ବାହାନଗା ପରେ ବରଗଡ଼, ଗଞ୍ଜାମ, ଯାଜପୁର, ନୂଆପଡା, ଖୋର୍ଦ୍ଧା, ଜଳେଶ୍ୱରରେ କାହିଁକି ଘଟିଲା ଟ୍ରେନ ଦୁର୍ଘଟଣା ?

ଆଗରୁ ବି ଟ୍ରେନ ଲାଇନ ଚ୍ୟୁତ ହେଉଥିଲା । ମାଲଗାଡି ରେ ନିଆଁ ଲାଗୁଥିଲା । କୋଇଲା ବୋଝେଇ ମାଲଗାଡି ରୁ ଧୂଆଁ ବାହାରୁ ଥିଲା । ଛୋଟ ମୋଟ ଦୁର୍ଘଟଣା ହେଉଥିଲା କିନ୍ତୁ ଯେବେ ଠାରୁ ବାହାନଗା ର ଟ୍ରେନ ଦୁର୍ଘଟଣା ଘଟିଛି ସେବେ ଠାରୁ ପ୍ରତି ଦିନ ଖବରକାଗଜ ହେଉ ବା ଟିଭି ସବୁ ଆଡେ ଶିରୋନାମା ପାଲଟିଛି କରମଣ୍ଡଳ ଟ୍ରେନ ଦୁର୍ଘଟଣା । ଏବେ ବାହାନଗା ପରେ ବରଗଡ ରେ ଲାଇନ ଭ୍ଯୁତ ହୋଇଛି ।

ଗଞ୍ଜାମରେ ଏସି ବଗି ରେ ନିଆଁ, ଯାଜପୁର ର ଦୁର୍ଘଟଣା, ନୂଆପଡା ରେ ଏସି ବଗି ରେ ନିଆଁ ଆଉ ଗତ କାଲି ଜଳେଶ୍ଵର ରେ ହୋଇଥିବା କୋଇଲା ବୋଝେଇ ଟ୍ରେନ ରୁ ଧୂଆଁ ବାହାରିଛି । ଦର୍ଶକ ବନ୍ଧୁ ଏ ସବୁ ଖବର ଆଗରୁ କେବେ ବି ଦେଖା ଯାଇ ନ ଥିଲା । ଆଗରୁ ମଧ୍ୟ ଟ୍ରେନ ଦୁର୍ଘଟଣା ଘଟୁଥିଲା । କିନ୍ତୁ ଯେବେ ଟ୍ରେନ କୁ ପ୍ରତି ଦିନର ଖବର ଆସୁଛି ସେତେବେଳେ ଟ୍ରେନ ଯାତ୍ରା ପ୍ରତି ଲୋକଙ୍କର ଭୟ ବଢୁଛି ।

ଯେବେ ରେଳ ରେ ରକ୍ତ ବୋହୁଛି ସେତେବେଳେ ରେଳ ନାଁ ଶୁଣିଲେ ଲୋକେ ଭୟ କରୁଛନ୍ତି । କାରଣ ପ୍ରତି ଦିନ ଟିଭି ଓ ଖବରକାଗଜ ରେ ରେଳ କୁ ନେଇ ନୂଆ ନୂଆ ଖବର ବାହାରୁଛି । କେଉଁଠି ମାଲବାହୀ ଟ୍ରେନ ଲେଉଟି ପଡିଛି ବା କେଉଁଠି ଏସି ବଗି ରେ ନିଆଁ ଆଉ କେଉଁଠି ଦୀର୍ଘ ଦିନ ହେବ ଠିଆ ହୋଇଥିବା ରେଳ ବଗି ଗୁଡିକ ବର୍ଷା ପବନରେ ଗଡି ଚାଲିଛି ।

ତ ଆଉ କେଉଁଠି କୋଇଲା ବୋଝେଇ ବଗି ଭିତରୁ ପ୍ରବଳ ଗରମ ରୁ ଧୂଆଁ ବାହାରୁଛି । କମ ଖର୍ଚ୍ଚ ରେ ଆରାମଦାୟକ ଓ ସୁବିଧାଜନକ ଯାତ୍ରା ପାଇଁ ଭାରତୀୟ ରେଳ ପକ୍ଷରୁ ଅନେକ ପଦକ୍ଷେପ ନିଆ ଯାଇଛି । ପୁରୁଣା ରେଳ ର ମରାମତି ପୁଣି ଟ୍ରାକ ସଜାଡିବା, ପୋଲ ନିର୍ମାଣ ସହ ରେଳ ଗଡୁ ନ ଥିବା ସ୍ଥାନକୁ ରେଳ ଗଡିବା ର ବ୍ୟବସ୍ଥା ହେଉଛି ।

ବନ୍ଦେ ଭାରତ ପରି ଅତ୍ୟାଧୁନିକ ଖୁସି ସୁବିଧା ଥିବା ରେଳ ମଧ୍ୟ ଗଡି ଲାଣି । ଏ ସବୁ ପରେ ବି ରେଳ ଯାତ୍ରା ସୁରକ୍ଷିତ ହୋଇପାରୁ ନାହିଁ । ଯଦିଓ ଯାତ୍ରୀ ଙ୍କ ସୁରକ୍ଷା କୁ ପ୍ରାଥମିକତା ଦେଇ ପଦକ୍ଷେପ ନିଆ ଯାଇଛି ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହା ଯାଉଛି । ତେବେ ତାହା ପର୍ଯ୍ୟାପ୍ତ ହୋଇପାରୁ ନି ବା ଆଶାନୁରୂପକ ଫଳ ପ୍ରଦାନ କରିପାରୁ ନାହିଁ ।

ଯାନ୍ତ୍ରିକ ତ୍ରୁଟି ହେଉ ବା ମନୁଷ୍ୟକୃତ ଭୁଲ କାରଣରୁ ହେଉ ଅନେକ ସମୟରେ ରେଳ ଦୁର୍ଘଟଣା ଘଟି ଅକାଳରେ ଚାଲି ଯାଉଛି ଜୀବନ । ତେବେ ଏ ସବୁ ଭିତରେ ରେଳ ଯାତ୍ରୀ ଯେମିତି ସୁବିଧାରେ ଓ ଜଲ୍ଦି ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବେ ସେଥିପାଇଁ ଅନେକ ବ୍ୟବସ୍ଥା ହେଉଛି । ରେଳଯାତ୍ରା କୁ ଭୟ ନ କରି ରେଳରେ ଯାତ୍ରା କରିବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ଅପିଲ କରା ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।