ନିଜ ବାହାଘରକୁ ନେଇ ବଡ ଖୁଲାସା କଲେ Anubhav Mohanty, ଠାକୁରଙ୍କୁ ଡାକନ୍ତୁ ଆଗ ଡିଭୋର୍ସ ହେଉ ତା’ପରେ ବାହାଘର… ଦେଖନ୍ତୁ video

କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ସବୁବେଳେ ଚର୍ଚ୍ଚାର ପରିସର ମଧ୍ୟରେ ରହିଥାନ୍ତି । ତାଙ୍କ ପ୍ରଫେଶନାଲ ଜୀବନ ହେଉ କି ବ୍ୟକ୍ତିଗତ ଜୀବନ ହେଉ, ସବୁଠୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ମଡେଲିଙ୍ଗ ଓ ଅଭିନୟରୁ ଜୀବନ ଆରମ୍ଭ କରିଥିବା ଅନୁଭବ ରାଜନୀତିରେ ମଧ୍ୟ ପାଦ ଦେଇଥିଲେ । ଓଡିଶାର ଆଗଧାଡିର ଅଭିନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବା ସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ଓ ବିଚ୍ଛେଦ ମାମଲାକୁ ନେଇ ମଧ୍ୟ ଅନୁଭବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି ।

ତେବେ ଦୀର୍ଘ ଦିନ ବ୍ଯବଧାନରେ ଅନୁଭବ ପୁଣି ଥରେ ଫିଲ୍ମ ଦୁନିଆକୁ ଫେରିଛନ୍ତି । ଏହାସହ ତାଙ୍କ ବିବାହ ବିଚ୍ଛେଦ ମାମଲା ମଧ୍ୟ ସମାପ୍ତ ପ୍ରାୟ ହେବାକୁ ଆସିଲାଣି । ଆଗକୁ ଅନୁଭବଙ୍କ ଫିଲ୍ମ ଆସିବାକୁ ଥିବାବେଳେ ଅନୁଭବ ବର୍ତ୍ତମାନ ଫିଲ୍ମ ପ୍ରମୋଶନରେ ଲାଗି ପଡିଛନ୍ତି । ନିକଟରେ ଅନୁଭବ ଇଭୋସ ର “ଫ୍ୟାଶନ ଆଣ୍ଡ ଲାଇଫ ଷ୍ଟାଇଲ ମେଳା” ରାମ୍ପ ୱାକ କରୁଥିବାର ନଜର ଆସିଛନ୍ତି ।

ଓଡିଶାର ହସ୍ତତନ୍ତ୍ରକୁ ଆଗକୁ ନେବା ପାଇଁ ସେ ବହୁତ ଆଗ୍ରହୀ ଏବଂ ସୁଯୋଗ ମିଳିଲେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହାକୁ ପ୍ରତିପାଦନ କରିବେ ବୋଲି ଅନୁଭବ କହିଛନ୍ତି । ତେବେ ଯାତ୍ରା ଜଗତର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଅନୁଭବ ବିବାଦରେ ଛନ୍ଦି ହୋଇ ଥିବାବେଳେ ଏ ମାମଲାରେ ବଡ ମନ୍ତବ୍ୟ ଦେଇଛନ୍ତି । ଅନୁଭବ କହିଛନ୍ତି କି, “ଠାକୁରଙ୍କ ଦୟାରୁ ଡିଭୋର୍ସ ହେଇଯାଉ ତା’ପରେ ବାହାଘର କଥା ଚିନ୍ତା କରିବା ।

ମୁଁ ମୋ ପରିବାର, ମୋ ପ୍ରଶଂସକ ଓ ସମର୍ଥକଙ୍କ ସହ ଲଭ୍ ରେ ଅଛି । ଯେଉଁମାନଙ୍କ ହୃଦୟ ଖୋଲା ନୁହେଁ ଓ ଭଲ ନାହାନ୍ତି ସେମାନଙ୍କୁ ମୁଁ ଭଲ ପାଇପାରିବି ନାହିଁ । ସରି ।” ତେବେ କହିରଖୁଛି ଯେ, ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ନିକଟରେ ମନ୍ତବ୍ୟ ଦେଇ ଚାଲିଥିଲେ କି ସେ ଅନୁଭବଙ୍କୁ ବିବାହ କରିବାକୁ ଚାହାନ୍ତି । ଯଦି ଅନୁଭବ ରାଜି ହେବେ ତେବେ ତାଙ୍କର ଏଥିରେ କିଛି ଆପତ୍ତି ରହିବନି । ଏହାକୁ ନେଇ ଅନୁଭବ ମଧ୍ୟ ପ୍ରତିକ୍ରିୟା ରଖି ସାରିଥିଲେ ।

ଏମିତିରେ ନିଜ ବିବାହକୁ ନେଇ ଅନୁଭବ ପୁଣି ଥରେ ଏଭଳି କିଛି ମନ୍ତବ୍ୟ ରଖିଛନ୍ତି । ତେବେ ଆଗକୁ ଅନୁଭବ ବହୁ ପ୍ରତିକ୍ଷିତ ଫିଲ୍ମ “ଲଭ ଇନ ଲଣ୍ଡନ” ରେ ସେ ନଜର ଆସିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।