ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ବଡ ଉପହାର ! SBIରେ ଲାଗୁ ହେଲା ନୂଆ ନିୟମ, ୧୦ ଜୁନରୁ ମିଳିବ ଏହି ସବୁ ଲାଭ

କରୋନା ସଙ୍କଟ ମଧ୍ୟରେ ଦେଶରେ ସବୁଠୁ ବଡ ସରକାରୀ ବ୍ୟାଙ୍କ ଭାରତୀୟ ସ୍ଟେଟ ବ୍ୟାଙ୍କ ଗ୍ରାହକମାନଙ୍କୁ ଏକ ବଡ ଉପହାର ଦେଇଛି । SBI ଲଗାତର ୧୩ ଥର ସୁଧ ଦର କମ କରିବାର ଘୋଷଣା କରିଛି । ବ୍ୟାଙ୍କର ନୂତନ ଦର ୧୦ ଜୁନରୁ ଆରମ୍ଭ ହୋଇଯିବ । କହିବାକୁ ଗଲେ ସ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଘୋଷଣା କରିଛି କି ୧୦ ଜୁନରୁ ସୁଧର ନୂଆ ଦର ଲାଗୁ ହେବ । ଯାହା ଅନୁସାରେ କୋଷର ସୀମାନ୍ତ ଲଗାତ ଆଧାରିତ ସୁଧ ଦର (MCLR)ରେ ୦.୨୫ ପ୍ରତିଶତ କମ ହୋଇଯିବ ।

ଏମିତିରେ ଏକ ବର୍ଷରେ MCLR ୭.୨୫ ପ୍ରତିଶତରୁ କମ ହୋଇ ୭ ପ୍ରତିଶତ ହୋଇଯିବ । ଏହା ଛଡା ଏସବିଆଇ ବେସ ରେଟରେ ବି ୭୫ ପ୍ରତିଶତ କମ କରିଛି । ତେବେ ବର୍ତ୍ତମାନ ବେସ ରେଟ ୮.୧୫ ପ୍ରତିଶତରୁ କମ ହୋଇ ୭.୪୦ ପ୍ରତିଶତ ହୋଇ ଯାଇଛି ।

କଣ ଅଟେ MCLR

Marginal Cost of Fund Based Lending Rate ନୋଟବନ୍ଦି ସମୟରେ ଲାଗୁ କାରା ଯାଇଥିବା ଏକ ବ୍ୟବସ୍ଥା ଅଟେ । ଯାହା ଜରିଆରେ ଲୋନ ନେବା ଅଳ୍ପ ସହଜ ହୋଇଯାଏ । ଏଥିରେ କସ୍ଟମରକୁ କମ ଇଣ୍ଟରେଷ୍ଟ ରେଟରେ ଲୋନ ମିଳିଥାଏ । ବ୍ୟାଙ୍କ ଦ୍ଵାରା MCLR ବଢିବା ଓ କମ କରିବାର ପ୍ରଭାବ ନୂଆ ଲୋନ ନେଉଥିବା ଲୋକମାନଙ୍କ ଛଡା ଏପ୍ରିଲ ୨୦୧୬ ପରେ ନେଉଥିବା ସମସ୍ତ ଗ୍ରାହକମାନଙ୍କ ଉପରେ ପଡିବ ।

କହିଦେଉଛୁ କି ବ୍ୟାଙ୍କ ଲଗାତାର ୧୩ ଥର MCLR ଦରକୁ କମ କରିଛି । ଏହା ପୂର୍ବରୁ SBI ବାହାରର ବେଞ୍ଚମାର୍କ ସହ ଜଡିତ ସୁଧ ହାର (ଈବୀଆର)କୁ ୭.୦୫ ପ୍ରତିଶତରୁ କମ କରି ୬.୬୫ ପ୍ରତିଶତ ବର୍ଷକୁ କରି ଦେଇଥିଲା । ବ୍ୟାଙ୍କ ଏହି ନିଷ୍ପତି ନେବା ପରେ ଲୋନ ନେଉଥିବା ଗ୍ରାହକମାନଙ୍କୁ ଏହାର ଲାଭ ମିଳି ପାରିବ । ବର୍ତ୍ତମାନ ଗ୍ରାହକମାନଙ୍କୁ ପୂର୍ବ ଅପେକ୍ଷା କମ EMI ଦେବାକୁ ପଡିବ ।

ଯିଏ ଯଦି ୩୦ ବର୍ଷ ପାଇଁ ୨୫ ଲକ୍ଷ ଟଙ୍କା ଲୋନ ନେଇଛନ୍ତି ତେବେ MCLR କମ ହେବା ଦ୍ଵାରା ପ୍ରତି ମାସରେ ୪୨୧ ଟଙ୍କା କମ EMI ଦେବାକୁ ପଡିବ । ଗ୍ରାହକର RLLR ହୋମ ଲୋନର ମାସିକ କିସ୍ତି ପ୍ରତି ମାସରେ ୬୬୦ ଟଙ୍କା ପର୍ଯ୍ୟନ୍ତ କମ ହୋଇଯିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।