ବାହାଘର ହେଉନଥିବାରୁ ୩୨ ବର୍ଷ ର ଝିଅ ଗଲା ତାନ୍ତ୍ରିକ ପାଖକୁ, ତା ପରେ ଯାହା ହେଲା ଦେଖିଲେ ଉଡିଯିବ ଆପଣଙ୍କ ହୋସ

ବାବା ରାମ ରହୀମ ର ରାଜ ଖୋଲିବା ପରେ ଦେଶରେ ସବୁଦିନ ନୂଆ ନୂଆ ବାବା ମାନଙ୍କର ସତ୍ୟତା ବାହାରକୁ ଆସୁଛି । ଆଜି ପୁଣି ଗୋଟେ ବାବା ର ସତ ବାହାରକୁ ଆସିଛି ଯିଏ ଭଦ୍ର ମୁଖା ପିନ୍ଧି ମହିଳା ମାନଙ୍କ ଶୋଷଣ କରୁ ଥିଲା । ଏହି ଘଟଣା ଦିଲ୍ଲୀର ଅଟେ । ଖବର ମିଳିଛି କି ଦିଲ୍ଲୀର ଏକ ଯୁବତୀ କୁ ଗୋଟେ ବାବା କଳା ଯାଦୁ ଦ୍ଵାରା ମୁକ୍ତି ଦେବ କହି ବହୁତ ଅଶ୍ଳୀଳ କାମ କରିଛି ।

ରିପୋର୍ଟ ଅନୁସାରେ, ଏକ ୩୨ ବର୍ଷୀୟ ଝିଅ ଯିଏ ଦକ୍ଷିଣ ଦିଲ୍ଲୀ ର ଏକ କଲେଜ ରେ ଲାଇବ୍ରେରୀୟାନ ଭାବେ କାମ କରୁଥିଲା । ନିଜ ବିବାହରେ ଆସୁଥିବା ସମସ୍ଯା କୁ ଦୂର କରିବା ପାଇଁ ଗୋଟେ ବାବା ପାଖକୁ ଯାଇ ଥିଲା । ପ୍ରଥମେ ସବୁ ଠିକ ଥିଲା ଓ ଯୁବତୀକୁ ସେହି ବାବା ଉପରେ ଭରସା ଆସି ଥିଲା କି ସେ ତାକୁ ତାର ସମସ୍ୟାରୁ ମୁକ୍ତି ଦେଇ ପାରିବେ ।

ସେ ପାଞ୍ଚ ମାସ ପର୍ଯ୍ୟନ୍ତ ସେହି ବାବା ପାଖକୁ ଆସୁଥିଲା । ବାବା ତାକୁ କହିଥିଲେ କି ଯୋଗ୍ୟ ବାର ମିଳିଲେ ଜାଣିବା ପାଇଁ । କିଛି ଦିନ ପର୍ଯ୍ୟନ୍ତ ଯେତେବେଳେ ଯୁବତୀ ଜଣକ ବାବା ପାଖକୁ ଆସି ନଥିଲା, ତାକୁ ବାବା ର ଆଶ୍ରମରୁ ଫୋନ ଆସିଥିଲା ଓ ତାକୁ କୁହାଯାଇଥିଲା କି ନିଜର ବାୟୋଡାଟା ଏବଂ ଫୋଟୋ ଗୋଟେ ମୋବାଇଲ ନମ୍ବର ରେ ପଠାଇବା ପାଇଁ । ବାବା ଉପରେ ଭରସା କରି ଯୁବତୀ ଜଣକ ସେହି ନମ୍ବର ରେ ନିଜର ତଥ୍ୟ ପଠାଇଥିଲେ ।

ପୁଲିସ ରେ ଲେଖିଥିବା FIR ରେ ଯୁବତୀ ଜଣକ କହିଲେ, ଗୋଟେ ଲୋକ ବାବା ର ପରିଚୟ ଦେଇ କହିଲା କି ସେ ତାର ସମସ୍ଯାର ସମାଧାନ କରି ପାରିବ ଏବଂ ତାକୁ କହିଲା କି ତା ବାୟୋଡାଟା ଏବଂ ଫୋଟୋ ଗୋଟେ ମୋବାଇଲ ନମ୍ବରରେ ପଠେଇ ବାକୁ ।

ଫୋଟୋ ଓ ବାୟୋଡେଟା ପଠାଇବାକୁ କହିଥିବା ବ୍ୟକ୍ତି ଝିଅ ଟିକୁ ବହୁତ ଥର ଫୋନ କରି ବହୁତ ବ୍ୟକ୍ତିଗତ ପ୍ରଶ୍ନ ପଚାରି ଥିଲା । ସେ ତାକୁ ପଚାରେ କି ତୋର କେହି ବୟଫ୍ରେଣ୍ଡ ଅଛି କି ନା ନାହିଁ । ସେ ଏମିତି ମଧ୍ୟ ପଚାରି ଥିଲା ତତେ ପୂର୍ବରୁ କେହି ଛୁଇଁ ଛି କି ନାହିଁ । କିଛି ଦିନ ପରେ ପୁଣି ସେହି ବ୍ୟକ୍ତି ତାକୁ ଫୋନ କରି ତାର ସବୁ ସମସ୍ଯା ଦୂର କରିବା ପାଇଁ ପଇସା ନୁହେଁ ବରଂ ଫୋଟୋ ମାଗିଥିଲା । ଏହା ପରେ ସେ ଯୁବତୀ ସେହି ବାବା ବିଷୟରେ ସବୁ ଜାଣି ପାରି ତା ନାଁ ରେ FIR କରି ଥିଲା ।