ପ୍ରେମ ପାଇଁ ଚୋରୀ କରୁଛନ୍ତି ଇଞ୍ଜିନିୟର । ଏହି ରୋମାଞ୍ଚକର ପ୍ରେମ କାହାଣୀ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଇଞ୍ଜିନିୟର ପ୍ରେମିକ ହେମନ୍ତ କୁମାର ରଘୁ ମାଡ୍ରାସ ଆଇଆଇଟିରୁ କେମିକାଲ ଇଂଜିନିୟରିଂରେ ଗ୍ରାଜୁଏଟ ଅଟନ୍ତି । ମୋଟା ଅଙ୍କର ଦରମାରେ ଦୁବାଇର ଏକ ଏମଏନସିରେ ସେ କାମ କରୁଥିଲେ ଏବଂ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ । ହେଲେ ଏବେ ବିହାରରେ ରଘୁ ଚୋର ନାମରେ ସେ ନୂଆ ପରିଚୟ ପାଇଛନ୍ତି ।

ତେବେ ଆଇଆଇଟି ଇଞ୍ଜିନିୟରଙ୍କ ସହ ଏମିତି କଣ ଘଟିଗଲା ଯେ ସେ ଅପରାଧ ଦୁନିଆରେ ପାଦ ଦେଲେ ? ମୁଜାଫରପୁରର ଜଣେ ବାର୍ ଡ୍ୟାନ୍ସରଙ୍କୁ ଭେଟିବା ପରେ ରଘୁଙ୍କ ଜୀବନ ଏକାଥରେ ବଦଳି ଯାଇଥିଲା । ରଘୁ ପ୍ରଥମ ସାକ୍ଷାତରେ ହିଁ ବାର୍ ଡ୍ୟାନ୍ସରଙ୍କ ପ୍ରେମରେ ପଡି ଯାଇଥିଲେ । କିଛିଦିନ ବିତିବା ପରେ ବାର୍ ଡ୍ୟାନ୍ସରଙ୍କୁ ନାଇଟ କ୍ଲବ ଧନ୍ଦା ଛାଡିବାକୁ କହିଥିଲେ । ଆଉ ଏହା ବଦଳରେ ହେମନ୍ତ ରଘୁଙ୍କୁ ମଧ୍ୟ ଦୁବାଇ ଛାଡିବାକୁ ପଡିଥିଲା ।
ଗାର୍ଲଫ୍ରେଣ୍ଡ ସହ ବିହାର ମୁଜାଫରପୁର ଆସିଥିଲେ ରଘୁ । ହେଲେ 15 ବର୍ଷ କାମ ଭିତରେ ମୋଟା ଅଙ୍କର ଦରମାରୁ ଯାହା ସଞ୍ଚୟ କରିଥିଲେ ସେସବୁ ଅଳ୍ପଦିନ ଭିତରେ ସରିଗଲା । ତେଣୁ ପ୍ରେମିକାକୁ ଖୁସି ରଖିବା ପାଇଁ ରଘୁ ଅପରାଧ ଦୁନିଆରେ ପାଦ ଦେଲେ । ଆଉ ଚୋରି ଏବେ ତାଙ୍କର ନୂଆ ବୃତ୍ତି । ପୋଲିସ ହାତରେ ଧରାପଡିବା ପରେ ନିଜ ପ୍ରେମ ଓ ଅପରାଧର କାହାଣୀ ଶୁଣାଇଛନ୍ତି ଏହି ଆଇଆଇଟିଆନ । ସଞ୍ଚିତ ଅର୍ଥ ଶେଷ ହୋଇଯିବା ପରେ ଚୋରିକୁ ନୂଆ ବୃତ୍ତି ଭାବେ ବାଛି ନେଇଥିଲେ ହେମନ୍ତ ରଘୁ ।

ସେଥିପାଇଁ ବିହାରର ମୁଜାଫରପୁରରେ ଅପରାଧୀଙ୍କ ସହ ନେଟୱର୍କ ତିଆରି କରିଥିଲେ । ଆଉ ଏବେ ସେ ବହୁ ଅପରାଧରେ ସମ୍ପୃକ୍ତ ଅଛନ୍ତି । ବର୍ତ୍ତମାନ ସେ ମୁଜାଫରପୁର ପୋଲିସ ପାଖରେ ନିଜ ଅପରାଧ ସ୍ଵୀକାର କରିଛନ୍ତି । ଏନେଇ ମୁଜାଫରପୁର ଡ଼ିଏସପି ମନୋଜ ପାଣ୍ଡେ କହିଛନ୍ତି, ଏପ୍ରିଲ 11 ରେ ଏକ ମାମଲା ରୁଜୁ ହେବା ପରେ ପୋଲିସ ରାଡ଼ାରକୁ ଆସିଥିଲେ ରଘୁ ଏବଂ ତାଙ୍କ ଗ୍ୟାଙ୍ଗ । ହେଲେ ମାଧପୁରରୁ ତିନିଜଣ ସହଯୋଗୀଙ୍କ ସହ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା ।
ଜଣେ ମହିଳାଙ୍କ ଠାରୁ 2 ଲକ୍ଷ 20 ହଜାର ଟଙ୍କା ଚୋରି ଅଭିଯୋଗରେ ଗତ ସପ୍ତାହରେ ପୋଲିସ ତାଙ୍କୁ ଗିରଫ କରିଛି । ଆଉ ପଚରାଉଚରା ବେଳେ ରଘୁଙ୍କ ପ୍ରେମ ଓ ଅପରାଧର କାହାଣୀ ଶୁଣି ପୋଲିସର ହୋସ୍ ଉଡି ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।