ବନ୍ୟାରେ ଘର ଭାସି ପରେ କିଛି ଏମିତି ଅନ୍ଦାଜରେ ନବବିବାହିତ କଲେ ନିଜ ୱେଡିଂଗ ରିସେପ୍ଶନ, ସମସ୍ତେ କରୁଛନ୍ତି ତାଙ୍କ ପ୍ରଶଂସା, ଜାଣନ୍ତୁ

ବର୍ତ୍ତମାନ ସମୟରେ ଭାରତର କେତେକ ରାଜ୍ୟରେ ବନ୍ୟା ଯୋଗୁ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବନ୍ୟା କାରଣରୁ ହଜାର ହଜାର ଲୋକମାନଙ୍କର ମୁର୍ତ୍ୟୁ ହେଉଛି ତ କେତେକ ଲୋକମାନେ ନିଜର ଘର ଛାଡିବାକୁ ବି ବାଧ୍ୟ ହେଉଛନ୍ତି । କିନ୍ତୁ ବନ୍ୟାରେ ପୀଡିତ ଲୋକମାନଙ୍କୁ ସୁରକ୍ଷିତ କ୍ୟାମ୍ପ ଗୁଡିକରେ ପହଞ୍ଚାଇ ଦିଆ ଯାଉଛି । କିନ୍ତୁ ଏହା ମଧ୍ୟରେ ବି ଆମକୁ କିଛି ଏହିଭଳି ବି ବନ୍ୟା ପୀଡିତ ଫଟୋ ଦେଖିବାକୁ ମିଳିଯାଏ ଯେଉଁଥିରେ

ଲୋକମାନେ କାନ୍ଦୁଥିବାର ନଜର ଆସିଥାନ୍ତି । କିନ୍ତୁ ଏହିଭଳି କିଛି ଏକ ଫଟୋ ବର୍ତ୍ତମାନ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି । ଯାହାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି ।

ଏହି ଫଟୋ କେରଳ ର ୱାୟନାଡର ଅଟେ, ଯେଉଁଠି ଏକ ଦମ୍ପତି ଗତ ମାସ ବିବାହ କରିଥିଲେ ଓ ନିଷ୍ପତି ନେଇଥିଲେ କି ୧୮ ଅଗଷ୍ଟ ଦିନ ବିବାହର ରିସେପ୍ଶନ ରଖିବେ । କିନ୍ତୁ ୧୮ ଅଗଷ୍ଟ ପୂର୍ବରୁ ଏମାନଙ୍କ ଗ୍ରାମରେ ବନ୍ୟା ଆସି ଗଲା ଓ ସେହି ବନ୍ୟାରେ ଏମାନଙ୍କର ସମସ୍ତ ଟଙ୍କା, ଗହଣା ଓ ରିସେପ୍ଶନର ସମସ୍ତ ଜିନିଷ ବହି ନେଇ ଗଲା ।

ଏହା ପରେ ଏମାନେ ଯେମିତି ସେମିତି ନିଜର ଜୀବନ ବଞ୍ଚାଇ ସୁରକ୍ଷିତ କ୍ୟାମ୍ପରେ ପହଞ୍ଚି ଗଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଦୁଇ ଜଣ ଦମ୍ପତି ସେହି ସୁରକ୍ଷିତ ସ୍ଥାନରେ ନିଜର ରିସେପ୍ଶନ କରିଲେ ଓ ଉପହାର ସ୍ୱରୂପ ସମସ୍ତଙ୍କର ଆଶୀର୍ବାଦ ନେଲେ ।

ସୁରକ୍ଷିତ ଶିବିର ଯେଉଁ ସ୍କୁଲରେ ରଖା ଯାଇ ଥିଲା । ସେହି ସ୍କୁଲର ଅଧ୍ୟାପକ ଓ ଜିଲ୍ଲା ପ୍ରଶାସନ ବି ଏହି ସମାରୋହରେ ପହଞ୍ଚି ଥିଲେ । ଏହା ଛଡା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧୟାକ ଓ କଲେକ୍ଟର ମୁଖ୍ୟ ଅତିଥି ରୂପରେ ବି ପହଞ୍ଚି ଥିଲେ । ଦମ୍ପତି ଓ ତାଙ୍କର ସମ୍ପର୍କୀୟ ମାନେ ଟଙ୍କା ଏକାଠି କରି ସମସ୍ତ ଗ୍ରାମବାସୀ ମାନଙ୍କୁ ଭୋଜନ କରାଇଲେ, ସ୍କୁଲର ଅଭିଭାବକ ଶିକ୍ଷକ ସଂଘ ଏହି ଦମ୍ପତିଙ୍କୁ ଏକ ସୁନାର ଉପହାର ବି ଦେଇ ଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।