ଫିଲ୍ମ ଦେଖିକି ମୋ ବାପା ମୋତେ କୁଣ୍ଢେଇକି କାନ୍ଦିଲେ ତା’ଠୁ ବଡ ପୁରସ୍କାର ଆଉ କିଛି ନାହିଁ : Delivery Boy ଫିଲ୍ମ କୁ ନେଇ Buddhaditya Mohanty ଙ୍କ ପ୍ରତିକ୍ରିୟା

ବର୍ତ୍ତମାନ ଥିଏଟରରେ ଚହଳ ସୃଷ୍ଟି କରୁଛି ଓଡିଆ ଫିଲ୍ମ “ଡେଲିଭେରି ବୟ” । ଫିଲ୍ମଟି ଏକଦମ ଫ୍ରେଶ ଏବଂ ଅରିଜିନାଲ କଣ୍ଟେଣ୍ଟକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଏକାଧିକ ଲୋକପ୍ରିୟ କଳାକାରମାନେ ଅଭିନୟ କରିଛନ୍ତି । ଫିଲ୍ମଟି ଥିଏଟରରେ ରିଲିଜ ହେବା ପରେ ଏହାକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ବିଦ୍ଧାଦିତ୍ୟ ମହାନ୍ତି ଏବଂ ଅଭିନେତ୍ରୀ ସୂର୍ଯ୍ୟମୟୀ ।

ଫିଲ୍ମରେ ଶୈଳେନ୍ଦ୍ର ସାମନ୍ତରାୟ, ଅଭିନେତ୍ରୀ ପ୍ରିୟମ୍ବଦା, କମେଡିଆନ ସନ୍ତୁ ନିଜେ ଏବଂ ଅଶ୍ଵିନୀଙ୍କ ଭଳି ଅନେକ ଲୋକପ୍ରିୟ କଳାକାର ବେଶ ନିଖୁଣ ଅଭିନୟ କରିଛନ୍ତି । ଗତକାଲି ଏହି ଫିଲ୍ମର ପ୍ରିମିୟର ହୋଇଥିବା ବେଳେ ପ୍ରଥମ ଦିନରେ ଦର୍ଶକଙ୍କ ସହ ଫିଲ୍ମର ସବୁ କଳାକାର, ତାଙ୍କ ପରିବାର ଏବଂ ପୁରା କ୍ରିଉ ମେମ୍ବରମାନେ ଫିଲ୍ମ ଦେଖିଥିଲେ । ବୁଦ୍ଧାଦିତ୍ୟ କହିଛନ୍ତି କି, ସେ ପୂର୍ବରୁ ପୁରା ଫିଲ୍ମ ଦେଖି ନଥିଲେ । ଆଉ ଫିଲ୍ମ ଦେଖିବା ପରେ ସେ ଏକଦମ ଭାବୁକ ହୋଇ ଯାଇଛନ୍ତି ।

ଦର୍ଶକଙ୍କ ରେସପନ୍ସ ଦେଖି ତାଙ୍କୁ ବହୁତ ଖୁସି ଲାଗୁଥିବା ସେ କହିଛନ୍ତି । ଫିଲ୍ମର ଫାଷ୍ଟ ହାଫରେ ଏଣ୍ଟରଟେନମେଣ୍ଟ ଓ ରୋମାନ୍ସ ଭରପୁର ରହିଥିବା ବେଳେ ସେକେଣ୍ଡ ହାଫରେ କିନ୍ତୁ ଫିଲ୍ମଟି ଏକଦମ ଅଲଗା ମୋଡ ନେଉଛି । ଯାହା ସମସ୍ତଙ୍କୁ ବେଶ ଭଲ ଲାଗୁଛି ।

ବୁଦ୍ଧାଦିତ୍ୟ କହିଛନ୍ତି କି, ଫିଲ୍ମ ଦେଖିବା ପରେ ତାଙ୍କ ବାପା ଡକ୍ଟର ବାଦଲ ମହାନ୍ତି ବେଶ ଭାବପ୍ରବଣ ହୋଇ ଯାଇଥିଲେ ଏବଂ ତାଙ୍କୁ କୁଣ୍ଢେଇକି କାନ୍ଦିଥିଲେ । ଏହାଠୁ ବଳି ବଡ ପୁରସ୍କାର ତାଙ୍କ ପାଇଁ ଆଉ କିଛି ନାହିଁ ବୋଲି ସେ କହିଛନ୍ତି । ସୂର୍ଯ୍ୟମୟୀଙ୍କ ସହ ତାଙ୍କ ଯୋଡିକୁ ପରଦା ଉପରେ ଲୋକେ ବେଶ ପସନ୍ଦ କରୁଛନ୍ତି । ସୂର୍ଯ୍ୟମୟୀ ମଧ୍ୟ କହିଛନ୍ତି କି, ମୋ ଅଭିନୟ କଥା ଛାଡନ୍ତୁ ସହକଳାକାର ମାନଙ୍କ ଅଭିନୟ ତାଙ୍କୁ ଖାସ କରି ବହୁତ ଭଲ ଲାଗିଲା । ଆଗଭଳି ଦର୍ଶକଙ୍କ ଭଲପାଇବା ସିଟି ମାରିବା ଏସବୁ ସେ ବହୁତ ମିସ୍ କରୁଥିଲେ ।

ଆଉ ପୁଣି ଥରେ ଏହିଭଳି ମାହୋଲ ଫେରିବା ଦେଖି ତାଙ୍କୁ ବହୁତ ଖୁସି ଲାଗୁଛି । କାରଣ ଜଣେ କଳାକାର ପାଇଁ ଦର୍ଶକଙ୍କ ଏଭଳି ରେଶପନ୍ସ ସବୁଠୁ ବଡ ପୁରସ୍କାର, ଯାହାକି ତାଙ୍କୁ ଆହୁରି ଭଲ କାମ କରିବାକୁ ଉତ୍ସାହ ଦେଇଥାଏ । ଫିଲ୍ମ ଦେଖିବା ପରେ ସୂର୍ଯ୍ୟମୟୀ ବୁଦ୍ଧଦିତ୍ୟଙ୍କୁ 501 ଟଙ୍କା ସଗୁନ ଦେଇଥିବା ମଧ୍ୟ ବୁଦ୍ଧାଦିତ୍ୟ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।