଓ ଏମିତି କି ପୋଲିସ ଗାଡି ଲେଖି ତାହା ମଧ୍ୟରେ ଗଞ୍ଜେଇ ଚାଲାଣ ହେଉଥିଲା । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । ସେ ଏମିତି କିଛି କାମ କରିଛନ୍ତି ଯାହା ହୁଏ ତ ଆପଣ ମାନେ ପ୍ରଥମ ଥର ଶୁଣିବାକୁ ପାଇବେ ଓ ଦେଖିବାକୁ ପାଇବେ । ହଁ ଦର୍ଶକ ବନ୍ଧୁ ଦେହ ଭିତରେ ଚାଲିଛି ଗଞ୍ଜେଇ ଚାଲାଣ ।

ଯୁବକଙ୍କର ଏଭଳି ଚିନ୍ତାଧାରା ଯେ ଯାହା ସମସ୍ତଙ୍କୁ ଆଚମ୍ବିତ କରି ଦେଇଛି । ଗଞ୍ଜେଇ ଚାଲାଣ ର ଏପରି ନୂଆ ତରିକା ଏବେ ସାମ୍ନା କୁ ଆସିଛି । କୌଣସି ଗାଡି ଘୋଡା କି ବସ୍ତା ରେ ଗଞ୍ଜେଇ ଚାଲାଣ ହେଉ ନ ଥିଲା । ଏବେ କିଛି ନୂଆ ଦ୍ରୁଶ୍ଯ ଦେଖିବାକୁ ମିଳିଛି । ଯୁବକ ଜଣକ ନିଜ ସାର୍ଟ ଭିତରେ ଲୁଚାଇ ରଖିଥିଲେ 7 କେଜି ର ଗଣେଜୀ । ପୋଲିସ ଆଖି ରୁ ବଞ୍ଚିବା ପାଇଁ ଚାଲାଣକାରୀ ବାହାର କରିଛନ୍ତି ନୂଆ ପନ୍ଥା ।

ଗଞ୍ଜେଇ ଯେମିତି ନ ବାହରେ ସେଥିପାଇଁ ଦେହ ସହ ଗଞ୍ଜେଇ କୁ ସେଲୋଟେଫ ଦେଇ ଗୁଡାଇ ଦେଇଛନ୍ତି ଚାଲାଣକାରୀ ଜଣକ । ଡ୍ରେସ ଉପରେ ଶୀତ ବସ୍ତ୍ର ମଧ୍ୟ ପିନ୍ଧି ଛନ୍ତି ଯୁବକ ଜଣକ । ସେହି ଶୀତ ବସ୍ତ୍ର ଆଉ ତା ପରେ ରହିଛି ଡ୍ରେସ । ଆଉ ଡ୍ରେସ ତଳେ ରହିଛି 7 କେଜି ର ଗଞ୍ଜେଇ । ପରୁଆ ନିକଟସ୍ଥ ବଡ ଦେବତା ଛକ ନିକଟରେ ଗୋଟେ ଜାରି ବ୍ୟାଗ ରେ 28 କେଜି ର ଗଞ୍ଜେଇ ରଖିକି ଖୁବ କୌଶଳ କ୍ରମେ ଖସି ଯିବାକୁ ଚେଷ୍ଟା କରୁଥିଲେ ଯୁବକ ।

ଆଉ ଠିକ ସେହି ସମୟରେ ପୋଲିସ ହାତରେ ଧରା ପଡିଛନ୍ତି ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ର ଉଲନ ଖାନ । SDPO ସଞ୍ଜୟ ମହାପାତ୍ର ଙ୍କ ସଠିକ ପ୍ଳାନ ଓ SP ଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ଳାନ ସଫଳ ହୋଇ ପାରିଛି । ସବୁଠାରୁ ରୋଚକ ପୂର୍ଣ୍ଣ କଥା ହେଉଛି ଯୁବକ ଜଣକ ନିଜ ଦେହ ଭିତରେ ଗଞ୍ଜେଇ କୁ ଏଭଳି ଖଞ୍ଜି କି ରଖିଛନ୍ତି ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ।

ଗୋଟେ ଗଞ୍ଜେଇ ଯେମିତି ତଳେ ନ ପଡିବ ସେଥିପାଇଁ ଯୁବକ ଜଣକ 7 କିଲୋ ଗଞ୍ଜେଇ କୁ ସେଲୋଟେଫ ମାରି ଶରୀର ଭିତରେ ଗୁଡାଇ ଦେଇଛନ୍ତି । ଯୁବକ ଜଣକ ଆନ୍ଧ୍ର ରୁ ଗଞ୍ଜେଇ ଧରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମୟରେ ପୋଲିସ ତାକୁ ଧରିଛି । ତେବେ ଯୁବକ ଙ୍କର ଏଭଳି ଚାଲାକି ପୋଲିସ ଆଗରେ ଫେଲ ମାରିଛି । ତେବେ ଆଜିର ସମୟରେ ଲୋକ ମାନେ ନିଶା ଦ୍ରବ୍ଯ ବିକ୍ରି କରିବା ପାଇଁ ଏମିତି ନୂଆ ନୂଆ ପନ୍ଥା ଆପଣାଉଛନ୍ତି ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।