ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।
1- ପ୍ରଧାନମନ୍ତ୍ରୀ ଇଜ୍ଵଳା ଯୋଜନା କେବେ ଆରମ୍ଭ ହୋଇଥିଲା ।
ଉ: 1 ମେ’ 2016 ରେ ଆରମ୍ଭ ହୋଇଥିଲା ।
2- ରାଜସ୍ଥାନର ସବୁଠୁ ପୁରୁଣା ଜିଲ୍ଲା କଣ ଅଟେ ?
ଉ: ଧୋଲପୁର ସବୁଠୁ ପୁରୁଣା ଜିଲ୍ଲା ।
3- ବୃକ୍ଷ ର କେଉଁ ଭାଗ ଶ୍ଵସନକ୍ରିୟା କରିଥାଏ ?
ଉ: ବୃକ୍ଷ ର ପତ୍ର ଶ୍ଵାସ ନେବା କାମରେ ଆସିଥାଏ ।
4- ମନୁଷ୍ୟ ଶରୀରରେ ହୃଦୟ ସ୍ପନ୍ଦନ ହେବା ପାଇଁ କେତେ ସମୟ ଲାଗିଥାଏ ?
ଉ: 0.8 ସେକେଣ୍ଡ ଲାଗିଥାଏ ।
5- ମାନବ ଶରୀରରେ ରହିଥିବା ପ୍ରମୁଖ ରାସାୟନିକ ଯୌଗିକ କଣ ଅଟେ ?
ଉ: କ୍ୟାଲସିୟମ ଅକ୍ସଲେଟ ।
6- ରାଜସ୍ଥାନରେ ମୀରାବାଇଙ୍କ ଜନ୍ମଭୂମି କେଉଁଠାରେ ଅଛି ?
ଉ: ମେଡତା ସିଟି ମୀରା ବାଇଙ୍କର ଜନ୍ମଭୂମି ଅଟେ ।
7- ସବୁଠାରୁ ବଡ ତଟିପ ରେଖା କେଉଁ ଦେଶରେ ଅଛି ?
ଉ: କାନାଡା ରେ ।
8- ବିଶ୍ଵର ସବୁଠାରୁ ଲମ୍ବା ନଦୀ କଣ ଅଟେ ?
ଉ: ନୀଳ ନଦୀ ।
9- କେଉଁ ସଭ୍ୟତାକୁ ନୀଳ ନଦୀର ବରଦାନ ବୋଲି କୁହାଯାଏ ?
ଉ: ମିସର ଦେଶର ସଭ୍ୟତାକୁ ନୀଳ ନଦୀର ବରଦାନ କୁହାଯାଏ ।
10- ରାତି ର ରାଣୀ କିନ୍ତୁ ଆଖିରୁ ଝରାଏ ପାଣି କହିଲ ଦେଖି କଣ ?
ଉ: ମହମବତୀ ।
11- ସ୍ଵାଧୀନତା ପୂର୍ବରୁ ଭାରତର କେଉଁ ସ୍ଥାନକୁ କଳାପାଣି ବୋଲି କୁହା ଯାଉଥିଲା ?
ଉ: ଆଣ୍ଡାମାନ ନିକୋବର କୁ ।
12- ଭାରତର ସବୁଠାରୁ ଛୋଟ ପଡୋଶୀ ଦେଶର ନାମ କଣ ?
ଉ: ଭୁଟାନ ।
13- ଭାରତର ସବୁଠୁଆରୁ ବଡ କ୍ରିକେଟ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ ?
ଉ: ଅହମ୍ମଦାବାଦ ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ।
14- ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ କେଉଁ ରାଜ୍ୟରେ ହୋଇଥିଲା ?
ଉ: ଉତ୍ତର ପ୍ରଦେଶ ।
15- ଭାରତର କେଉଁ ରାଷ୍ଟ୍ରପତି ପିଲାବେଳେ ଖବରକାଗଜ ବିକ୍ରି କରୁଥିଲେ ?
ଉ: ଏପିଜେ ଅବଦୁଲ କଲାମ ।
16- କେଉଁ ଦେଶରେ ସର୍ବ ପ୍ରଥମେ ତାସ ର ଆବିଷ୍କାର ହୋଇଥିଲା ?
ଉ: ଚୀନ ଦେଶରେ ।
17- କେଉଁ ପଶୁ ଜନ୍ମ ହେବାର ତିନି ମାସ ଯାଏଁ ଶୋଇ ରୁହେ ?
ଉ: ଭାଲୁ ।
18- କେଉଁ ଜୀବ ତିନି ବର୍ଷ ପର୍ଯ୍ୟନ୍ତ ଶୋଇକରି ରହିପାରେ ?
ଉ: ଗେଣ୍ଡା ।
19- ଆମ୍ବୁଲାନ୍ସ ସର୍ବପ୍ରଥମେ କେଉଁ ଦେଶରେ ବ୍ୟବହାର ହୋଇଥିଲା ?
ଉ: ସ୍ପେନ ରେ ।
20- ବଞ୍ଚିଥିଲେ ମାଟିରେ ପୋତି ଦିଅନ୍ତି । ମରିଗଲେ କାଢି ଦିଅନ୍ତି । ତାହା କଣ ?
ଉ: ଗଛ ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।