ରାହୁଲ ଓ ହରପ୍ରିୟାଙ୍କ ପ୍ରେମ କାହାଣୀ ଏବେ ସାରା ରହୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଅନ୍ତର୍ଗତ ରାହୁଲ ଗୋଛାୟତଙ୍କ ପତ୍ନୀ ହରପ୍ରିୟା ପଣ୍ଡାଙ୍କୁ ଗତ ଆଠଦିନ ତଳେ କେହି ଅପହରଣ କରି ନେଇ ଯାଇଥିଲେ । ସେ କଲେଜରୁ ପରୀକ୍ଷା ଦେଇ ବାହାରୁଥିବା ବେଳେ ଏକ ଇଣ୍ଡିକା କାର୍ ରେ ତାଙ୍କୁ କେହି ବେହୋସ କରି ଉଠାଇ ନେଇଥିଲେ । ଅନେକ ଖୋଜାଖୋଜି କରିବା ପରେ ହରପ୍ରିୟାଙ୍କ ମାମୁଁ ଘରଲୋକେ ତାଙ୍କୁ ଜଗନ୍ନାଥ ମନ୍ଦିର ନେଇ ଯାଇଥିବା ବେଳେ ସେଠାରୁ ହରପ୍ରିୟାଙ୍କୁ ଉଦ୍ଧାର କରି ଆଣିଥିଲେ ରାହୁଲ ।
ହରପ୍ରିୟାଙ୍କୁ ତାଙ୍କ ମାମୁଁ, ମାଇଁ ଏବଂ ବାପାମା’ ଅପହରଣ କରି ନେଇଥିଲେ ଓ ମନ୍ଦିରରେ ଜାତି କରେଇବାକୁ ନେଇଥିଲେ ବୋଲି ରାହୁଲଙ୍କ ଘରଲୋକେ ଅଭିଯୋଗ କରିଛନ୍ତି । କାରଣ ହରପ୍ରିୟା ବ୍ରାହ୍ମଣ ଝିଅ ହୋଇଥିବା ବେଳେ ରାହୁଲ ଖଣ୍ଡାୟତ ପରିବାରର ଅଟନ୍ତି । ତେବେ ହରପ୍ରିୟା ରାହୁଲଙ୍କ ସହ ତାଙ୍କର ପ୍ରେମ କାହାଣୀ କେମିତି ଆରମ୍ଭ ହେଲା ସେନେଇ କହିଛନ୍ତି । ରାହୁଲ ହରପ୍ରିୟାଅଙ୍କ ଗାଁକୁ ବୁଲାବୁଲି କରିବାକୁ ଯାଆନ୍ତି ।
ହରପ୍ରିୟା ମଧ୍ୟ ତାଙ୍କ ସାଙ୍ଗମାନଙ୍କ ସହ ଗାଁରେ ବୁଲାବୁଲି କରୁଥିବା ବେଳେ ଅନେକ ଥର ରାହୁଲଙ୍କୁ ଦେଖିଛନ୍ତି । ବରା ପିଆଜି ଦୋକାନରୁ ରାହୁଲ ଓ ହରପ୍ରିୟାଙ୍କ ପ୍ରେମ ଆରମ୍ଭ ହୋଇଥିଲା । ସେଠାରୁ ଦେଖା ସାକ୍ଷାତ ହୋଇ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଓ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ କିନ୍ତୁ କେହି କାହାକୁ କିଛି କହୁ ନଥିଲେ । ହରପ୍ରିୟା ଏକ ଫେକ ଇନଷ୍ଟାଗ୍ରାମ ଆକାଉଣ୍ଟ ବନେଇ ରାହୁଲଙ୍କ ମନ କଥା ଜାଣିବାକୁ ଚେଷ୍ଟା କରିଥିଲେ ।
ରାହୁଲ ମଧ୍ୟ ତାଙ୍କୁ କହିଥିଲେ କି ତାଙ୍କ ଗାଁର ଜଣେ ଝିଅଙ୍କୁ ସେ ଖୁବ ପସନ୍ଦ କରୁଛନ୍ତି, କିନ୍ତୁ ତାଙ୍କୁ ଡର ଲାଗୁଛି ମନକଥା କହିବାକୁ । ହରପ୍ରିୟା କିନ୍ତୁ ତାଙ୍କୁ ସାହାସ ଦେଇଥିଲେ ମନକଥା କହିବାକୁ । ଶେଷରେ ରାହୁଲ ସାହସ କରି ହରପ୍ରିୟାଙ୍କୁ ଭଲ ପାଉଛନ୍ତି ବୋଲି କହିଥିଲେ । ହରପ୍ରିୟା ବି ମନେ ମନେ ରାହୁଲଙ୍କୁ ପସନ୍ଦ କରୁଥିଲେ କିନ୍ତୁ ପ୍ରଥମ ଥର ରାହୁଲଙ୍କ କଥାରେ ରାଜି ହୋଇ ନଥିଲେ । ତା’ପରେ ସେ ମଧ୍ୟ ରାହୁଲଙ୍କ ପ୍ରେମ ନିବେଦନ ସ୍ଵୀକାର କରିଥିଲେ ।
ଦୁଇ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ପ୍ରେମ କରିବା ପରେ ଗତ ଛଅମାସ ହେବ ବିବାହ କରିଥିଲେ । ହରପ୍ରିୟା କଲେଜରୁ ଅପହରଣ ହେବା ଘଟଣା ସାମ୍ନାକୁ ଆସିବା ପରେ ସେମାନଙ୍କ ବିଷୟରେ ସାରା ରାଜ୍ୟରେ ଆଲୋଚନା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।