ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଧିକରେ ତୋ ପୁଅ ପଣିଆକୁ ଧିକ ! ବାପା ଓ ମାଆ କେତେ କଷ୍ଟ କରି ନିଜ ସନ୍ତାନକୁ ଛୋଟରୁ ବଡ କରିଥାନ୍ତି । ପିଲା ମାନଙ୍କର ସବୁ ଅଳିଅର୍ଦ୍ଧଳୀ ମଧ୍ୟ ସହିଥାନ୍ତି । ହେଲେ ଯେତେବେଳେ ପିଲା ମାନେ ବଡ ହୋଇଯାଇଥାନ୍ତି । କଥା ଅଛି ପରା ଯେତେବେଳେ ମୁଣ୍ଡକୁ ପିଲା ମାନଙ୍କର ହାତ ପାଇଯାଇଥାଏ । ସେତେବେଳେ ନିଜ ଜନ୍ମ କଲା ମା’ କୁ ମଧ୍ୟ ପିଲାମାନେ ଭୁଲି ଯାଇଥାନ୍ତି ।
ହେଲେ ଆଜିର ଘଟଣା ଅନୁଯାଇ ବାପା, ମାଆ ଉଭୟ ପୁଅ ଦେଇଥିବା ଲସି ଦୋକାନରେ ବସିଛନ୍ତି । ସେହି ଦୋକାନକୁ ସବୁ ପୁଅ ମାନଙ୍କ ମଧ୍ୟରେ ବାଣ୍ଟ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ସେ ପରା ବାପା, ମାଆ ସେ ନିଜ ପୁଅ ମାନଙ୍କ ମଧ୍ୟ ଅନ୍ତରପାନ୍ତର କିପରି କରିବେ ? ହେଲେ ସାନ ପୁଅ ଆଜି ବାପା,ମାଆଙ୍କ କଥା ଶୁଣିବାକୁ ନାରାଜ । ବୁଢୀ ମା’ ର କହିବା ଅନୁଯାଇ ଏହି ଲସି ଦୋକାନ ସାନ ପୁଅ ଛାଡିଲେ । ଏହି ଜାଗାକୁ ମୁଁ ୩ ପୁଅ ମଧ୍ୟରେ ଭାଗ କରିଦେବୀ ।
କାରଣ ଏହି ଜାଗା ବାଡି ସମ୍ପତ୍ତି ଯେତିକି ଯାହା ମଧ୍ୟ ଅଛି । ଆମେ ବୁଢା ବାପା ଓ ମାଆ ୩ ପୁଅ ମଧ୍ୟରେ ସମାନ କରିଦେବାକୁ ଚାହୁଁଛୁ । କାରଣ ମୋର ୪ ପୁଅ ମଧ୍ୟରୁ ମୁଁ ଗୋଟିଏ ପୁଅକୁ ହରେଈ ସାରିଛି । ଆଉ ୩ ପୁଅ ମଧ୍ୟରେ ଆମେ କୌଣସି ପ୍ରକାର ଗଣ୍ଡଗୋଲ ଦେଖିବା ପାଇଁ ଚାହୁଁନାହୁଁ । ହେଲେ ସାନ ପୁଅ ବାପା, ମାଆର କଥାକୁ ତିଳେ ମାତ୍ର ଖାତିର ନକରି ଦୋକାନ ନଛାଡିବା ପାଇଁ ଜିଦି ଧରି ବସିଛି ।
ଏହି ଜାଗାବାଡି ସମ୍ପର୍କରେ ପୂର୍ବରୁ ମଧ୍ୟ ଥାନାରେ ବାପା, ମାଆ ଉଭୟ ଅଭିଯୋଗ କରିଥିଲେ । ଆଉ ତୁରନ୍ତ ଜାଗାବାଡି ସମସ୍ଯାର ସମାଧାନ ଉତ୍ତମ ବୁଝାମଣା ସହ କରିବା ପାଇଁ ମଧ୍ୟ କହିଥିଲେ । ହେଲେ ଏନେଇ ଥାନାବାଲା କିଛି ମଧ୍ୟ ସ୍ପଷ୍ଠ କରୁନାହାନ୍ତି । ଏପଟେ ବୁଢା ବାପା, ମାଆ ୨ ଜଣ ସେହି ଲସି ଦୋକାନ ସାମ୍ନାରେ ଘଣ୍ଟା ଘଣ୍ଟା କାଳ ଧାରଣା ଦେଇ ବସିଛନ୍ତି ।
ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ବେଗୁଣିଆ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଦେଖିବାକୁ ମିଳିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ