ଏବେ ରାଜ୍ୟରେ ଚାରିଆଡେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀ ସବୁ ଉଛୁଳିବାରେ ଲାଗିଛି । ଯାହାଫଳରେ ଅନେକ ଗାଁ ଗଣ୍ଡାରେ ପାଣି ପଶିଯାଇଛି । ଲୋକେ ନିଜ ବାସସ୍ଥାନ ହରେଇ ବନ୍ୟା ଆଶ୍ରୟସ୍ଥଳୀର ଯାଇ ରହୁଛନ୍ତି । ଆଉ କିଛି ସ୍ଥାନରେ ଲୋକେ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଓ ଭୋକ ଉପାସରେ ଜୀବନ କାଟୁଛନ୍ତି । ଗାଁ ଗଣ୍ଡା ମାନଙ୍କରେ ଏଭଳି ସଙ୍ଗୀନ ସ୍ଥିତି ଦେଖା ଯାଉଥିବା ବେଳେ ଆଉ କିଛି ଲୋକଙ୍କ ମଧ୍ୟରେ କିନ୍ତୁ ବନ୍ୟା ଜଳ ଦେଖିବା ଲାଗିଛି ଆଗ୍ରହ ବଢୁଛି ।

ଲୋକେ ବିଭିନ୍ନ ନଦୀକୂଳ ଓ ବ୍ରିଜ ମାନଙ୍କରେ ବନ୍ୟା ଜଳ ଦେଖିବା ଲାଗି ଭିଡ ଜମାଉଛନ୍ତି । ବନ୍ୟା ଆସିଥିବାରୁ ନଦୀ ମାଛ ମଧ୍ୟ ମଧ୍ୟ ଖୁବ ବିକ୍ରି ହେଉଛି । ତେବେ ଏଥିରୁ ବାଦ୍ ପଡି ନାହାନ୍ତି ସମସ୍ତଙ୍କ ପ୍ରିୟ କଂଗ୍ରେସ ନେତା ସୁର ଭାଇ । ସେ ନିକଟରେ ନିଜ ୭୯ତମ ଜନ୍ମଦିନ ପାଳନ କରିଛନ୍ତି । ତେବେ ସୁର ଭାଇଙ୍କୁ ଦେଖିବାକୁ ମିଳିଥିଲା ମୁଣ୍ଡଳୀ ବ୍ରିଜରେ । ସୁର ଭାଇ ଜଟଣୀତୁ ବନ୍ୟା ଜଳ ଦେଖିବା ପାଇଁ ମୁଣ୍ଡଳୀ ବ୍ରିଜକୁ ଯାଇଥିଲେ ।
ତେବେ ସେ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କ ପଛରେ ଲୋକଙ୍କ ଭିଡ ଜମି ଯାଇଥିଲା । ସୁର ଭାଇ ସେଠାରେ ପହଞ୍ଚୁ ପହଞ୍ଚୁ ତାଙ୍କର ଆଖି ପ୍ରଥମେ ମାଛ ଉପରେ ପଡିଥିଲା । ବ୍ରିଜ ଉପରେ ଜଣେ ମାଛ ବିଳାଳିଙ୍କ ପାଖରୁ ସେ ଏକ ମାଛ କିଣିଥିଲେ ଓ ତାଙ୍କୁ ଟଙ୍କା ଦେଇଥିଲେ । ସୁର ଭାଇ କେତେ ଓଡିଆ ଖାଦ୍ୟ ପ୍ରିୟ ଏହା ସମସ୍ତଙ୍କୁ ଜଣା ।

ସୁର ଭାଇ ଅନେକ ସମୟରେ କହିଛନ୍ତି ସେ ପଖାଳ ସହ କଣ ସବୁ ଖାଇବାକୁ ଭଲ ପାଆନ୍ତି । ତେବେ ମାଛ କିଣିବା ପରେ ସେ ବନ୍ୟା ଜଳ ଦେଖିଥିଲେ ଓ ଖୁବ ଖୁସି ବି ହେଉଥିଲେ । ହେଲେ ତାଙ୍କ ପାଖରେ ସେଲଫି ନେବା ପାଇଁ ଲୋକମାନେ ଭିଡ ଜମାଉଥିଲେ ।
ତେଣୁ ବୋଧେ ସୁର ଭାଇ ଶୀଘ୍ର ସେଠାରୁ ବାହାରି ଆସିଥିଲେ । ତେବେ ବନ୍ୟା ଜଳ ଦେଖି ଏକ ୩ କିଲିଆ ମାଛ ସେଠାରୁ ନେଇ ସୁର ଭାଇ ଘରକୁ ଫେରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।