ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ନଦୀ ବଢି ଯୋଗୁଁ ଯେତିକି ଭୟ ଲାଗୁଛି ତା’ ଠାରୁ ଅଧିକ ଭୟ ଲାଗୁଛି ସେହି ପାଣିରେ ଭାସି ଆସୁଥିବା ବିଷଧର ସାପ । ଘର ଦାଣ୍ଡ ଆଗରେ ରଣା, ବୋଡା ଓ ନାଗ ଭଳି ବିଷଧର ସାପମାନେ ବୁଲୁଛନ୍ତି । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ପାଣି ଉପରକୁ ମୁଣ୍ଡ କାଢି ସାପଟି କେମିତି ଯାଉଛି । ବଢି ପାଣି ଆସିବା ପରେ କିଭଳି ସ୍ଥିତି ରହିଛି ଥରେ ନଜର ପକାନ୍ତୁ । ଥରେ ଚିନ୍ତା କରି ଦେଖନ୍ତୁ ତ, ଘରେ ବଢି ପାଣି ପଶିଛି ଏବଂ ପିଲାଙ୍କ ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ଘରେ ଅଛନ୍ତି ।

ଆଉ ତା’ ସହ ସେହି ଗୋଳି ପାଣି ଭିତରେ ବିଷାକ୍ତ ସାପ ବି ଅଛି । ବଢି ପାଣି ଆସିବା ପରେ ଏମିତି ଭୟରେ ବିତୁଛି ଏହି ଲୋକମାନଙ୍କ ଜୀବନ । ବଢି ପାଣି ଗାଁ ଗଣ୍ଡାରେ ପଶିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଏବଂ ଅନେକ ଦିନ ହେବ ବିଦ୍ୟୁତ ସେବା ବି ନାହିଁ । ଘରେ ଘରେ ପାଣି ପଶିବା ଯୋଗୁଁ ଲୋକେ ଠିକରେ ଗଣ୍ଡାଏ ଖାଇ ପାରୁନାହାନ୍ତି କି ପିଇବାକୁ ଭଲ ପାଣି ବି ନାହିଁ । ରନ୍ଧା ଚୁଲିଠୁ ନେଇ ଶୋଇବା ଶେଜ ସବୁ ପାଣିରେ ଓଦା ।
ପିଲା ହୁଅନ୍ତୁ କି ବୁଢା ସବୁ ସେଇ ଗୋଳି ପାଣି ଭିତରେ ଦିନରାତି ବିଷାକ୍ତ ସାପ, କଙ୍କଡା, ବିଛା ଓ ଅନ୍ୟ ସରୀସୃପଙ୍କ ଭୟରେ ଜୀବନ କାଟୁଛନ୍ତି । ଯଦି ଏଭଳି ଘଡିସନ୍ଧି ସମୟରେ ସାପ କିମ୍ବା ବିଛାଜନିତ କୌଣସି ଦୁର୍ଘଟଣା ହୁଏ ଏମାନେ କଣ କରିବେ ତାହା ଜାଣି ରଖିବା ଉଚିତ ।

ସାପ କିମ୍ବା ବିଛା ଦେହରେ କୌଣସି ଆଘାତ ହେଲେ ସେମାନେ ଦଂଶନ କରନ୍ତି, ତେଣୁ ସେଥିପ୍ରତି ଧ୍ୟାନ ରଖନ୍ତୁ । ଯଦି ସତର୍କତା ସତ୍ତ୍ୱେ ମଧ୍ୟ ଦଂଶନର ଶିକାର ହେଉଛନ୍ତି ତେବେ ଶରୀରକୁ ସ୍ଥିର ରଖନ୍ତୁ ଏବଂ ଅତ୍ୟଧିକ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ । ଯେଉଁ ସ୍ଥାନକୁ ସାପ୍ନ କାମୁଡିଛି ତାହା ତଳକୁ ଝୁଲାଇ ରଖନ୍ତୁ । ଧ୍ୟାନ ଦିଅନ୍ତୁ ବିଷ ଯେପରି ହୃଦୟକୁ ନପହଞ୍ଚେ ।
କାମୁଡା ସ୍ଥାନକୁ ସାବୁନରେ ଭଲ ଭାବେ ଧୋଇ ଦିଅନ୍ତୁ ଓ ଠିକ ତା’ ଉପରକୁ ବାନ୍ଧି ଦେଇ ତୁରନ୍ତ ଡାକ୍ତରଖାନା ନେବାର ବନ୍ଦୋବସ୍ତ କରନ୍ତୁ । ମାନସିକ ସ୍ଥିତି ଦୃଢ ରଖିବା ସହ କୌଣସି ଅନ୍ଧବିଶ୍ବାସ କିମ୍ବା ଗୁଣି ଗାରେଡି ଦ୍ଵାରା ପ୍ରଭାବିତ ହୁଅନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।