ବଜାର ବୁଲିବାକୁ ଆସିଛି ମାଙ୍କଡ । ଖାଲି ବଜାର ବୁଲୁନି ବରଂ ବଜାରରେ ବୁଲି ବୁଲି ସମସ୍ତଙ୍କ ଠାରୁ ଖାଦ୍ୟ ବି ଖାଉଛି । କେବଳ ସେତିକି ନୁହେଁ ମାଙ୍କଡଟି କ୍ୟାମେରା ଦେଖିଲେ ଭଳିକି ଭଳି ପୋଜ୍ ବି ଦେଉଛି । ବଜାରରେ ବୁଲୁଥିବା ଏହି ମାଙ୍କଡ ଉପରେ ଟିକେ ଭଲରେ ନଜର ପକାଇଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏହି ଦୃଶ୍ୟ ହେଉଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵରର ଷ୍ଟେସନ ବଜାର ଅଞ୍ଚଳର । ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଏହି ମାଙ୍କଡଟି ମଣିଷ ସହ ରହୁଛି, ଖାଉଛି ଆଉ ବୁଲୁଛି ଏହି ମାଙ୍କଡଟି ।

ଆପଣ ଦେଖିଥିବେ ମାଙ୍କଡ ମାନେ କେମିତି ଡାଳରୁ ଡେଇଁ ଦେଇ ବୁଲେ । କେତେବେଳେ କାହା ବାଡିରେ ପଶି ମାଙ୍କଡ ମାନେ କିଛି ଖାଇଯାନ୍ତି ତ ଆଉ କେତେବେଳେ ଆଉ କେତେବେଳେ ଜଙ୍ଗଲରେ ବୁଲୁଥାନ୍ତି । ମାଙ୍କଡମାନେ ସାଧାରଣତଃ ଲୋକଙ୍କୁ ଦେଖିଲେ ଦୂରକୁ ଚାଲିଯାନ୍ତି । କିନ୍ତୁ ଏହି ମାଙ୍କଡଟି ଏକଦମ ବେପରୁଆ ହୋଇ ବଜାର ଭିତରେ ବୁଲୁଛି । ଭିଡିଓରେ ଆପଣ ଦେଖିପାରିବେ କି ମାଙ୍କଡଟି କେତେବେଳେ ବାଇକ ଉପରେ ବସି ଅଙ୍ଗଭଙ୍ଗୀ କରୁଛି ।
କେତେବେଳେ ଆମ୍ବ ନେଇ ଖାଉଛି ତ ଆଉ କେତେବେଳେ ଲୋକଙ୍କ ଠାରୁ ଚାହା ବିସ୍କୁଟ ନେଇ ଖାଉଛି । ଯିଏ ଯାହା ମାଙ୍କଡକୁ ବଢେଇ ଦେଉଛି ସେସବୁ ନେଇ ଖୁସିରେ ଖାଉଛି ମାଙ୍କଡଟି । ଜଣେ ବ୍ୟକ୍ତି ମାଙ୍କଡକୁ ଖୁସିରେ ଚାହା ପିଆଇ ଦେଉଥିବା ଆପଣ ଏହି ଭିଡିଓରେ ଦେଖିପାରିବେ । ମାଙ୍କଡଟି ସୁନାପିଲା ପରି ଖୁସିରେ ଚାହା ପିଉଛି ।

ରାସ୍ତା ଉପରେ ବସି ମାଙ୍କଡିଟି ନିର୍ଭୟରେ ଖାଉଛି ଆଉ କ୍ୟାମେରା ଦେଖିଲେ କେତେ କଣ ପୋଜ୍ ବି ଦେଉଛି । ମାଙ୍କଡ ଏ ଗାଡିରୁ ସେ ଗଡିକୁ ଡେଇଁ ମଣିଷ ଭଳି ବିଭିନ୍ନ ଅଙ୍ଗଭଙ୍ଗୀରେ ବସୁଛି । ଲୋକଙ୍କୁ ଡରୁନି କି କ୍ୟାମେରା ଦେଖିଲେ ବି ଡରୁନି । ଖଣ୍ଡଗିରି, ଉଦୟଗିରି ଏବଂ ନନ୍ଦନକାନନରେ ପାତିମାନକ ମାନଙ୍କୁ ଏଭଳି କରୁଥିବାର ଆପଣ ଦେଖିଥିବେ ।
କିନ୍ତୁ ବଣୁଆ ମାଙ୍କଡର ଏଭଳି କାମ ଖୁବ କମ୍ ଦେଖିଥିବେ । ଏହି ବଣୁଆ ମାଙ୍କଡତି ଏତେ ଦିନ ଧରି ବଜାର ବୁଲୁଥିଲେ ବି କାହାକୁ କ୍ଷତି କରିନି ନା କାହାକୁ ହଇରାଣ କରିନି । ମଣିଷଙ୍କ ଭଳି ମଣିଷ ଭଳି ଚଳୁଛି ଏହି ମାଙ୍କଡତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।