ନାଚ ଗୀତ ବିନା ଯେକୌଣସି ବାହାଘର ଅଧୁରା ଲାଗେ । ଆଗକାଳରେ ବାହାଘରରେ କେବଳ ବରପକ୍ଷ ନାଚି ନାଚି ପ୍ରୋଶେସନ କରି ଆସୁଥିଲେ । କିନ୍ତୁ ବର୍ତ୍ତମାନ ସେସବୁ ବଦଳି ଗଲାଣି । ଏଥର କନ୍ୟାପକ୍ଷ ମଧ୍ୟ ଖୁବ ଜମେଇକି ନାଚୁଛନ୍ତି । ତେବେ ବାହାଘର ସବୁ ମଜାମସ୍ତି ମଧ୍ୟରେ କୌଣସି ନା କୌଣସି କାରଣରୁ ଟିକେ ହାଇଡ୍ରାମା ମଧ୍ୟ ଦେଖିବାକୁ ମିଳେ । ଏହି ଡ୍ରାମା କେବେ କେବେ ମଜାଦାର ହୋଇଥିବା ବେଳେ ଆଉ କିଛି ଡ୍ରାମା ଯୋଗୁଁ ସୃଷ୍ଟି ହୁଏ ବଡ ବଡ ସମସ୍ଯା ।
ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଏମିତି ଏକ ମଜାଦାର ଡ୍ରାମା । ଭିଡିଓଟି ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ସହ ବେଶ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି କି, ବାହାଘର ନାଚ ଗୀତ ମଧ୍ୟରେ କନ୍ୟାପକ୍ଷ ଓ ବରପକ୍ଷ ସମସ୍ତେ ସାମିଲ ଅଛନ୍ତି । ଏତିକି ବେଳେ କନ୍ୟା ଡ୍ୟାନ୍ସ କରୁଛନ୍ତି ଓ ତାଙ୍କ ସାମ୍ନାରେ ଜଣେ ଯୁବକ ତାଙ୍କୁ ସାମ୍ନା କରି ନାଚିବାରେ ଲାଗିଛନ୍ତି ।
ଅଳ୍ପ ସମୟ ପରେ କନ୍ୟା ଓ ଉକ୍ତ ଯୁବକ ମିଶିକରି ଡ୍ୟାନ୍ସ କରୁଛନ୍ତି । ହେଲେ ହଠାତ କନ୍ୟା ଓ ଉକ୍ତ ଯୁବକ ଭାବବିହ୍ଵଳ ହୋଇ ପରସ୍ପରକୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଲେ । ଆଉ ପାଖରେ ଥିବା ବର ଛିଡା ହୋଇ ରହି ସବୁ ଦେଖୁଛନ୍ତି । କିଛି ସମୟ ପରେ ଅନ୍ୟଜଣେ ମହିଳା ଆସି କନ୍ୟା ଓ ଯୁବକଙ୍କୁ ଛଡାଇବା ପାଇଁ ଚେଷ୍ଟା କରୁଛନ୍ତି ।
ଏମିତି ଏକ ଭିଡିଓ ଟ୍ବିଟରରେ ଶେୟାର ହେବା ପରେ ଏହାକୁ ଲୋକେ ବହୁଳ ମାତ୍ରାରେ ଦେଖିବାରେ ଲାଗିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ଲୋକେ ବିଭିନ୍ନ ପ୍ରକାରର ମଜାଦାର କମେଣ୍ଟ ସବୁ ଲେଖୁଛନ୍ତି । କନ୍ୟା ଅନ୍ୟଜଣେ ଯୁବକଙ୍କୁ ଆଲିଙ୍ଗନ କରି କାନ୍ଦୁଥିବା ବେଳେ ବର ଚୁପଚାପ୍ ପାଖରେ ଠିଆ ହୋଇଛନ୍ତି ଆଉ ତାଙ୍କ ରାଗକୁ ନିୟନ୍ତ୍ରଣ କରିବାରେ ଲାଗିଛନ୍ତି । ଚାରିପଟେ ଥିବା ଅନ୍ୟ କିଛି ଲୋକ ଏହା ଦେଖି ହସ ସମ୍ଭାଳି ପାରୁନାହାନ୍ତି ।
ତେବେ ଏହି ଯୁବକଜଣକ କନ୍ୟାଙ୍କର କଣ ହେବେ ତାହା ସଠିକ ଭାବେ ଜଣା ପଡି ନଥିବା ବେଳେ ଏହି ଭିଡିଓଟି ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ଆପଣ କଣ ଭାବୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।