ଗିରଫ ହେଲେ ପୁଷ୍ପରାଜ ! ପୁରା ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ଫିଲ୍ମର ପ୍ରଭାବ କେଉଁଠି ନା କେଉଁଠି ଆମ ସମାଜ ଉପରେ ନିଶ୍ଚିତ ରୂପରେ ପଡିଥାଏ । ସେଥିପାଇଁ କୁହାଯାଏ କି ଫିଲ୍ମକୁ ସବୁବେଳେ ମନୋରଞ୍ଜନ ପାଇଁ ଦେଖିବା ଉଚିତ ଓ ସେଥିରୁ କିଛି ଭଲ କଥା ଶିଖିବା ଉଚିତ । କିନ୍ତୁ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଫିଲ୍ମର ଭଲ କଥା ଶିଖିବା ପରିବର୍ତ୍ତେ ଫିଲ୍ମର ଖରାପ କଥାକୁ ଅଧିକ ମହତ୍ଵ ଦେଇଥାନ୍ତି । ଫିଲ୍ମ ଦେଖି ସାରିବା ପରେ ସେମାନେ ବି ସେହି ଫିଲ୍ମର କିରଦାରକୁ ଦେଖି ତାଙ୍କ ଭଳି ହେବାକୁ ଚେଷ୍ଟା କରନ୍ତି । ଯାହାକି ସମ୍ପୂର୍ଣ ରୂପରେ ଭୁଲ ଅଟେ ।

କାରଣ ଫିଲ୍ମ ଓ ଅସଲ ଜୀବନ ମଧ୍ୟରେ ବହୁତ ଫରକ ଅଛି । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଘଟଣା ବିଷୟରେ କହିବୁ ଯିଏକି ଫିଲ୍ମ ଦେଖିବା ପରେ ସେହିଭଳି କିଛି କାମ କରିବାକୁ ଚେଷ୍ଟା କରିଛି । କିନ୍ତୁ ଶେଷରେ ପୋଲିସ ହାତରେ ଧରା ପଡିଛି । କିଛି ଦିନ ତଳେ ସାଉଥର ସୁପର ଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପାରାଜ ବଡ ପରଦାରେ ରିଲିଜ ହୋଇଥିଲା ।

ଏହି ଫିଲ୍ମକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଏକ ଭିନ୍ନ ପ୍ରକାରର କ୍ରେଜ ମଧ୍ୟ ଦେଖିବାକୁ ମିଳିଥିଲା । ଫିଲ୍ମ ଦେଖିବା ପରେ ପ୍ରାୟତଃ ଲୋକମାନେ ଏହି ଫିଲ୍ମର ଗୀତ ଓ ଡାଇଲାଗ ଉପରେ ବହୁତ ଭିଡିଓ ବି କରିଛନ୍ତି । କିନ୍ତୁ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଅଲୁ ଅର୍ଜୁନ ଯେମିତି ଫିଲ୍ମରେ ନାଲି ଚନ୍ଦନକାଠର ଚାଲାଣ କରୁଥିଲେ ସେ ବି ସେମିତି କରିଛନ୍ତି । ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପରାଜକୁ ଦେଖି ସେ ଏତେ ପ୍ରଭାବିତ ହୋଇଗଲେ କି ଶେଷରେ କର୍ଣାଟକର ଏହି ଡ୍ରାଇଭର ସେହିଭଳି କାମ କରିବା ପାଇଁ ଆଗେଇ ଆସିଲେ ।

ଆନ୍ଧ୍ର ପ୍ରଦେଶରୁ ରକ୍ତ ଚନ୍ଦନ ଚାଲାଣ ସମୟରେ ଏହି ପୁଷ୍ପରାଜ ଡ୍ରାଇଭରର ନାଁ ହେଉଛି ୟାସିଫ । ମହାରାଷ୍ଟ୍ର, କର୍ଣାଟକ ଓ ଆନ୍ଧ୍ର ସୀମାରେ ଥିବା ମିରାଜ ନଗରର ଚେକ ପୟନ୍ଟକୁ ଭାଙ୍ଗି ଚାଲି ଯାଉ ଥିବା ସମୟରେ ପୋଲିସ ୟାସିଫକୁ କାବୁ କରିଛି । ମହାରାଷ୍ଟ୍ର ପୋଲିସ ପକ୍ଷରୁ ଚାଲିଥିବା ଚେକିଙ୍ଗ ସମୟରେ ଟ୍ରକରୁ ୨.୫ କୋଟି ଟଙ୍କାର ରକ୍ତ ଚନ୍ଦନ ଜବତ କରାଯାଇଛି ।

ପୁଷ୍ପା ଫିଲ୍ମରେ ରକ୍ତଚନ୍ଦନକୁ କ୍ଷୀର ଓ ପନିପରିବା ଗାଡିରେ ଲୁଚାଇ ନିଆଯାଉ ଥିଲା ଏବଂ ଏମିତିରେ ଫିଲ୍ମରୁ ପ୍ରେରିତ ହୋଇ ୟାସିଫ ବି ପରିବା ଟ୍ରକ ତଳେ ଚନ୍ଦନ କାଠ ରଖିବା ସହ ଟ୍ରକ ଗାଡି ସାମ୍ନାରେ କୋଭିଡ ୧୯ର ଜରୁରୀ କାଳୀନ ସେବା ଷ୍ଟିକର ଲଗାଇ ଚାଲାଣ କରୁଥିଲା । କିନ୍ତୁ ପୋଲିସ ଏହି ଚୋର ଚାଲାଣ ସମୟରେ ଅପରାଧୀକୁ ଧରିବାରେ ସଫଳ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ୟାସିଫ ଗିରଫ ହେବା ପରେ ଫିଲ୍ମର ଚର୍ଚିତ ଡାଇଲାଗ କହିଥିଲେ କି ମେ ଝୁକୁଙ୍ଗା ନେହିଁ । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚା ହେବାରେ ଲାଗିଛି ।