ଥରେ ଚିନ୍ତା କରନ୍ତୁ ତ ବାପା ଆଗରେ ତିନି ତିନୋଟି ପିଲା ପାଣିରେ ଭାସିଯିବେ, ଆଉ ବାପାର ହୃଦୟ କେମିତି ବା ସହିବ । ବାପା ସାଙ୍ଗେ ସାଙ୍ଗେ ଆଗପଛ କି ନ ବିଚାରି ପାଣିକୁ ନିଶ୍ଚୟ ଡେଇଁ ପଡିବେ, ଆଉ ତାଙ୍କ ପିଲାଙ୍କୁ ଉଦ୍ଧାର କରିବାକୁ ପ୍ରାଣପଣେ ଚେଷ୍ଟା କରିବେ । ଏହିଭଳି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ରାୟଗଡା ନାଗାବଳୀ ନଦୀରେ । ନାଗାବଳୀ ନଦୀର ଝୁଲା ପୋଲ ନିକଟରେ ଘଟିଛି ଏଭଳି ଏକ ଅଘଟଣ । ବାପାଙ୍କ ସାମ୍ନାରେ ତିନି ପୁଅ ଭାସି ଯାଉଥିବା ବେଳେ ଦୁଇ ଜଣଙ୍କୁ ଚେଷ୍ଟା କରି ପାଣିରୁ ଉଦ୍ଧାର କରିଛି ବାପା ।
ହେଲେ ଏବେବି ଆଉ ଜଣେ ନାବାଳକ ପୁଅ ନିଖୋଜ ଅଛି । ଯାହାକୁ ବାପା ପାଣି ଭିତରେ ପାଗଳ ଭଳି ଖୋଜୁଛି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ଯାଇଥିଲେ । ଆଉ ଏବେବି ସେହି ନିଖୋଜ ନାବାଳକକୁ ଖୋଜିବାରେ ସମସ୍ତେ ଲାଗି ପଡିଛନ୍ତି । ତେବେ ସଂପୂର୍ଣ୍ଣ ଘଟଣାଟି ହେଉଛି, ନାଗାବଳୀ ନଦୀ ଝୁଲା ପୋଲ ନିକଟରେ ବାପାଙ୍କ ସହ ତାଙ୍କର ତିନୋଟି ପିଲା ଗାଧୋଇବା ପାଇଁ ଆସିଥିଲେ ।
ବାପା ଅନ୍ୟ କାମରେ ବ୍ୟସ୍ତ ଥିବା ବେଳେ ତିନି ଜଣ ଛୁଆ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ନଦୀରେ ଗାଧୋଉ ଗାଧୋଉ ତିନିଜଣ ଛୁଆଙ୍କ ଗୋଡ ମଧ୍ୟ ଖସି ଯାଇଥିଲା । ଆଉ ନିଜ ଜୀବନକୁ ରକ୍ଷା କରିବା ପାଇଁ ସେମାନେ ଜୋରରେ ପାଟି କରିଥିଲେ । ବାପା ପିଲାଙ୍କ ସ୍ଵର ଶୁଣି କିଛି ନଭାବି ନ ବିଚାରି ପିଲାଙ୍କୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡିଥିଲେ ।
ଆଉ ନିଜ ଜୀବନକୁ ବାଜି ଲଗାଇ ନାଗାବଳୀ ନଦୀର ପ୍ରଖର ସ୍ରୋତରୁ ଦୁଇ ପିଲାଙ୍କ ଜୀବନ ବଞ୍ଚେଇ ଦେଇଛି ବାପା । ହେଲେ ଆଉ ଜଣଙ୍କୁ ବାପା ଉଦ୍ଧାର କରିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ସବୁ ନଦୀନାଳରେ ପ୍ରଖର ଜଳସ୍ରୋତ ଚାଲିଛି । ନାଗାବଳୀ ନଦୀରେ ମଧ୍ୟ ପ୍ରବଳ ସୁଅ ଥିଲା ।
ସେହି ସୁଅରୁ ଦୁଇ ପିଲାଙ୍କୁ ସିନା ବାପା ଉଦ୍ଧାର କଲେ ହେଲେ ଆଉ ଜଣେ ଭାସି ଯାଇ କୁଆଡେ ନିଖୋଜ ହୋଇଯାଇଛି । ଦୀର୍ଘ ସମୟ ଧରି ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆଉ ସାନ ପୁଅକୁ ନପାଇ ଛାତିପିଟି କାନ୍ଦୁଛି ବାପା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।