ବର୍ତ୍ତମାନ ଚାଲିଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଭାରତ ପାଇଁ ଅନେକ ମ୍ଯାଚ ଖେଳି ଦେଶକୁ ଅନେକ ବିଜୟ ଭେଟି ଦେଇ ନାମ କମାଇଥିବା ସୁନାମଧାନ୍ୟ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ଅଛନ୍ତି । ଲିଜେଣ୍ଡସ୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଚାରୋଟି ଦଳରେ ରହିଛନ୍ତି ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହୱାଗ, ଇରଫାନ ପଠାନ, ଅନିଲ କୁମ୍ବଲେଙ୍କ ଭଳି ଅନେକ ବଡ ବଡ କ୍ରିକେଟ କିମ୍ବଦନ୍ତୀ ମାନେ । ଏହାସହ ଦେଶ ବିଦେଶର ଅବସରପ୍ରାପ୍ତ ଅନ୍ୟ ଖେଳାଳିମାନେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ଅଛନ୍ତି ।

ଗଢା ଯାଇଥିବା ଚାରୋଟି ଦଳରେ ଏହି କ୍ରିକେଟ କିମ୍ବଦନ୍ତୀଙ୍କୁ ନେଇ ତିଆରି ହୋଇଛି ଭିନ୍ନ ଭିନ୍ନ ଚାରୋଟି ଟିମ୍ । ଜାତୀୟ କ୍ରିକେଟ ଭଳି ଏହି ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ମଧ୍ୟ କ୍ରିକେଟ ପ୍ରେମୀମାନେ ବହୁଳ ମାତ୍ରାରେ ଭିଡ ଜମାଉଛନ୍ତି । ତେବେ ଗତକାଲି କଟକର ବାରବାଟୀରେ ଖେଳା ଯାଇଥିଲା ଏହି ଲିଗ୍ ର ଗୋଟିଏ ମ୍ଯାଚ । ଏହି ମ୍ଯାଚଟି ଭିଲୱାରା କିଙ୍ଗସ୍ ଓ ଗୁଜୁରାଟ ଜାୟାଣ୍ଟସ୍ ମଧ୍ୟରେ ଖେଳା ଯାଇଥିଲା ।
ମ୍ଯାଚଟି ବେଶ ରୋମାଞ୍ଚକ ଭରା ଥିବାବେଳେ ଏହି ମ୍ଯାଚ ଦେଖିବାକୁ ଅନେକ ଦର୍ଶକ ଭିଡ ଜମାଇଥିଲେ । ତେବେ ବାରବାଟୀରେ ଖେଳା ଯାଇଥିବା ଏହି ମ୍ଯାଚରେ ଗୁଜୁରାଟ ଜାୟାଣ୍ଟସ୍ କୁ ଶୋଚନୀୟ ଭାବେ ପରାଜିତ କରିଛି ଭିଲୱାରା କିଙ୍ଗସ୍ । ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ହରାଇ ୨୨୨ ରନ୍ ସଂଗ୍ରହ କରିଥିଲା ଭିଲୱାରା କିଙ୍ଗସ୍ । ଦଳ ପକ୍ଷରୁ ପୋର୍ଟଫିଲ୍ଡ କେବଳ ୩୩ ବଲ୍ ରୁ ବିସ୍ଫୋରକ ୬୪ ରନ୍ କରିଥିଲେ ।

ଯେଉଁଥିରେ ୧୦ଟି ଚଉକା ସହ ୨ଟି ଛକା ମଧ୍ୟ ସାମିଲ ଥିଲା । ହେଲେ ଗୁଜୁରାଟ ଜାୟାଣ୍ଟସ୍ ୨୦ ଓଭର ମଧ୍ୟରେ ସମସ୍ତ ୱିକେଟ ହରାଇ କେବଳ ୧୬୫ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା । ଭିଲୱାରା କିଙ୍ଗସ୍ ରେ ସାମିଲ ଥିଲେ ଭାରତୀୟ ଦ୍ରୁତ ବୋଲର ଏସ. ଶ୍ରୀଶାନ୍ତ । ତେବେ ମ୍ଯାଚ ଜିତିବା ପରେ ଶ୍ରୀଶାନ୍ତ ତାଙ୍କ ଅନୁଭୂତି ଗଣମାଧ୍ୟମରେ ଜଣାଇଥିଲେ । କଟକ ବାରବାଟୀ ସବୁଠୁ ବେଷ୍ଟ ଗ୍ରାଉଣ୍ଡ ମଧ୍ୟରେ ଗୋଟିଏ ବୋଲି ସେ କହିଥିଲେ ।
ବାରବାଟୀରେ ଖେଳିକରି ତାଙ୍କୁ ବହୁତ ଭଲ ଲାଗିଲା ଏବଂ ଅବସର ନେବା ପରେ ମଧ୍ୟ ଏହିଭଳି ଏକ ମ୍ଯାଚ ଯୋଗୁଁ ତାଙ୍କୁ ପୁଣି ଥରେ ଖେଳିବାକୁ ସୁଯୋଗ ମିଳିଛି ସେଥିପାଇଁ ସେ ବହୁତ ଖୁସି ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।