ସୁ ସୁ ଗର୍ଜନ କରି ମାଡି ଆସୁଛି ସୁଅ । ସତେ ଯେମିତି ନଦୀ ଅଶାନ୍ତ ହୋଇ ଉଠିଛି ଆଉ ତା’ କ୍ରୋଧରେ ସେ ସମସ୍ତଙ୍କୁ ଭସେଇ ନେବ । ସେହି ଅଶାନ୍ତ ଜଳରାଶି ଏଭଳି ତାଣ୍ଡବ ରଚୁଥିବା ବେଳେ ଦୁଇଟି ଛୋଟ ଛୋଟପିଲା ତା’ କ୍ରୋଧର ଶିକାର ହେଉଛନ୍ତି । ପାଣିର ସୁଅ ଯେଉଁଠି ବିଶାଳକାୟ ଗଛ ଅଟ୍ଟାଳିକାକୁ ଭସେଇ ନେଉଛି ସେଇଠି ଏହି କୁନି କୁନି ପିଲାଙ୍କର ବଳ ବା କେତେ । ହେଲେ ଏଭଳି ପରିସ୍ଥିତିରେ ପାଣି ସୁଅ ଭିତରେ ଦୁଇଟି ଛୋଟ ପିଲାଙ୍କ ପାଇଁ ଢାଲ ସାଜି ଠିଆ ହୋଇଛନ୍ତି ତାଙ୍କ ବାପା ।
ଯିଏକି ନିଜ ପିଲାଙ୍କ ଜୀବନ ବଞ୍ଚେଇବା ପାଇଁ ନିଜ ଜୀବନକୁ ବାଜିରେ ଲଗେଇ ଦେଇଛନ୍ତି । ଆଉ ନିଜର ସବୁ ବଳ ସାମର୍ଥ୍ୟ ଲଗେଇ ପିଲାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରୁଛନ୍ତି । ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ଦେଖିଲେ ଆପଣଙ୍କର ମଧ୍ୟ ଲୋମ ଟାଙ୍କୁରି ଉଠିବ । ଆପଣ ବି ଏହି ଦୃଶ୍ୟ ଦେଖିଲେ ସ୍ତବ୍ଧ ହୋଇଯିବେ । ବାପା କେବଳ ଗୋଟିଏ ସାଧାରଣ ଶବ୍ଦ ନୁହେଁ । ଏହା ବିଶାଳ ଶବ୍ଦର ଏକ ପ୍ରତିଶବ୍ଦ ।
ଭଗବାନଙ୍କ ମଥାରୁ ଖସି ପଡିଥିବା ଫୁଲ ହେଉଛନ୍ତି ବାପା । ବାପା ବରଗଛଟିଏ ତାଙ୍କ ଛାୟାରେ ସନ୍ତାନ ସବୁବେଳେ ସୁରକ୍ଷିତ ରୁହେ । ଯିଏ ପାଖରେ ଥିଲେ ସନ୍ତାନକୁ ସାତଟି ସିଂହର ବଳ ମିଳିଥାଏ । ଯିଏ ପାଖରେ ଥିଲେ କୌଣସି କଥାକୁ ଭୟ ଲାଗେନା କି ଚଲାପଥରେ କେବେ କଣ୍ଟା ଆସେନା ସିଏ ହେଉଛନ୍ତି ବାପା ।
କାନଧରି ଜୀବନ ଯାତ୍ରାରେ ଆଗେଇ ନେବାକୁ ଶକ୍ତି ଦେଉଥିବା ଦରଦୀ ହୃଦୟ କେବଳ ବାପାଙ୍କର ହିଁ ରହିଥାଏ । ତେଣୁ ଶାସ୍ତ୍ର ବି କୁହେ, “ପିତା ଧର୍ମ, ପିତା ସ୍ଵର୍ଗ, ପିତା ହିଁ ପରମ ତପ” । ବାପାଙ୍କର ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ । ସେହିଭଳି ଜଣେ ବାପା ନିଜ ପିଲାଙ୍କ ପାଇଁ ମୃତ୍ୟୁ ଆଗରେ ବି ଠିଆ ହୋଇ ଯାଇଛନ୍ତି । ଆଉ ଶେଷରେ ବାପାଙ୍କ ଚେଷ୍ଟା ଓ ଭଲପାଇବା ଆଗରେ ମୃତ୍ୟୁ ମଧ୍ୟ ହାର୍ ମାନୁଛି ।
ପ୍ରବଳ ସୁଅ ସହ ଲଢି ଶେଷରେ ଦୁଇ ପିଲାଙ୍କୁ କୂଳରେ ଲଗେଇ ଦେଉଛନ୍ତି ବାପା । ଏହି ଭିଡିଓ ସମସ୍ତଙ୍କୁ ଭାବୁକ କରି ଦେଉଥିବା ବେଳେ ଏହି ବାପାଙ୍କର ଏଭଳି କାର୍ଯ୍ୟକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।